ରାଇମୋହନଙ୍କ ଘରେ ପୋଲିସର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ):  ଓଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ତଥା ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଶୁକ୍ରବାର ଘରର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଡିସିପି ପ୍ରତୀକ ସିଂ କହିଥିଲେ। ହେଲେ ଘଟଣାର ଦିନକ ପରେ ବି ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଏପଟେ ରାଇମୋହନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହିଁ ସିନେ, ଯାତ୍ରା ଓ ମଞ୍ଚ ଜଗତ। ଘଟଣାଦିନ କେତେଜଣ ଅଭିନେତା ଓ କଳାକାର ତଦନ୍ତ ଦାବି କରିଥିଲେ। ପାରିବାରିକ ଅଶାନ୍ତି କଥା ଉଠିଥିଲା। ତାଙ୍କ ଭଉଣୀ ମଧ୍ୟ ଗଣମାଧ୍ୟମ ଆଗରେ ରାଇମୋହନଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ କରିଥିଲେ। ମଞ୍ଚେଶ୍ୱର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ମୃତ୍ୟୁ ପଛର କାରଣ ଖୋଜିବାରେ ଲାଗିଛି। ଶନିବାର ୪ ଜଣିଆ ମହିଳା ଅଧିକାରୀଙ୍କୁ ନେଇ ଏକ ପୋଲିସ ଟିମ୍‌ ସନ୍ଧ୍ୟାରେ ରାଇମୋହନଙ୍କ ଘରେ ପହଞ୍ଚତ୍ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି। ସ୍ତ୍ରୀ ରଞ୍ଜିତା ପରିଡା, ୨ ଝିଅ, ଜ୍ୱାଇଁ, ୨ ଡ୍ରାଇଭରଙ୍କଠାରୁ କିଛି ତଥ୍ୟ ହାସଲ କରି ବହୁ ସମୟ ପରେ ବାହାରିଥିଲା। କିନ୍ତୁ କୌଣସି ଅଧିକାରୀ ଗଣମାଧ୍ୟମ ଆଗରେ କିଛି ବି ମୁହଁ ଖୋଲି ନ ଥିଲେ। ପୋଲିସର ତଦନ୍ତ ଆଗେଇ ଚାଲିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ରାଇମୋହନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

 

 

ରାଇମୋହନଙ୍କ ବଡ଼ ଝିଅ ଶେଫାଳି ଓ ସ୍ତ୍ରୀ ରଞ୍ଜିତା ଶପିଂ କରିବାକୁ ଶୁକ୍ରବାର ସକାଳ ୧୦.୪୦ରେ ଘରୁ ବାହାରିଥିଲେ। ପ୍ରଥମେ କମ୍ପ୍ୟୁଟର କ୍ଲାସ୍‌ରୁ ସାନ ଝିଅ ଲିତୁଙ୍କୁ କଲେଜରେ ଛାଡ଼ି କଟକ ଅଭିମୁଖେ ଯାଇଥିଲେ। ଏହି ସମୟରେ ରାଇମୋହନ ଘରେ ଏକାକୀ ଥିଲେ। ବଡ଼ ଝିଅ ଓ ସ୍ତ୍ରୀଙ୍କୁ ଫୋନ କଲ୍‌ କରି କଟକରେ ପହଞ୍ଚତ୍ଲଣି କି? ଗାଡ଼ି କେଉଁଠି ପାର୍କିଂ କରିଛ? କ’ଣ ଖାଇଛ ଏଭଳି ଅନେକ କଥା ପଚାରିଥିଲେ। ହେଲେ ୧୧ଟା ପରେ ୨ ଝିଅ ଓ ସ୍ତ୍ରୀଙ୍କୁ ୮ ମିନିଟ ମଧ୍ୟରେ ‘ବାଏ’ ମେସେଜ କରିଥିଲେ। ଶେଷ ମେସେଜ୍‌ ୧୧ଟା ୧୯ରେ ଯାଇଥିଲା। ସେପଟେ ଲିତୁ କଲେଜରେ ଥିବା ବେଳେ ବାପାଙ୍କୁ କୌଣସି କାମରେ କଲ୍‌ କରିଥିଲେ। ହେଲେ ରାଇମୋହନ ଫୋନ୍‌ ଉଠାଇ ନ ଥିଲେ। ବାପା ଫୋନ୍‌ ନ ଉଠାଇବାରୁ ଲିତୁ ପଳାଶୁଣିରେ ରହୁଥିବା ତାଙ୍କର ୨ୟ ଡ୍ରାଇଭର ଚାଲୁଙ୍କୁ ଫୋନ୍‌ କରି ଘରକୁ ଯିବାକୁ କହିଥିଲେ। ଡ୍ରାଇଭର ଚାଲୁ ସଙ୍ଗେ ସଙ୍ଗେ ଘରକୁ ଆସି କଲିଂ ବେଲ୍‌ ମାରିଥିଲେ। ପରେ କବାଟରେ ହାତ ମାରିବାରୁ ଭିତରୁ ଲକ ନ ଥିବାରୁ ତାହା ଖୋଲି ଯାଇଥିଲା। ଘର ଭିତରକୁ ପଶିବା ବେଳକୁ ରାଇମୋହନ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଏନେଇ ଚାଲୁ ସଙ୍ଗେ ସଙ୍ଗେ ଲିତୁଙ୍କୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ଘଟଣା ଲୋକଲୋଚନକୁ ଆସିଥିଲା।

୩୦ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ

ଖଳନାୟକ ସାଜି ପରଦା ତଥା ମଞ୍ଚରେ ନାଲି ଆଖି ଦେଖାଇ ଡରାଉଥିବା ରାଇମୋହନ ପରିଡ଼ା ବାସ୍ତବରେ ଜଣେ ସରଳ ଓ ଅମାୟିକ ମଣିଷ ଥିଲେ। ନିଜର ନିଆରା ଡାଏଲଗ୍‌ ଓ ବଳିଷ୍ଠ ଅଭିନୟ ପାଇଁ ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ଚଳଚ୍ଚିତ୍ର, ଯାତ୍ରାରେ ସବୁବେଳେ ପ୍ରେମରେ ବାଧକ ସାଜୁଥିବା ରାଇମୋହନ ନିଜେ କିନ୍ତୁ ପ୍ରେମ ବିବାହ କରିଥିଲେ। ରାଇମୋହନ ଏବଂ ରଞ୍ଜିତା ସେନାପତିଙ୍କ ଜାତି ଅଲଗା ଥିବାରୁ ସେମାନଙ୍କ ପ୍ରେମକୁ ପରିବାର ପକ୍ଷରୁ ଘୋର ବିରୋଧ କରାଯାଇଥିଲା। ମାତ୍ର ଘର ଲୋକଙ୍କ ବାରଣକୁ ତ୍ରୂକ୍ଷେପ ନ କରି ଦୁହେଁ ବିବାହ କରିଥିଲେ। ଭୁବନେଶ୍ୱରରେ ଥିବା ଆମଫୋଇ ସଂସ୍ଥାଠାରେ ୧୯୯୨ ଏପ୍ରିଲ ୯ରେ ୨୯ ବର୍ଷୀୟ ରାଇମୋହନ ଏବଂ ୨୦ ବର୍ଷୀୟା ରଞ୍ଜିତାଙ୍କ ବିବାହ ହୋଇଥିଲା। ବିବାହ ଦିନ ଦୁହେଁ ବନ୍ଧୁ ତଥା ଅଭିନେତା ଅଶ୍ରୁମୋଚନ ଏବଂ ଅନ୍ୟ କେତେଜଣ ବନ୍ଧୁଙ୍କ ସହ ସଂସ୍ଥାରେ ଆସି ପହଞ୍ଚତ୍ଥିଲେ। ଉଭୟଙ୍କ ବିବାହଯୋଗ୍ୟ ବୟସ ହୋଇ ସାରିଥିବାରୁ ସେହିଠାରେ ହିଁ ସେମାନଙ୍କ ବିବାହ ହୋଇଥିଲା। ଏ ସମ୍ପର୍କରେ ସଂସ୍ଥାର ସମ୍ପାଦକ ବି. ରାମଚନ୍ଦ୍ର ସିଏସ୍‌ଟି ଭୋଲଟେୟାର କହିଛନ୍ତି, ନିଜ ଭଲପାଇବାକୁ ସ୍ବୀକୃତି ଦେବାକୁ ସେ ଏଠାକୁ ଆସିଥିଲେ। ବିବାହ ପରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ୨୦୦୫ରେ ସଂସ୍ଥାର ୨୫ ବର୍ଷ ପୂର୍ତ୍ତି ଉତ୍ସବରେ ସେ ତାଙ୍କ ପରିବାର ସହିତ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଏଭଳି ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ହେଉନି ବୋଲି ଭୋଲ୍‌ଟେୟାର କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?