ଗାନ୍ଧୀ ଲିଗାସି ଲିଭାଇବା ପ୍ରୟାସ

ତୁଷାର ଗାନ୍ଧୀ

ଭାରତ ସରକାର ଗୁଜରାଟ ସରକାରଙ୍କ ମାଧ୍ୟମରେ ସାବରମତି ଆଶ୍ରମର ପୁନଃବିକାଶ କରି ତାହାକୁ ବିଶ୍ୱସ୍ତରୀୟ ସ୍ମାରକୀ ପ୍ରତିଷ୍ଠା କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି। ଲଗାତର ଦୁଇବର୍ଷ ହେବ ଏଭଳି ଖବର ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ବି ବହୁ ଉଡ଼ାଖବର ବି ଶୁଣିବାକୁ ମିଳୁଛି। ହେଲେ ଏ ବାବଦରେ ଖୁବ୍‌ କମ୍‌ ସରକାରୀ ସୂଚନା ରହିଛି, ଯାହା ମନେ ହେଉଛି ସରକାରୀ ସ୍ତରରେ ସେମାନେ ସୂଚନା ଗୋପନ ରଖିବା ଲାଗି ଚାହଁୁଛନ୍ତି। ତେବେ ଏହି ସମୟ ମଧ୍ୟରେ ମୁଁ ଯେତେବେଳେ ସାବରମତି ଆଶ୍ରକୁ ପରିଦର୍ଶନରେ ଯାଇଛି ସେଠାରେ ଦୀର୍ଘଦିନ ଧରି ରହି ଆସୁଥିବା ଅନେକ ବାସିନ୍ଦାକୁ ଭେଟିଛି। ୧୯୧୭ରେ କସ୍ତୁରବା ଗାନ୍ଧୀ ଓ ବାପୁ
(ମହାମତ୍ାଗାନ୍ଧୀ)ଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଆଶ୍ରମ ଅନ୍ତେବାସୀଙ୍କର ଏମାନେ ବଂଶଜ ଓ ଶହେ ବର୍ଷରୁ ଉଦ୍ଧ୍ୱର୍ର୍ ସମୟ ଧରି ସେଠାରେ ରହି ଆସୁଛନ୍ତି।
୧୨ ମାର୍ଚ୍ଚ ୧୯୩୦ରେ ଯେତେବେଳେ ବାପୁ ଦାଣ୍ଡିି ପଦଯାତ୍ରାରେ ବାହାରିଲେ, ସେତେବେଳେ ଭାରତ ସ୍ବାଧୀନ ନ ହେବା ଯାଏ ଆଶ୍ରମକୁ ଫେରିବେ ନାହିଁ ବୋଲି ଶପଥ ନେଇଥିଲେ। ୧୯୩୩ରେ ତାଙ୍କ ଶପଥ ଭଙ୍ଗ କରିଥିଲେ। ଦାଣ୍ଡି କଚ୍ଛ ଏବଂ ପରେ ପରେ ଦେଶବ୍ୟାପୀ ଲବଣ ସତ୍ୟାଗ୍ରହ ପରିପେକ୍ଷୀରେ ବ୍ରିଟିଶ ଶାସକ ଅହିଂସା ଆନ୍ଦୋଳନକୁ ଦବାଇ ଦେବା ଲାଗି ନିଷ୍ଠୁରତା ପ୍ରକାଶ କରିଥିଲେ। କୃଷକ ଏବଂ ସତ୍ୟାଗ୍ରହୀମାନେ ବ୍ରିଟିଶ୍‌ ସରକାରର ଦମନଲୀଳାର ଶିକାର ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିଥିଲେ। ସେମାନଙ୍କ ସମ୍ପତ୍ତି ଜବତ କରାଯିବା ସହ ସେମାନଙ୍କ ଅଧିକାର ଛିନ୍ନ କରାଗଲା । ସେମାନଙ୍କୁ ସବୁ ସୁବିିଧାରୁ ବଞ୍ଚିତ କରାଗଲା। ସେମାନେ ବେସାହାରା ପାଲଟିଗଲେ। ଏହା ବାପୁଙ୍କୁ ଖୁବ୍‌ ଅଘାତ ଦେଲା ଏବଂ ବିଟିଶ ସରକାରଙ୍କର ଏଭଳି ନିଷ୍ଠୁରତାର ପ୍ରତିବାଦର ପ୍ରତୀକ ଭାବେ ସାବରମତି ଆଶ୍ରମକୁ ସେମାନଙ୍କ ହାତରେ ସମର୍ପଣ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ସେ ଇଂରେଜ ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ , ସେଥିପାଇଁଁ ସେ ନିଜେ ଦଣ୍ଡ ପାଇବା ଉଚିତ ବୋଲି ବିଶ୍ୱାସ କରୁଥିଲେ। ବାପୁଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ତାଙ୍କ ସହକର୍ମୀମାନେ ଯେତେବେଳେ ଜାଣିବାକୁ ପାଇଲେ ସେମାନେ ଏହା ବିରୋଧରେ ଦୃଢ ସ୍ବର ଉତ୍ତୋଳନ କଲେ। ପରେ ବାପୁଙ୍କ ବରିଷ୍ଟ ସହଯୋଗୀ ଠାକର ବାପ୍ପା ଏଭଳି କଠୋର ନିଷ୍ପତ୍ତି ନ ନେବା ଲାଗି ତାଙ୍କୁ ବୁଝାଇଲେ। ବାପୁ ତା’ପରେ ଏଥିରୁ ନିବୃତ୍ତ ରହିଲେ ଏବଂ ଆଶ୍ରମକୁ ହରିଜନ ସେବକ ସଂଘକୁ ହସ୍ତାନ୍ତର କରିଥିଲେ। ସବୁଦିନ ପାଇଁ ହରିଜନଙ୍କ ବିକାଶ ଓ ହିତ ପାଇଁ ଆଶ୍ରମକୁ ବ୍ୟବହାର କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ। ସେ ତାଙ୍କ ୧୩ ବର୍ଷର ଆଶ୍ରମ ରହଣିକୁ ବିଦାୟ ଦେଇ ଆଶ୍ରମ ପରିଚାଳକ ମଗନଲାଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଥିତ୍ଲେ ଯେ, ଯେଉଁମାନେ ଆଶ୍ରମ ସମ୍ପତ୍ତିିର ଅଧିକାରୀ ଭାବେ ରହିଛନ୍ତି ସେମାନେ ସମସ୍ତେ ବାପୁ ଓ କସ୍ତୁରବାଙ୍କ ବିଚାରଧାରା ଅନୁଯାୟୀ ଆଶ୍ରମରେ ଯେତେ ଦିନ ପାରିବେ ରହିବେ ବୋଲି ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତା’ପରଠାରୁ ସେତେବେଳେ ଆଶ୍ରମରେ ରହୁଥିବା ପରିବାରଗୁଡ଼ିକର ବଂଶଜ ଏବେ ବି ଆଶ୍ରମରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସିଲେଣି। ବର୍ତ୍ତମାନ ସେମାନେ ବେଦଖଲ ଓ ସମ୍ପୂର୍ଣ୍ଣ ବିସ୍ଥାପିତ ହେବା ଭଳି ସମ୍ଭାବ୍ୟ ପରିସ୍ଥିତିକୁ ସାମ୍ନା କରିଛନ୍ତି। ଏଣୁୁ ଗତ ଦୁଇବର୍ଷ ହେବ ଯେତେବେଳେ ମୁଁ ଆଶ୍ରମକୁ ଯାଏ ସେଠାକାର ଏହି ଲୋକମାନେ ସରକାରଙ୍କ ପ୍ରସ୍ତାବକୁ ନେଇ ଭୟଭୀତ ଥିବା ମୁଁ ଅନୁଭବ କରିଛି। ଆଶ୍ରମକୁ ତଥା ସେମାନଙ୍କ ଘରକୁ ସୁରକ୍ଷିତ ରଖିବା ଲାଗି ସେମାନେ ମୋତେ ବ୍ୟାକୁଳ ନିବେଦନ କରିଛନ୍ତି। ମୁଁ ସେଇଠି ବଢ଼ିଛି ଓ ଆଶ୍ରମରେ ରହୁଥିବା ପରିବାରଗୁଡ଼ିକ ସଦସ୍ୟମାନଙ୍କ ମଧ୍ୟରୁ ଅନେକଙ୍କୁ ଜାଣିଛି। ବିସ୍ଥାପିତ ହେବାର ଭାବନା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି, ବାସ୍ତବିକ ସେମାନେ ନିରାଶ ଓ ଚିନ୍ତାଜନକ ସ୍ଥିତିରେ ରହିଛନ୍ତି।
ଆଶ୍ରମକୁ ଅଧିକାର କରି ପୁନଃ ନିର୍ମାଣ ଯୋଜନାରେ ସରକାର ବେଶ୍‌ ଆଗୁଆ ଥିବା ସମ୍ପର୍କିତ ବିଭିନ୍ନ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଥିପାଇଁ ସ୍ଥପତିଙ୍କୁ ନିଯୁକ୍ତି ଦିଆଯାଇଛି। ଦେଖାଯାଉଛି, ଏସବୁୁ ଖବରରେ ତାଳମେଳ ନାହିଁ। ଜଣେ କହୁଛି, ୧୯୪୭ରେ ଭାରତ ସ୍ବାଧୀନ ହେବାବେଳର ଆଶ୍ରମ ଫଟୋ ସରକାରଙ୍କ ପାଖରେ ରହିଛି ଓ ସରକାର ଆଶ୍ରମକୁ ସେହି ସ୍ଥିତିକୁ ଫେରାଇ ନେବାକୁ ଚାହଁୁଛନ୍ତି। ଏହି ପଦକ୍ଷେପର ପ୍ରଭାବ ମନ୍ଦ। ଜଣାଶୁଣା ସ୍ଥପତି ଚାଲର୍‌ସ କୋରେଆଙ୍କ ଡିଜାଇନରେ ପ୍ରତିଷ୍ଠିତ ତଥା ବହୁ ପୁରସ୍କାର ବିଜୟୀ ସଂଗ୍ରହାଳୟକୁ ହଟାଇ ଦିଆଯିବ। ଏହା ପଛର କାରଣ ହେଉଛି ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ତତ୍ତ୍ୱାବଧାନରେ କରାଯିବା ସହ ତାଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଥିଲା। ଅନ୍ୟ ଏକ ରିପୋର୍ଟ ଦାବି କରିଛି ଯେ, ଏହାକୁ ଏକ ବିଶ୍ୱସ୍ତରୀୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ କରାଯିବାର ଯୋଜନା କରାଯାଇଛି। ହରିଜନଙ୍କ ଉତ୍‌ଥାନ ଓ ହିତ ପାଇଁ ସାବରମତି ଆଶ୍ରମ କାର୍ଯ୍ୟ କରିବା ଜରୁରୀ ବୋଲି ବାପୁ ସ୍ପଷ୍ଟ କହିଛନ୍ତି । ତେବେ ଏହି ପ୍ରସ୍ତାବିତ ପୁନଃ ନିର୍ମାଣ କିପରି ବାପୁଙ୍କ ଲକ୍ଷ୍ୟ ହାସଲ କରିବ। ଆଶ୍ରମ ହତାରେ ରହୁଥିବା ହରିଜନ ପରିବାରଗୁଡ଼ିକ ପ୍ରସ୍ତାବିତ ପୁନଃ ନିର୍ମାଣ ଯୋଗୁ ଉଚ୍ଛେଦର ଶିକାର ହେବେ। ଏହାଦ୍ୱାରା ସେମାନେ କିି ଲାଭ ପାଇବେ । ଇଂରେଜ ସରକାର ଜୋରଜବରଦସ୍ତ କୃଷକ ଓ ସତ୍ୟାଗ୍ରହୀମାନଙ୍କ ଘର ଜବତ କରିବା ଘଟଣା ବାପୁଙ୍କୁ ଗଭୀର ଦୁଃଖ ଦେଉଥିଲା। ଏବେ ଭାରତ ସରକାର କାହଁିକି ଇରେଜ ଶାସନ ଭଳି ସତ୍ତାବାଦୀ ଓ ଅତ୍ୟାଚାରୀ ଭାବେ କାମ କରୁଛନ୍ତି।
ଏହି ସବୁ କଥା ସହ ସରକାରଙ୍କ ଯୋଜନା ଓ ତା’ ଉଦ୍ଦେଶ୍ୟ ସମ୍ପର୍କରେ ବହୁତ କିଛି ବେସରକାରୀ ସୂତ୍ରରୁ ଜଣାପଡିଛି। ହେଲେ ଏ ବାବଦରେ କିଛି ବି ସରକାରୀ ଭାବେ କୁହାଯାଇ ନାହିଁ। ଗୋଟିଏ କଥା ନିଶ୍ଚିତ, ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରୋଜେକ୍ଟ। ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ପ୍ରୋଜେକ୍ଟ ଭଳି ଏହା ଆମକୁ ବିନା ପ୍ରତିରୋଧରେ ମାନିନେବାକୁ ବାଧ୍ୟ କରାଯାଉଛି । ଆମ ସ୍ବରକୁ ଦବାଇ ଦିଆଯାଉଛି। ଏବେ ଆଶ୍ରମ ବାସିନ୍ଦା ମୋତେ ବହୁତ କିଛି ତଥ୍ୟ ଦେଇଛନ୍ତି। କିନ୍ତୁ ସାବରମତି ଆଶ୍ରମର ସଂରକ୍ଷକ ଓ ତତ୍ତ୍ୱାବଧାରକ ଭାବେ କାଯର୍‌ୟ କରୁଥିବା ଟ୍ରଷ୍ଟଗୁଡ଼ିକର ଅନେକ ସଦସ୍ୟଙ୍କ ସହ ମୁଁ କଥା ହୋଇଥିଲିି । ସେମାନେ ବାରମ୍ବାର କହିଥିଲେ ଯେ, ସେମାନଙ୍କ ପାଖରେ ଏ ବାବଦରେ କୌଣସି ଖବର ନାହିଁ। ଏପରିକି ଏବେ ସୁଦ୍ଧା ସରକାରଙ୍କ ତରଫରୁ କିଛି ସୂଚନା ଦିଆଯାଇନାହିଁ। ଆଶ୍ରମର ବାସିନ୍ଦା କହନ୍ତି , ସେମାନଙ୍କୁ କ୍ଷତିପୂରଣ ନେବାକୁ ଅନୁରୋଧ କରାଯାଇଛି । ଆଉ କେତେକେ କହନ୍ତି, କ୍ଷତିପୂରଣ ନେଇ ଚୁପଚାପ ବାହାରିଙ୍‌ଯିବାକୁ କିମ୍ବା ଉଚ୍ଛେଦକୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ଧମକ ଦିଆଯାଇଛି। ତଥାପି ଟ୍ରଷ୍ଟିଗୁଡ଼ିକ ନିକଟରେ କୌଣସି ସରକାରୀ ଖବର ନାହିଁ। ତେବେ ସମ୍ପୂର୍ଣ୍ଣ ବିଷୟର ମନ୍ଦ ଉଦ୍ଦେଶ୍ୟ ବାରି ହୋଇପଡୁଛି। ନଚେତ କାହିଁକି ଗୋପନୀୟତାର ଆଭରଣ ଢାଙ୍କିି ଦିଆଯାଇଛି। ସରକାରୀ ଗୋପନୀୟତାର ରହସ୍ୟ କ’ଣ। ସାବରମତି ଆଶ୍ରମରେ କ’ଣ ଘଟୁଛି ଏହା ତାହାର ଜ୍ୱଳନ୍ତ ସ୍ଥିତି।
ବାପୁ କହିଥିଲେ,ମୋ ଜୀବନ ହିଁ ମୋର ବାର୍ତ୍ତା। ଏହା ହିଁ ତାଙ୍କର ଲିଗାସୀ। ଏବକାର ସମୟରେ ସେହି ମହାମାନବଙ୍କ ସରଳତା, ସ୍ପଷ୍ଟୋକ୍ତି , ମିତବ୍ୟୟିତାକୁ ହୃଦୟଙ୍ଗମ କରିବା ଭାରି କଷ୍ଟ। ତାଙ୍କ ଜୀବନ ଥିଲା ବାସ୍ତବରେ ସ୍ବଚ୍ଛ। ଏଭଳି ଜଣେ ମଣିଷ ଥିଲେ ତାହା ଏବକାର ସମୟରେ ଭାବିବା କଷ୍ଟ। ସାବରମତି ଆଶ୍ରମ ଓ ଓ୍ବାର୍ଦ୍ଧାର ସେବାଗ୍ରାମ ମଣିଷର ସରଳତା ଏବଂ ତା’ର ମିତବ୍ୟୟିତା ଓ ସ୍ବଚ୍ଛତାର ସାଦୃଶ୍ୟ ପ୍ରତୀକ ଭାବେ ଦଣ୍ଡାୟମାନ। ସାବରମତି ଆଶ୍ରମକୁ ପରିଦର୍ଶନରେ ଯାଇଥିବାବେଳେ ମୁଁ ଶୁଣିଛି ହୃଦୟକୁଞ୍ଜରେ ପିଲାମାନେ ସେମାନଙ୍କ ଅଭିଭାବକମାନଙ୍କୁ ପଚାରନ୍ତି , ଏଭଳି କ’ଣ ଜଣେ ମହାମାନବ ଏପରି ଏକ ଛୋଟ ଓ ନିରାଡମ୍ବର କୁଟିରରେ ରହୁଥିଲେ? ସେ କ’ଣ ଖୋଲା ଜାଗାରେ ବସି କାମ କରୁଥିଲେ? ସାବରମତି ଆଶ୍ରମରେ ହୃଦୟକୁଞ୍ଜ ଏବଂ ସେବାଗ୍ରାମରେ ବାପୁ କୁଟିରକୁ ଦେଖିଲେ ଏବକାର ପିଢ଼ିିଙ୍କର ଏହା ବିଶ୍ୱାସ ହେବ ।
ଯେତେବେଳେ ଏଗୁଡ଼ିକ ବିଲୁପ୍ତ ହୋଇଯିବ ବାପୁ ସେତେବେଳେ ଏକ କାହାଣୀ ପାଲଟି ଯିବେ।
ବାପୁଙ୍କ ଜୀବନର ବିଚାର ଓ ଲିଗାସିକୁ ପ୍ରତିଷ୍ଠାପିତ କରିଛି ସାବରମତି ଆଶ୍ରମ। ଏହା ବିରଳ। ଏହା ସରଳ ଏବଂ ମିତବ୍ୟୟିତାର ସ୍ପଷ୍ଟ ପ୍ରତୀକ। ଯେଉଁମାନେ ବାପୁଙ୍କ ଜୀବନ ଓ ବିଚାରକୁ ହୃଦୟଙ୍ଗମ କରନ୍ତି ସେମାନେ ଜାଣନ୍ତି ତାହା ତାଙ୍କର ପ୍ରକୃତ ଲିଗାସି । ସାବରମତି ଆଶ୍ରମ ହିଁ ତାହା ଦର୍ଶାଏ। ଯେଉଁମାନେ କେବେ ବି ବାପୁଙ୍କୁ ବୁଝିବାକୁ ଚେଷ୍ଟା କରି ନାହାନ୍ତି ଓ ଆଶ୍ରମକୁ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ କରିବାକୁ ଚାହଁୁଛନ୍ତି ସେମାନଙ୍କୁ ଗାନ୍ଧୀ ବିଚାରକୁୁ ଅନୁକରଣ କରିବାକୁ ଛାଡିଦିଆଯାଉ। ଆଶ୍ରମକୁ ସୁରକ୍ଷିତ ରଖିବା କି ଅଧିକ ଆକର୍ଷଣୀୟ କରିବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ। ଆଶ୍ରମକୁ ଏବଂ ଗାନ୍ଧିଜୀ ଲିଗାସୀକୁ ବିଲୋପ କରିଦେବା ସେମାନଙ୍କ ଲକ୍ଷ୍ୟ । ବାପୁ ଓ କସ୍ତୁରବାଙ୍କ ରହଣିସ୍ଥଳ ତଥା ସ୍ବାଧୀନତା ସଂଗ୍ରାମର ପ୍ରତୀକ ସବାରମତି ଆଶ୍ରମକୁ ପର୍ଯ୍ୟଟନ ପ୍ଲାଜା ଓ ମନୋବିନୋଦନ ପାର୍କ କରିବା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ। ତେବେ ପ୍ରଶ୍ନ ଏବେ ସାବରମତିର ସୁରକ୍ଷା ଉପରେ ନୁହେଁ, ବରଂ ଏହା ବାପୁୁ ଲିଗାସୀର ସୁରକ୍ଷା ଉପରେ ପର୍ଯ୍ୟବସିତ।
ଶାନ୍ତି କର୍ମୀ ତଥା ମହାମତ୍ା ଗାନ୍ଧୀ ଫାଉଣ୍ଡେଶନ୍‌ର ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri