Posted inଖେଳ

କ୍ଲିନ୍‌ ବୋଲ୍ଡ ହେବା ପରେ ବି ନଟ୍‌ଆଉଟ୍‌ ରହିଲେ ବ୍ୟାଟ୍ସମ୍ୟାନ୍‌: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ

ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍‌ ବୋଲ୍ଡ ହେବା ପରେ ବି ବ୍ୟାଟ୍ସମ୍ୟାନ୍‌ ନଟ୍‌ଆଉଟ୍‌ ରହିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ସହ ଘଟିଥିଲା ଏବଂ ସେ ଏହାର ସମ୍ପୂର୍ଣ୍ଣ ଫାଇଦା ମଧ୍ୟ ନେଇଥିଲେ।
ସିଡନୀ ଟେଷ୍ଟର ତୃତୀୟ ଦିନରେ ଇଂଲଣ୍ଡ ଦଳ ବ୍ୟାଟିଂ କରିଥିଲା। ମଧ୍ୟାହ୍ନ ଭୋଜନ ପରେ ବେନ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋ କ୍ରିଜରେ ଥିଲେ। ଇଂଲଣ୍ଡର ପ୍ରଥମ ଇନିଂସର ୩୧ ତମ ଓଭରରେ କ୍ୟାମେରନ ଗ୍ରୀନ ବୋଲିଂ କରିବାକୁ ଆସିଥିଲେ। ଇଂଲଣ୍ଡ ଅଲରାଉଣ୍ଡର ଷ୍ଟୋକ୍ସ ଷ୍ଟ୍ରାଇକରେ ଥିଲେ। ଗ୍ରୀନ୍‌ ଓଭରର ପ୍ରଥମ ବଲକୁ ବୋଲିଂ କରିଥିଲେ। ଷ୍ଟୋକ୍ସ ଭିତରକୁ ଆସୁଥିବା ସେହି ବଲ ଉପରେ ସଟ ଖେଳି ନ ଥିଲେ। ବଲ ଅଫ ଷ୍ଟମ୍ପକୁ ଧକ୍କା ଦେଇ ଉଇକେଟ ପଛରେ ଯାଇଥିଲା। କିନ୍ତୁ ଅମ୍ପାୟର କିମ୍ବା ଅଷ୍ଟ୍ରେଲୀୟ ଫିଲ୍ଡରମାନେ ଏହା ବୁଝିପାରିଲେ ନାହିଁ।
କଙ୍ଗାରୁ ଦଳ କ୍ୟାଚ ଆଉଟ ପାଇଁ ଏକ ଦୃଢ ଆବେଦନ କରିଥିଲା। ଅମ୍ପାୟାର୍‌ ପଲ ରାଇଫଲ ମଧ୍ୟ ତାଙ୍କ ଆଙ୍ଗୁଠି ଉଠାଇଲେ। କେବଳ ଷ୍ଟୋକ୍ସ ସତ୍ୟତା ଜାଣିଥିଲେ। ସେଥିପାଇଁ ସେ ତୁରନ୍ତ ଡିଆରଏସ୍‌ ନେଇଥିଲେ। ତୃତୀୟ ଅମ୍ପାୟାର ଷ୍ଟୋକ୍ସଙ୍କୁ ନଟ୍‌ଆଉଟ୍‌ ଦେଇଥିଲେ।
ଟିଭି ରିପ୍ଲେ ସ୍ପଷ୍ଟ ଭାବରେ ଦେଖାଯାଇଥିଲା ଯେ ଗ୍ରୀନଙ୍କ ବଲ ଷ୍ଟୋକ୍ସଙ୍କ ବ୍ୟାଟକୁ ନୁହେଁ, ବରଂ ସିଧାସଳଖ ଅଫ ଷ୍ଟମ୍ପକୁ ଧକ୍କା ଦେଇଥିଲା। କୌତୁହଳର ବିଷୟ ହେଉଛି ବଲ ଏତେ ବେଗରେ ଉଇକେଟ ବାଜିଲା କିନ୍ତୁ ଷ୍ଟମ୍ପ ବେଲ୍‌ ପଡି ନ ଥିଲା। ଷ୍ଟୋକ୍ସ ନିଜେ ମଧ୍ୟ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କ କପାଳକୁ ପିଟି ଥିଲେ। ସେତେବେଳେ ସେ ୧୬ ରନ୍‌ରେ ଖେଳୁଥିଲେ। ପରେ ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri