ଘରେ ପଶି ୨ ମହିଳାଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨୪ା୧: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରଘୁପତିନଗରରେ ଚାଲିଥିବା ଏକ ଟିୟୁସନ ଶିକ୍ଷକଙ୍କ ଘରେ ପଶି ସୋମବାର ଦୁଇ ଜଣ ମହିଳାଙ୍କୁ ହତ୍ୟା ଉଦ୍ୟମ ହୋଇଛି। ଏହି ଘଟଣାରେ ମାଧୁରୀ ପଣ୍ଡା(୩୭) ଗୁରୁତର ହୋଇଥିବା ବେଳେ ଟିଉସନ ଶିକ୍ଷକଙ୍କ ବଡ଼ ଭଉଣୀ ଝିଲି ସାହୁ ଆହତ ହୋଇଛନ୍ତି। ଉଭୟଙ୍କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିବା ବ୍ରହ୍ମପୁର ଏସ୍‌.ପି. ଡା. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଘଟଣା ବେଳେ ବ୍ୟବହୃତ କାତି ଜବତ ହୋଇଛି।
ଯେ, ରେଡ୍ଡିକା ସାହିର ମାଧୁରୀଙ୍କୁ ଲିଙ୍ଗରାଜ ପଣ୍ଡା ବାହା ହୋଇଛନ୍ତି। ଲିଙ୍ଗରାଜ ସ୍ତ୍ରୀ ଓ ଦୁଇଝିଅଙ୍କୁ ନେଇ ରଘୁପତିନଗର ତୃତୀୟ ଲାଇନ୍‌ରେ ରହୁଛନ୍ତି। ଦୁଇଝିଅ ଉକ୍ତ ସାହିରେ ସ୍ମୃତି ସାହୁଙ୍କ ଘରେ ଟିୟୁସନ ପଢ଼ନ୍ତି। ସୋମବାର ସନ୍ଧ୍ୟା ୭ଟା’ରେ ମାଧୁରୀ ଦୁଇ ଝିଅଙ୍କୁ ଟ୍ୟୁଉସନରୁ ଆଣିବାକୁ ଯାଇ ଉପର ମହଲା ସିଡ଼ି ଘରେ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ହଠାତ ଘର ଭିତରକୁ ପଶି ଆସି ମାଧୁରୀଙ୍କୁ କାତିରେ ଆକ୍ରମଣ କରିଥିଲେ। ମାଧୁରୀ ଚିତ୍କାର କରିବାରୁ ଟିଉସନ ଶିକ୍ଷୟିତ୍ରୀ ସ୍ମୃତିଙ୍କ ବଡ଼ ଭଉଣୀ ଝିଲି ଘଟଣାସ୍ଥଳକୁ ଯାଇଥିଲେ। ସେତେବେଳକୁ ଯୁବକ ଜଣକ ମାଧୁରୀଙ୍କ ହାଣି ରକ୍ତାକ୍ତ କରି ଦେଇଥିଲେ। ଝିଲି ଏହାର ପ୍ରତିବାଦ କରିବାରୁ ତାଙ୍କ ହାତରେ ମଧ୍ୟ କାତି ଚୋଟ ବାଜିିଥିଲା। ଘଟଣା ପରେ ଯୁବକ ଜଣକ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏହା ଜଣାପଡିବା ପରେ ନିକଟରେ ଚାଲିଥିବା ରକ୍ତଦାନ କାର୍ଯ୍ୟକ୍ରମରେ ଥିବା କେତେକ ଜନପ୍ରତିନିଧି ଓ ଯୁବନେତା ସେଠାରେ ପହଞ୍ଚି ମାଧୁରୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ମାଧୁରୀଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହୋଇଛି। ଏଣୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଟି କାତି ଚୋଟ ବାଜିିଛି। ପୋଲିସ ଏହି ଘଟଣାରେ କାଳୁପାତ୍ର ସାହିର ଅଭିଯୁକ୍ତ ଯୁବକ ଶୁଭମ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖବର ଲେଖିବା ସୁଦ୍ଧା ଆକ୍ରମଣର କାରଣ ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ରାଜନୈତିକ ଉଷ୍ମତା: ନବୀନଙ୍କ ଆଗରେ କଣ୍ଟା ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ

ହିଞ୍ଜିଳିକାଟୁ, ୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ରାଜ୍ୟ ବିକାଶର ପ୍ରୟୋଗଶାଳା, ଦୁର୍ନୀତି, ଓଡ଼ିଆ ଅସ୍ମିତା, ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ଇସ୍ୟୁକୁ ନେଇ ହିଞ୍ଜିଳି ନିର୍ବାଚନ ମାହୋଲ...

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri