ବୃଦ୍ଧଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ

ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ବୃଦ୍ଧ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବୃଦ୍ଧ ମାହାଙ୍ଗା ଥାନା ଗୋତରା ଗ୍ରାମର ଗୌରାଙ୍ଗ ରାଉତ ବୋଲି ଜଣାପଡ଼ିଛି। ଗୁରୁବାର ସେହି ଗ୍ରାମର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ଏକ ଛେଳି କୌଣସି କାରଣରୁ ମରି ପଡ଼ିଥିଲା। ଛେଳି କିପରି ମଲା ତାହା ଜାଣିବାକୁ କାର୍ତ୍ତିକଙ୍କ ପରିବାର ସଦସ୍ୟ ଖୋଳତାଡ଼ ଆରମ୍ଭ କରିଥିଲେ। ତେବେ ଛେଳିଟିକୁ ଗୌରାଙ୍ଗ ମାରି ଦେଇଥିବା କାର୍ତ୍ତିକଙ୍କ ଭଣଜା ମନୋଜ ସାହୁ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ପୂର୍ବରୁ ଗୌରାଙ୍ଗଙ୍କୁ ଗୋତରା ଗ୍ରାମର ନରେନ୍ଦ୍ର ସାହୁ, କାର୍ତ୍ତିକ ସାହୁ, ଦେବେନ୍ଦ୍ର ସାହୁ, ରବୀନ୍ଦ୍ର ସାହୁ, ଶରତ ସାହୁ, ସୁବାସ ସାହୁ, ତୁଳସୀ ସାହୁ ସ୍ବାମୀ ନରେନ୍ଦ୍ର ଏବଂ ମନୁଆ ସାହୁ ସଂଘବଦ୍ଧ ଭାବେ ଠେଙ୍ଗା, ଭୁଜାଲି ଧରି ତାଙ୍କ ଘରେ ପହଞ୍ଚତ୍ ଆକ୍ରମଣ କରିଥିଲେ। ଏପରି କି ଗୌରାଙ୍ଗଙ୍କ ଦିବ୍ୟାଙ୍ଗ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପରେ ଗୌରାଙ୍ଗଙ୍କ ଘରେ ପଶି ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ପଥର ଫୋପାଡି ଘରର ଆଜବେଷ୍ଟସ ଭାଙ୍ଗି ଦେଇଥିଲେ। ଦମ୍ପତିଙ୍କୁ ସନ୍ଧ୍ୟାରେ ତାଙ୍କ ସର୍ମ୍ପକୀୟମାନେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହୋଇ ଫେରିବା ପରେ ଗୌରାଙ୍ଗ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଗୌରାଙ୍ଗ ଓ ତାଙ୍କ ସ୍ତ୍ରୀ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ପୋଲିସ କାହାରିକୁ ଗିରଫ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ଉଭୟ ପକ୍ଷରୁ ଅଭିଯୋଗ ହେବା ପରେ ୨ଟି ମାମଲା ରୁଜୁ ହୋଇଛି। ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ପୁଟିନ- ମୋଦିଙ୍କ ମଧ୍ୟରେ ବୈଠକ: ଆଲୋଚନା ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୩୧।୮: ଦୁଇ ଦିନିଆ କିର୍ଗିଜସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶକେକ୍‌ରେ ପହଞ୍ଚିବା ପରେ ସୋମବାର ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେଇଛନ୍ତି।…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଏନଏସି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଏନଏସି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

GDP ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩୧।୮: ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅର୍ଥନୀତିରେ ସକାରାତ୍ମକ ଉନ୍ନତି ଦେଖାଯାଇଛି। ଜିଡିପି ଅଭିବୃଦ୍ଧି ୭.୮% ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି…

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri