ପାକିସ୍ତାନର ଦ୍ୱିତୀୟ ବଡ ନୌସେନା ଏୟାର ବେସ ଉପରେ ଆକ୍ରମଣ, ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ

ଇସଲାମାବାଦ,୨୬।୩: ଆତଙ୍କବାଦୀମାନେ ସୋମବାର ରାତିରେ ପାକିସ୍ତାନର ବିଶୃଙ୍ଖଳିତ ବାଲୁଚିସ୍ତାନ ପ୍ରଦେଶର ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣର କଡା ଜବାବ ଦେବାକୁ ଯାଇ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏଥିସହିତ ଏହି ଆକ୍ରମଣରେ ସିଦ୍ଦିକ ଏୟାରବେସରେ କୌଣସି କ୍ଷତି ହୋଇ ନାହିଁ ବୋଳି କୁହାଯାଇଛି। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଆତଙ୍କବାଦୀମାନେ ବାଲୁଚିସ୍ତାନର ତୁର୍ବତ ଜଲାର ନୌସେନା ବେସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ହତ୍ୟା କରାଯାଇଥିଲା। ତେବେ ପାକିସ୍ତାନୀ ସେନା ଏପର୍ଯ୍ୟନ୍ତ ଏହି ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।
ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ସୋମବାର ରାତିରେ ଆତଙ୍କବାଦୀମାନେ ତୁର୍ବତ ଅନ୍ତର୍ଜାତୀୟ ବିମାନବନ୍ଦର (ଟିୟୁକେ) ଏବଂ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେଶନ ପିଏନଏସ ସିଦ୍ଦିକ ଉପରେ ଆକ୍ରମଣ କରିଥିଲେ। ଉଭୟ ବେସ୍‌ ନିକଟରେ ପ୍ରବଳ ଗୁଳି ବିନିମୟ ହୋଇଥଲା। ବାଲୁଚିସ୍ତାନ ପୋଷ୍ଟର ସମ୍ବାଦ ଏଜେନ୍ସି ଏଏନଆଇ କହିଛି ଯେ ତୁର୍ବତରେ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ନୌସେନା ଏୟାର ଷ୍ଟେଶନ ପିଏନଏସ ସିଦ୍ଦିକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଅଞ୍ଚଳରେ ଅନେକ ବିସ୍ଫୋରଣ ହୋଇଥିବା ମଧ୍ୟ ସୂଚନା ମିଳିଛି। ଆତଙ୍କବାଦୀ ଆକ୍ରମଣ ପରେ ସ୍ବାସ୍ଥ୍ୟ ଅଧିକାରୀମାନେ ତୁର୍ବତ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ଏବଂ ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?