ନମାଜ ପାଠ ସମୟରେ ମସଜିଦରେ ଆକ୍ରମଣ

କାଡୁନା,୩।୯: ନାଇଜେରିଆର ଉତ୍ତର-ପଶ୍ଚିମ କାଡୁନା ରାଜ୍ୟରେ ଏକ ମସଜିଦ ଉପରେ ଆକ୍ରମଣ କରିଛନ୍ତି କିଛି ଅଜ୍ଞାତ ବନ୍ଧୁକଧାରୀ। ନମାଜ ପାଠ ସମୟରେ ଆକ୍ରମଣ ହେବାରୁ ପ୍ରାୟ ୭ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ପୋଲିସ ସୂଚନା ଦେଇଛି।

କାଡୁନା ପୋଲିସର ମୁଖପାତ୍ର ମାନସୁର ହାରୁନା କହିଛନ୍ତି, ଏହି ଆକ୍ରମଣ ବିଳମ୍ବିତ ରାତିରେ ରାଜ୍ୟର ଇକାରା ଅଞ୍ଚଳର ଦୁର୍ଗମ ସାୟା ଗ୍ରାମରେ ଘଟିଛି। ଏହି ସମୟରେ ସମସ୍ତେ ନମାଜ ପାଠ ପାଇଁ ମସଜିଦରେ ଏକାଠି ହୋଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନମାଜ ପାଠ ସମୟରେ ମସଜିଦ ଭିତରେ ପାଞ୍ଚ ଜଣଙ୍କୁ ଗୁଳି କରାଯାଇଥିଲା ଏବଂ ଅନ୍ୟ ଦୁଇଜଣଙ୍କୁ ଗାଁ ବାହାରେ ଗୁଳି କରାଯାଇଥିଲା।

ଗତ ତିନି ବର୍ଷ ଧରି ନାଇଜେରିଆର ଉତ୍ତର-ପଶ୍ଚିମ ଭାଗରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗ୍ୟାଙ୍ଗ ହଇଚଇ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ହଜାର ହଜାର ଲୋକଙ୍କୁ ଅପହରଣ କରି ଶହ ଶହ ଲୋକଙ୍କୁ ହତ୍ୟା କରିଛନ୍ତି। ଯାତାୟତ ପାଇଁ ସଡ଼କ ପଥକୁ ଏମାନେ ଅସୁରକ୍ଷିତ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟରଲ୍ୟାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର…

‘ହିଂସାର ମୁକାବିଲା ସମାନ ଭାଷାରେ ଦିଆଯିବ’ – ଇରାନକୁ କଡ଼ା ଚେତାବନୀ ଦେଲେ ଆମେରିକାର ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୭।୬: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି, ଯାହା ଦୁଇ ଦେଶ ମଧ୍ୟରେ…

ସରିବାକୁ ଯାଉଛି ଧାନ କିଣାବିକା ଅବଧି: ମଣ୍ଡିରେ ପଡିଛି ୪ଲକ୍ଷ ୩୮ହଜାର ବସ୍ତାଧାନ

ପଦ୍ମପୁର, ୨୭।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଗତ ଖରିଫ ଭଳି ଚଳିତବର୍ଷ ରବିରେ ମଧ୍ୟ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ ବିଭିନ୍ନ ସମସ୍ୟାର…

ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା,…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri