Posted inଜାତୀୟ

ସୀମାରେ ଚାଇନା ନିର୍ମାଣ କଲାଣି ୬୮୦ ଗ୍ରାମ

ଗାନ୍ଧୀନଗର, ୨୬।୯: ଭାରତ ସୀମାରେ ଚାଇନା ୬୮୦ଟି ସମୃଦ୍ଧ ଓ ଅତ୍ୟାଧୁନିକ ଗ୍ରାମ ନିର୍ମାଣ କରିଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଜିଂର ଗ୍ରାମ ନିର୍ମାଣ ସମ୍ପର୍କରେ ବିଶ୍ୱ ଆତଙ୍କବାଦ ନିରୋଧୀ ପରିଷଦର ଉପଦେଷ୍ଟା ବୋର୍ଡ ସୂଚନା ଦେଇଛି। ଭାରତର ସୀମାନ୍ତ ଅଞ୍ଚଳର ଲୋକମାନଙ୍କୁ ଉନ୍ନତ ଚାଇନା ଜୀବନଶୈଳୀ ପ୍ରତି ପ୍ରଲୋଭିତ କରିବା ଏବଂ ଚାଇନା ତରଫରୁ ଭାରତୀୟ ଅଞ୍ଚଳ ଉପରେ ନଜର ରଖିବା ଲାଗି ଏଭଳି ଗ୍ରାମ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଉଛି। ଉକ୍ତ ଗ୍ରାମଗୁଡ଼ିକରେ ଚାଇନାର ଲୋକେ ରହି ସ୍ଥାନୀୟ ଭାରତୀୟଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଚାଇନା ସରକାରରେ ସେମାନେ ବହୁତ ଭଲରେ ଥିବା ଭାରତୀୟମାନଙ୍କୁ ଜଣାଇବାକୁ ଚାହୁଁଛନ୍ତି। ସୀମାନ୍ତ ଲୋକମାନଙ୍କୁ ଭାରତ ବିରୋଧୀ କରାଇବା ପାଇଁ ଏହା ବେଜିଂ ଗୋଇନ୍ଦା ଓ ସୁରକ୍ଷା ବଳର ଯୋଜନା। ଚାଇନାର ଏଭଳି ଉଦ୍ୟମକୁ ପ୍ରତିହତ କରିବା ଲାଗି ଆମର ପୋଲିସ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିବା ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି। ଭାରତ ସରକାରଙ୍କ ପୂର୍ବତନ ସ୍ବତନ୍ତ୍ର ସଚିବ ବର୍ମା ଶୁକ୍ରବାର ଗାନ୍ଧୀନଗରସ୍ଥିତ ରାଷ୍ଟ୍ରୀୟ ରକ୍ଷା ୟୁନିର୍ଭସିଟି (ଆର୍‌ଆର୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରୋକ୍ତ ସୂଚନା ଦେଇଛନ୍ତି। ଚାଇନାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ଲାଗି ଅରୁଣାଚଳପ୍ରଦେଶ ପୋଲିସକୁ ଆର୍‌ଆର୍‌ୟୁରେ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଅରୁଣାଚଳପ୍ରଦେଶ ପୋଲିସ ଡିଜି ଆର୍‌.ପି. ଉପାଧ୍ୟାୟଙ୍କ ପରାମର୍ଶକ୍ରମେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍‌ଆର୍‌ୟୁ ଏଭଳି ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବର୍ମା କହିଛନ୍ତି।
ଇଣ୍ଟରନେଟ, ସୋସିଆଲ ମିଡିଆ ଆଦି ପ୍ରଯୁକ୍ତି କ୍ଷେତ୍ରରେ ଚୀନାମାନେ ବେଶ୍‌ ଆଗରେ। ସେମାନେ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ଗୁଡ଼ିକର ଉପଯୋଗ କରି ଭାରତୀୟକୁ ବିଭ୍ରାନ୍ତ କରୁଛନ୍ତି ଓ ଭୁଲ୍‌ ତଥ୍ୟ ଦେଉଛନ୍ତି। ସୀମାନ୍ତ ଲୋକମାନେ ଖୁବ୍‌ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ଚାଇନାର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଇବା ଲାଗି ପୋଲିସକୁ ପ୍ରଶିକ୍ଷଣ ଦିଆଯାଉଛି। ଅନୁପ୍ରବେଶ କରୁଥିବା ଚୀନାମାନେ ମାଣ୍ଡାରିନ୍‌ ଶିକ୍ଷାରେ କଥା ହେଉଥିବାରୁ ସୀମାନ୍ତ ପୋଲିସଙ୍କୁ ଉକ୍ତ ଭାଷା ଶିକ୍ଷା ଦିଆଯାଉଛି। ଆଗାମୀ ଦିନରେ ଆର୍‌ଆର୍‌ୟୁରେ ୫ ବର୍ଷୀୟା ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଥିବା ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?