ଦୋଷ ଖସାଇବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୧୫ା୧୧: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମାର୍ଚ୍ଚ ୧୩ରୁ ୨୦୨୧ ମଧ୍ୟରେ ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ଛଟେଇ କରିବାକୁ ରାଜ୍ୟ ସରକାର ଗତ ୧୧ତାରିଖରେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ସମ୍ପର୍କିତ ଚିଠି ପାଇବା ପରେ ମେଡିକାଲ କର୍ତ୍ତୃପକ୍ଷ ଶୁକ୍ରବାର ରାତିରେ ୧୧ ପାରା ମେଡିକାଲ କର୍ମଚାରୀଙ୍କୁ ଛଟେଇ କରିଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ଲାବୋରେଟୋରି ଟେକ୍ନିସିଆନ୍‌, ୫ ଫାର୍ମାସିଷ୍ଟ, ୩ ରେଡିଓଗ୍ରାଫର ଅଛନ୍ତି। ଅନ୍ୟପଟେ ଏଭଳି ବେଆଇନ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ଥିବା କର୍ମଚାରୀ ଏବେ କିଭଳି ନିଜ ମୁଣ୍ଡରୁ ଦୋଷ ଖସାଇବେ ସେ ନେଇ କସରତ ଆରମ୍ଭ କରିଛନ୍ତି। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ସେମାନେ ଏବେ ଭୁବନେଶ୍ୱରରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୦୦ରୁ ଊର୍ଦ୍ଧ୍ୱ ଔଷଧୀୟ ଚାରା ରୋପଣ

ଛେଣ୍ଡିପଦା,୭।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ରବିବାର ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁଙ୍କ ଅଧ୍ୟକ୍ଷତାରେ...

ଆଜି ମା’ ଲଙ୍ଗ ବାଉତୀଙ୍କ ପୌଷ ପୂର୍ଣ୍ଣମୀ ଯାତ୍ରା: ଆକର୍ଷଣ ସାଜିବ ମହିଳା ପାଇକ ଖେଳ

ବଅଁରପାଳ, ୧୦।୧(ଡି.ଏନ.ଏ.) – ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା’ ଲଙ୍ଗ ବାଉତୀଙ୍କ ବାର୍ଷିକ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ...

ଅସହାୟଙ୍କୁ ସହାୟ ହେଲେ ସାମାଜିକ କର୍ମୀ: ଠିକଣା ଖୋଜିଲେ, ପରିବାର ସହ ଭେଟକଲେ

ଅନୁଗୋଳ ଅଫିସ, ୧୬।୧୨: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇ ୬ ମାସ ହେଲା ଅସହାୟ ଅବସ୍ଥାରେ ମେଡିକାଲରେ ପଡିରହିଥିବା ଜଣେ ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି...

ବଅଁରପାଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: କ୍ଲବ, ଭଡ଼ା ଘରେ ଚାଲିଛି ଡାକ୍ତରଖାନା

ବଅଁରପାଳ, ୨୮।୬(ଡି.ଏନ.ଏ.)- ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏହାର ଭିନ୍ନଚିତ୍ର ନଜରକୁ ଆସିଛି।...

କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪ ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ବନ୍ତଳା, ୩୦ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା କରତପଟା ବିଟ ଅଧୀନ କରଡ଼ାଶିଙ୍ଗ ଗ୍ରାମରେ ସୋମବାର ସକାଳେ ଭାଲୁ ଆକ୍ରମଣରେ ଜିତୁ ଦେହୁରୀ (୨୫) ଗୁରୁତର...

ସିବିଏସ୍‌ଇ ପରୀକ୍ଷା ଫଳାଫଳ ପ୍ରକାଶ: ଟପ୍‌ ତାଲିକାରେ ନାଲ୍‌କୋ ଛାତ୍ର

ବଅଁରପାଳ,୧୫ା୭(ଡି.ଏନ୍‌.ଏ.): କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ନାଲ୍‌କୋ ଡିପିଏସ୍‌ର ଛାତ୍ରୀଛାତ୍ର ବେଶ୍‌ ସଫଳତା ହାସଲ...

ଧାନବିଲ ଜଗିଥିବା ସମୟରେ ଚାଷୀଙ୍କୁ ମାରିଦେଲା ହାତୀ

ମାଧପୁର,୨୧ା୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳ ପୁରୁଣା ମାଣତ୍ରି ପଞ୍ଚାୟତ ଅଧୀନ ରାଜିଙ୍ଗ ଗ୍ରାମରେ ଅଘଟଣ ଘଟିଛି। ଧାନବିଲ ଜଗିଥିବା ସମୟରେ...

Advertisement
Archives

Model This Week