Posted inଜାତୀୟ

ସୀମାରେ ଚାଇନା ନିର୍ମାଣ କଲାଣି ୬୮୦ ଗ୍ରାମ

ଗାନ୍ଧୀନଗର, ୨୬।୯: ଭାରତ ସୀମାରେ ଚାଇନା ୬୮୦ଟି ସମୃଦ୍ଧ ଓ ଅତ୍ୟାଧୁନିକ ଗ୍ରାମ ନିର୍ମାଣ କରିଛି, ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବେଜିଂର ଗ୍ରାମ ନିର୍ମାଣ ସମ୍ପର୍କରେ ବିଶ୍ୱ ଆତଙ୍କବାଦ ନିରୋଧୀ ପରିଷଦର ଉପଦେଷ୍ଟା ବୋର୍ଡ ସୂଚନା ଦେଇଛି। ଭାରତର ସୀମାନ୍ତ ଅଞ୍ଚଳର ଲୋକମାନଙ୍କୁ ଉନ୍ନତ ଚାଇନା ଜୀବନଶୈଳୀ ପ୍ରତି ପ୍ରଲୋଭିତ କରିବା ଏବଂ ଚାଇନା ତରଫରୁ ଭାରତୀୟ ଅଞ୍ଚଳ ଉପରେ ନଜର ରଖିବା ଲାଗି ଏଭଳି ଗ୍ରାମ ନିର୍ମାଣ କରାଯାଇଥିବା ବିଶ୍ୱାସ କରାଯାଉଛି। ଉକ୍ତ ଗ୍ରାମଗୁଡ଼ିକରେ ଚାଇନାର ଲୋକେ ରହି ସ୍ଥାନୀୟ ଭାରତୀୟଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଚାଇନା ସରକାରରେ ସେମାନେ ବହୁତ ଭଲରେ ଥିବା ଭାରତୀୟମାନଙ୍କୁ ଜଣାଇବାକୁ ଚାହୁଁଛନ୍ତି। ସୀମାନ୍ତ ଲୋକମାନଙ୍କୁ ଭାରତ ବିରୋଧୀ କରାଇବା ପାଇଁ ଏହା ବେଜିଂ ଗୋଇନ୍ଦା ଓ ସୁରକ୍ଷା ବଳର ଯୋଜନା। ଚାଇନାର ଏଭଳି ଉଦ୍ୟମକୁ ପ୍ରତିହତ କରିବା ଲାଗି ଆମର ପୋଲିସ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିବା ଉପଦେଷ୍ଟା ବୋର୍ଡ ସଦସ୍ୟ କ୍ରିଷନ ବର୍ମା କହିଛନ୍ତି। ଭାରତ ସରକାରଙ୍କ ପୂର୍ବତନ ସ୍ବତନ୍ତ୍ର ସଚିବ ବର୍ମା ଶୁକ୍ରବାର ଗାନ୍ଧୀନଗରସ୍ଥିତ ରାଷ୍ଟ୍ରୀୟ ରକ୍ଷା ୟୁନିର୍ଭସିଟି (ଆର୍‌ଆର୍‌ୟୁ)ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରୋକ୍ତ ସୂଚନା ଦେଇଛନ୍ତି। ଚାଇନାର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ଲାଗି ଅରୁଣାଚଳପ୍ରଦେଶ ପୋଲିସକୁ ଆର୍‌ଆର୍‌ୟୁରେ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ଅରୁଣାଚଳପ୍ରଦେଶ ପୋଲିସ ଡିଜି ଆର୍‌.ପି. ଉପାଧ୍ୟାୟଙ୍କ ପରାମର୍ଶକ୍ରମେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆର୍‌ଆର୍‌ୟୁ ଏଭଳି ସ୍ବତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ବର୍ମା କହିଛନ୍ତି।
ଇଣ୍ଟରନେଟ, ସୋସିଆଲ ମିଡିଆ ଆଦି ପ୍ରଯୁକ୍ତି କ୍ଷେତ୍ରରେ ଚୀନାମାନେ ବେଶ୍‌ ଆଗରେ। ସେମାନେ ସୋସିଆଲ ନେଟ୍‌ଓ୍ବର୍କିଂ ସାଇଟ୍‌ଗୁଡ଼ିକର ଉପଯୋଗ କରି ଭାରତୀୟକୁ ବିଭ୍ରାନ୍ତ କରୁଛନ୍ତି ଓ ଭୁଲ୍‌ ତଥ୍ୟ ଦେଉଛନ୍ତି। ସୀମାନ୍ତ ଲୋକମାନେ ଖୁବ୍‌ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ଚାଇନାର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଇବା ଲାଗି ପୋଲିସକୁ ପ୍ରଶିକ୍ଷଣ ଦିଆଯାଉଛି। ଅନୁପ୍ରବେଶ କରୁଥିବା ଚୀନାମାନେ ମାଣ୍ଡାରିନ୍‌ ଶିକ୍ଷାରେ କଥା ହେଉଥିବାରୁ ସୀମାନ୍ତ ପୋଲିସଙ୍କୁ ଉକ୍ତ ଭାଷା ଶିକ୍ଷା ଦିଆଯାଉଛି। ଆଗାମୀ ଦିନରେ ଆର୍‌ଆର୍‌ୟୁରେ ୫ ବର୍ଷୀୟା ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଥିବା ବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri