ପ୍ରଶାସନ ନ ଶୁଣିବାରୁ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା ଅଫିସ, ୫।୧: ରାଜ୍ୟରେ ଦିନକୁ ଦିନ ଅନ୍‌ଲାଇନ ଠକେଇ ଘଟଣା ବଢ଼ିବାରେ ଲାଗିଛି। ଦୈନିକ ଅନେକ ବ୍ୟକ୍ତି ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି। ଖୋର୍ଦ୍ଧା ଜିଲାରେ ଏଭଳି ଏକ ଠକେଇ ଘଟଣା ସାମ୍ନାକୁ ଆସିଛି। ସାଇବର ଠକଙ୍କ ଲୋଭରେ ଫସି ଜଣେ ବ୍ୟବସାୟୀ ୧୬ ଲକ୍ଷ ୩୨ ହଜାର ଟଙ୍କା ହରାଇବା ପରେ ପୋଲିସ ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସବୁଠି ନିରାଶ ହେବା ପରେ ଶେଷରେ ସେ ସୋମବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ପୋଲିସ ତାଙ୍କୁ କାବୁ କରି ଟାଉନ ଥାନାକୁ ନେଇଥିଲା। ସେଠାରେ ତାଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଯାଞ୍ଚ କରିଥିଲା। ପରେ ଏସ୍‌ପି ଉକ୍ତ ଠକେଇ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ବାଙ୍କେଇ ଗ୍ରାମର ବ୍ୟବସାୟୀ ବ୍ରଜବନ୍ଧୁୁ ସାହୁଙ୍କର ଏକ ସରକାରୀ କାଠଗୋଲା ରହିଛି। ୨୦୧୯ରେ ଅନ୍‌ଲାଇନରେ ପୋଲାଣ୍ଡର ଏକ ଘରୋଇ ସଂସ୍ଥା ଶାଗୁଆନ କାଠ କିଣାବିକା କରୁଥିବା ସେ ଜାଣିବାକୁ ପାଇଥିଲେ। କାଠ କିଣିବା ଲାଗି ସେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଆବଶ୍ୟକ କାଗଜପତ୍ର ସହ ୨୩ଲକ୍ଷ ଟଙ୍କା ଡିପୋଜିଟ କରିବା ପରେ ପାରାଦ୍ୱୀପ ପୋର୍ଟରେ ୭ଟି କଣ୍ଟେନରରେ କାଠ ପଠାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ବ୍ରଜବନ୍ଧୁ ଅଗଷ୍ଟ ୧ରେ ପ୍ରଥମ ପର୍ଯ୍ୟାୟରେ ୧୬ଲକ୍ଷ ୩୨ହଜାର ଟଙ୍କା ଜମା କରିଥିଲେ। କାଠ ପାରାଦୀପ ପୋର୍ଟରୁ ଘରେ ପହଞ୍ଚିବା ପରେ ଅବଶିଷ୍ଟ ୫ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ଉକ୍ତ କମ୍ପାନୀର ଏଜେଣ୍ଟ କହିଥିଲେ। ଏଜେଣ୍ଟଙ୍କ କଥାନୁସାରେ ବ୍ରଜବନ୍ଧୁ ଅଗଷ୍ଟ ୩୧ରେ କମ୍ପାନୀର କାଗଜପତ୍ର ଧରି ପାରାଦୀପ ପୋର୍ଟକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେ ଏ ନେଇ ତୁରନ୍ତ ବୋଲଗଡ଼ ପୋଲିସକୁ ଯୋଗାଯୋଗ କରିଥିଲେ। ତେବେ ଏହା ସାଇବର ଅପରାଧ ହୋଇଥିବାରୁ ତାଙ୍କୁ କଟକ ସାଇବର ସେଲ୍‌ରେ ଅଭିଯୋଗ କରିବାକୁ ପୋଲିସ କହିଥିଲା। ପରେ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟଙ୍କା ଫେରି ପାଇବା ଆଶାରେ ବାରମ୍ବାର ସାଇବର ଥାନାକୁ ଦୌଡ଼ିଥିଲେ। ମାତ୍ର ଘଟଣାର ତଦନ୍ତ ଚାଲିଛି କହି ପୋଲିସ ତାଙ୍କୁ ଫେରାଇ ଦେଉଥିଲା। ଏ ନେଇ ସେ ଜିଲା ପ୍ରଶାସନଠାରୁ ଆରମ୍ଭକରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅଭିଯୋଗ ଜଣାଇ ନିରାଶ ହେବା ପରେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ। ୧୫ ଦିନ ତଳେ ଘଟଣା ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ନ୍ୟାୟ ନ ପାଇଲେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ପ୍ରଶାସନ ଚୁପ୍‌ ବସିଥିଲା। ପୂର୍ବ ଘୋଷଣା ମୁତାବକ ସୋମବାର ପୂର୍ବାହ୍ନ ସାଢେ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ରଜବନ୍ଧୁ ପହଞ୍ଚି ଦେହରେ କିରୋସିନ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ସମୟରେ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ କାବୁ କରିଥିଲେ। ଏ ନେଇ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, ଆତ୍ମାହୂତି ଉଦ୍ୟମ ବେଳେ ବ୍ରଜବନ୍ଧୁଙ୍କୁ ଟାଉନ ଥାନା ପୋଲିସ କାବୁ କରିଛି। ସେ ଏପରି ଆଉ ଭୁଲ କରିବେ ନାହିଁ ବୋଲି ଖୋର୍ଦ୍ଧା ଉପଜିଲାପାଳଙ୍କ କୋର୍ଟରେ ଲିଖିତନାମା ଦେଇଛନ୍ତି। ନିଜ ଭୁଲ ଲାଗି ଅନୁତାପ କରିଛନ୍ତି। ବ୍ରଜବନ୍ଧୁ ନାଇଜେରିଆର ଏକ ସାଇବର ଠକେଇର ଶିକାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସମ୍ପର୍କରେ ମଧ୍ୟ ସେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ଏହା ଏକ ବଡ ର଼୍ୟାକେଟ। ଏହି ଠକେଇ ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜେଙ୍କ ସହ ମୁଁ ଆଲୋଚନା କରିଛି। ମଙ୍ଗଳବାର ବୋଲଗଡ଼ ଥାନାଧିକାରୀ ତାଙ୍କୁ ସାଥିରେ ଧରି କଟକ କ୍ରାଇମବ୍ରାଞ୍ଚ ଅଫିସକୁ ଯିବେ। ସେଠାରେ ତାଙ୍କ ଅଭିଯୋଗର ତଦନ୍ତ କରାଯିବ।

(ଆଡ୍‌୍‌ ପେଜ୍‌ରେ ଫଟୋ ଅଛି।)
୧ –
୨- ଆତ୍ମାହୂତି ଉଦ୍ୟମ କରୁଥିବା ବ୍ରଜବନ୍ଧୁୁ ସାହୁଙ୍କୁ ପୋଲିସ କାବୁ କରି ଥାନାକୁ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri