Posted inଜାତୀୟ

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି କରିଛନ୍ତି।

ଏନେଇ ବିଏସଏଫ ପକ୍ଷରୁ ଜାରି ହୋଇଥିବାେ ବିବୃତ୍ତିରେ କୁହାଯାଇଛି ଯେ ଅନୁପ୍ରବେଶକାରୀଙ୍କୁ ସକାଳ ୬ଟା ୪୫ରେ ସୀମାରେ ଦେଖିବାକୁ ମିଳିଥିଲା। ତାଙ୍କୁ ବିଏସ୍‌ଏଫ୍‌ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ମାତ୍ର ସେ ଏହାକୁ ଅମାନ୍ୟ କରିଥିଲେ। ତେଣୁ ବାଧ୍ୟ ହୋଇ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା।
ଗତ କିଛି ଦିନ ହେବ ପଞ୍ଜାବ ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ବୃଦ୍ଧି ପାଇଛି।

ଏହା ପୂର୍ବରୁ ରବିବାର ରାତିରେ ମଧ୍ୟ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନ ଉପରକୁ ଗୁଳି ଚଳାଇଥିଲେ। ବିଏସଏଫର ୧୮ ବାଟାଲିୟନର ବିଓପି କସୋୱାଲ ସୀମାରେ ପୋଷ୍ଟ ହୋଇଥିବା ମହିଳା ଯବାନମାନେ ପାକିସ୍ତାନୀ ଡ୍ରୋନ ସୀମାରେ ଉଡୁଥିବା ଦେଖିଥିଲେ। ଘନ କୁହୁଡ଼ି ସମୟରେ ପାକିସ୍ତାନୀ ଡ୍ରୋନ୍‌ ସୀମା ଉପରେ ଉଡ଼ୁଥିବା ଦେଖି ବିଏସଏଫ ଯବାନମାନେ ଗୁଳି ଚଳାଇଥିବା ବିଏସଏଫ ଡିଆଇଜି ପ୍ରଭାକର ଯୋଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିବ ଭଲ ଦିନ, ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଲକ୍ଷ୍ନୌ,୨୧।୬: ଉତ୍ତରପ୍ରଦେଶରେ ପୁଣି ଥରେ ପରିବାର କାର୍ଡକୁ ନେଇ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ପରିବାର କାର୍ଡ ସମ୍ପର୍କରେ...

ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ...

୫ ହଜାର ଟଙ୍କାରେ ମିଳୁଥିଲା ୟୁଜିସି ନେଟ୍‌ ପ୍ରଶ୍ନପତ୍ର

ନୂଆଦିଲ୍ଲୀ,୨୧।୦୬: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ୟୁଜିସି ନେଟ୍‌ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି । ଯାହାକୁ ନେଇ...

ସରକାରଙ୍କ ବଡ଼ ନିଷ୍ପତ୍ତି, ମହିଳାଙ୍କୁ ପ୍ରତି ମାସରେ ମିଳିବ ୧ ହଜାର ଟଙ୍କା

ରାଞ୍ଚି,୨୧।୦୬: ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଝାଡ଼ଖଣ୍ଡର ମହିଳାମାନଙ୍କ ଆକାଉଣ୍ଟକୁ ପ୍ରତି ମାସରେ...

ଭାଜପାର ବଢିଲା ଟେନ୍‌ସନ୍‌: ମେଣ୍ଟରେ ଫାଟ!

ପୁଣେ,୨୧।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏନଡିଏ ନେତୃତ୍ୱାଧୀନ ମହାୟୁଟି ମିଳିତ ମେଣ୍ଟରେ କିଛି ଠିକ ମନେ ହେଉନାହିଁ। ଆସନ ବଣ୍ଟନ ସଂପର୍କରେ ଲଢେଇ ଆରମ୍ଭ...

ଫ୍ଲୋର ଟେଷ୍ଟ ପାଇଁ କାହିଁକି ପଛଘୁଞ୍ଚା ଦେଉଛି କଂଗ୍ରେସ?

ଚଣ୍ଡିଗଡ଼,୨୧।୬: ହରିୟାଣାରେ ଅଳ୍ପମତରେ ଭାଜପା ସରକାର ଚାଲିଛି। ସମଗ୍ର ପ୍ରସଙ୍ଗରେ ରାଜନୈତିକ ବିବାଦ ଜାରି ରହିଛି। କିନ୍ତୁ କଂଗ୍ରେସ ଦଳ ଫ୍ଲୋର ଟେଷ୍ଟର ଦାବିଠାରୁ ଦୂରେଇ...

ପଙ୍କଜା ମୁଣ୍ଡେଙ୍କ ଉପରେ ପୁଣି ଭରସା କରିପାରେ ଭାଜପା, ରାଜ୍ୟ ସଭା ପଠାଇବା ଲାଗି ହେଉଛି ଚର୍ଚ୍ଚା!

ନୂଆଦିଲ୍ଲୀ,୨୧।୬: ଦେଶ ସହିତ ମହାରାଷ୍ଟ୍ରର ରାଜନୀତି ମଧ୍ୟ ଏହି ସମୟରେ ଖୁବ ଚର୍ଚ୍ଚାରେ ଅଛି। ଏହି ରାଜନୀତି ମଧ୍ୟରେ ବିଡ ଲୋକ ସଭା ନିର୍ବାଚନରେ ପରାଜୟର...

ଥରିଲା ମଧ୍ୟ ପ୍ରଦେଶ

ଭୋପାଳ,୨୧।୬: ଶୁକ୍ରବାର ପୂର୍ବାହ୍ନରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri