ପ୍ରସ୍ତାବିତ ସ୍ଥାନରେ ମିନି ଷ୍ଟାଡିୟମକୁ କ୍ରୀଡ଼ାବିତ୍‌ଙ୍କ ବିରୋଧ

ରାୟଗଡ଼ା ଅଫିସ,୩୦ା୧- ରାୟଗଡ଼ା ସହରରେ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଆମ୍ବଗୁଡାଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କ୍ରୀଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରସ୍ତାବିତ ସ୍ଥାନରେ ଶନିବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଖେଳାଳିମାନେ ସେଠାରେ ପହଞ୍ଚି ବିରୋଧ କରିଥିଲେ। ସୂଚନାଯୋଗ୍ୟ, ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ସହରରେ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ସରକାର ଅନୁଦାନ ଦେଇଛନ୍ତି। ହେଲେ ଉପଯୁକ୍ତ ସ୍ଥାନ ଚୟନ ନ ହେବା ଯୋଗୁ ୬ ମାସ ହେଲା ତାହା ପଡ଼ିରହିଛି। ଶେଷରେ ଆମ୍ବଗୁଡ଼ାସ୍ଥିତ ହାଇସ୍କୁଲ ପଡ଼ିଆରେ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଥାନ ନିରୁପଣ କରାଯାଇଥିଲା। ତେବେ ସେହି ସ୍ଥାନରେ ପ୍ରତ୍ୟେକ ଦିନ ଅନେକ କ୍ରୀଡ଼ାବିତ୍‌ ଅଭ୍ୟାସ କରୁଥିବାରୁ ଏହା ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ ବୋଲି କହିଛନ୍ତି। ବିରୋଧ ପରେ ପ୍ରଶାସନ ପକ୍ଷରୁ ପୋଲିସ ଉପସ୍ଥିତିରେ ନିର୍ମାଣ କାମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଖେଳାଳିମାନେ ଜିଲାପାଳ ଅଫିସରେ ପହଞ୍ଚି ସେମାନଙ୍କ ସମସ୍ୟା ଜଣାଇଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ଏହି ପଡ଼ିଆକୁ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ନିର୍ମାଣ ପାଇଁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତିରେ ଚୟନ ହୋଇଥିବା ସ୍ଥାନରେ ହିଁ ମିନି ଷ୍ଟାଡିୟମ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଚାଲିଛି ପାଠପଢ଼ା

ଝରିଗାଁ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗୋମିଓଡ଼ା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପିଲାମାନେ ପାଠ ପଢୁଛନ୍ତି। ୧୯୮୦ ମସିହାରେ...

ଥମୁନି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ରାୟଗଡ଼ା ଅଫିସ,୧୪।୩- ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଅଡ଼ାଜାଲ ଗ୍ରାମରେ ରାସ୍ତା ନ ଥିବା ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଶନିବାର ଜଣେ...

୧୯ କୋଟି ଖର୍ଚ୍ଚ ହୋଇ ମଧ୍ୟ ଉପଭୋକ୍ତାଙ୍କ କାର୍ଯ୍ୟରେ ଆସୁନି ସବ୍‌ଷ୍ଟେଶନ

ମୁନିଗୁଡ଼ା,୬ା୯(ଡି.ଏନ୍‌.ଏ.): ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍‌ ଯୋଗାଇ ଦେବା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏବେବି ଏହାର ଲାଭ ଭଠାଇ...

ବହୁ ପ୍ରତୀକ୍ଷା ପରେ ୫୦୬ ଏକର ସିଲିଂ ଜମିକୁ ନିଜ ଦଖଲକୁ ନେଲେ ଜିଲା ପ୍ରଶାସନ

ରାୟଗଡ଼ା,୨୧/୧(ସ୍ୱ.ପ୍ର.)- ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରହିଥିବା ୫୦୬ ଏକର ସିଲିଂ ଜମି ନିଜ କବଜାକୁ ନେଲା ପ୍ରଶାସନ। ବନ୍ଦ ପଡ଼ିଥିବା ଜେଏସକୋ କାରଖାନା ଅଧିନରେ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଜେକେପୁର, ୫।୧୨-ରାୟଗଡ଼ା ଷ୍ଟେସନରୁ ୧୦କି.ମି. ଦୂର ସିଙ୍ଗାପୁର ରେଳ ଷ୍ଟେସନରେ ଗୁରୁବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା। ଉକ୍ତ ଟ୍ରେନ୍‌ଟି ବିଶାଖାପାଟଣାରୁ...

ସାପ କାମୁଡାରେ ମା’,ପୁଅ ମୃତ

ଉମରକୋଟ,୮।୬(ଡି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତର ମାଲପରା ଗ୍ରାମରେ ଶୁକ୍ରବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସାପ କାମୁଡାରେ ମା’ ଓ...

ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା

ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର...

ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ...

Advertisement
Archives

Model This Week