ସର୍ବବୃହତ୍‌ କ୍ରୁଜ୍‌ ଶିପ୍‌ରେ ୪୮ କରୋନା ଆକ୍ରାନ୍ତ, ଆତଙ୍କରେ ୬୦୦୦ ଯାତ୍ରୀ…

ମିୟାମୀ, ୨୧।୧୨: ପୃଥିବୀର ସର୍ବବୃହତ୍‌ କ୍ରୁଜ୍‌ ଶିପ୍‌ ରୟାଲ କାରିବିୟାନ୍‌ର ୪୮ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହି ଶିପ୍‌ରେ ଥିବା ୬,୦୦୦ ଯାତ୍ରୀ ଏବେ ଆତଙ୍କରେ ରହିଛନ୍ତି। କଡ଼ା କଟକଣା ଏବଂ ମାର୍ଗଦର୍ଶିକା ତଥା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏଭଳି ହୋଇଥିବା କ୍ରୁଜ୍‌ ଶିପ୍‌ର ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜଣେ ଯାତ୍ରୀଙ୍କ କରୋନା ଯାଞ୍ଜ୍‌ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଶିପ୍‌ର ୯୫ ପ୍ରତିଶତ ଯାତ୍ରୀଙ୍କୁ ଟିକା ଦିଆଯାଇଥିଲା। ପଜିଟିଭ୍‌ ଆସିଥିବା ଯାତ୍ରୀଙ୍କ ମଧ୍ୟରୁ ୯୮ ପ୍ରତିଶତ ଟିକା ନେଇ ସାରିଥିବା ଶିପ୍‌ର ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି। କରୋନା ପଜିଟିଭ୍‌ ସମସ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ…

ନୂଆଦିଲ୍ଲୀ, ୧୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୨,୬୯୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ କୁ ବୃଦ୍ଧି...

ଫ୍ରାଙ୍କ୍‌-ଓ୍ବାଲ୍‌ଟର ହେଲେ ପୁଣି ଜର୍ମାନୀର ରାଷ୍ଟ୍ରପତି

ବର୍ଲିନ,୧୪।୨: ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ୍‌-ଓ୍ବାଲ୍‌ଟର ଟେଇନମେଇର ରାଷ୍ଟ୍ରପତି ଭାବେ ୫ ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଛନ୍ତି। ସ୍ବତନ୍ତ୍ର ସଂସଦୀୟ ସଭାରେ ତାଙ୍କୁ ନିର୍ବାଚନ କରାଯାଇଛି।...

ରୁଷିଆରେ ସୈନ୍ୟ ସଙ୍କଟ

କିଭ୍‌/ମସ୍କୋ,୧୯ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା...

କରୋନା ମୃତ୍ୟୁ ସଂଖ୍ୟା ୭୪ ହଜାର ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୪୮ ହଜାର

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଇତିମଧ୍ୟରେ ୭୪ ହଜାର ୭୯୫ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ଏଥିରେ...

ତ୍ରୁଟିପୂର୍ଣ୍ଣ କିଟ୍‌ ପାଇଁ ରାପିଡ୍‌ ଟେଷ୍ଟ ବନ୍ଦ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୪(ପିଟି): କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଚାଇନାର ୨ଟି କମ୍ପାନୀରୁ ଭାରତକୁ ଆସିଥିବା କୋଭିଡ-୧୯ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌କୁ ବ୍ୟବହାର ନ କରିବାକୁ...

କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦...

Advertisement
Archives

Model This Week