ପ୍ରସ୍ତାବିତ ସ୍ଥାନରେ ମିନି ଷ୍ଟାଡିୟମକୁ କ୍ରୀଡ଼ାବିତ୍‌ଙ୍କ ବିରୋଧ

ରାୟଗଡ଼ା ଅଫିସ,୩୦ା୧- ରାୟଗଡ଼ା ସହରରେ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଆମ୍ବଗୁଡାଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କ୍ରୀଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରସ୍ତାବିତ ସ୍ଥାନରେ ଶନିବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଖେଳାଳିମାନେ ସେଠାରେ ପହଞ୍ଚି ବିରୋଧ କରିଥିଲେ। ସୂଚନାଯୋଗ୍ୟ, ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ସରକାର ଅନୁଦାନ ଦେଇଛନ୍ତି। ହେଲେ ଉପଯୁକ୍ତ ସ୍ଥାନ ଚୟନ ନ ହେବା ଯୋଗୁ ୬ ମାସ ହେଲା ତାହା ପଡ଼ିରହିଛି। ଶେଷରେ ଆମ୍ବଗୁଡ଼ାସ୍ଥିତ ହାଇସ୍କୁଲ ପଡ଼ିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ନିରୁପଣ କରାଯାଇଥିଲା। ତେବେ ସେହି ସ୍ଥାନରେ ପ୍ରତ୍ୟେକ ଦିନ ଅନେକ କ୍ରୀଡ଼ାବିତ୍‌ ଅଭ୍ୟାସ କରୁଥିବାରୁ ଏହା ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ବୋଲି କହିଛନ୍ତି। ବିରୋଧ ପରେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ନିର୍ମାଣ କାମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଖେଳାଳିମାନେ ଜିଲାପାଳ ଅଫିସରେ ପହଞ୍ଚି ସେମାନଙ୍କ ସମସ୍ୟା ଜଣାଇଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ଏହି ପଡ଼ିଆକୁ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ନିର୍ମାଣ ପାଇଁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତିରେ ଚୟନ ହୋଇଥିବା ସ୍ଥାନରେ ହିଁ ମିନି ଷ୍ଟାଡିୟମ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri