କାର୍ତ୍ତିକ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ

ଖଣ୍ଡପଡା,୩୦ା୧୦(ଅଜୟ କୁମାର ମହାରଣା): କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ଖଣ୍ଡପଡ଼ା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଫଳରେ ବଜାରକୁ ପନିପରିବା କିଣିବାକୁ ଆସୁଥିବା ଖାଉଟିମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ, ବାହାଡ଼ା, ଖଳିସାହି ଓ ଖଣ୍ଡପଡ଼ା ବଜାରରେ ପରିବା ଦୋକାନୀମାନେ ଚଢ଼ାଦରରେ ଗ୍ରାହକମାନଙ୍କୁ ପନିପରିବା ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଚଳିତବର୍ଷ ଅନିୟମିତ ବୃଷ୍ଟିପାତ, ଲଗାଣ ବର୍ଷା ସାଙ୍ଗକୁ ଋତୁଚକ୍ର ପରିବର୍ତ୍ତନ ପ୍ରଭାବରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ବଜାରରେ ଏବେ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କା ଥିବା ବେଳେ ଖମ୍ବଆଳୁ ୮୦ ଟଙ୍କା, ପାଣି ଆଳୁ ୧୨୦ ଟଙ୍କା, ଜହ୍ନି ୭୦ ଟଙ୍କା, କଲରା ୬୦ ଟଙ୍କା, ଗୁଆଁର ୮୦ ଟଙ୍କା, ପୋଟଳ ୭୦ ଟଙ୍କା, ଫୁଲକୋବି ୮୦ ଟଙ୍କା, କଞ୍ଚା ଲଙ୍କା ୧୪୦ରୁ ୧୫୦ ଟଙ୍କା, କାକୁଡି, ଝୁଲଣ କେଜି ପ୍ରତି ୭୦ ଟଙ୍କା, କଞ୍ଚା କଦଳୀ ଗୋଟାକୁ ୧୦ରୁ ୧୫ ଟଙ୍କା ଓ କୋଶଳା ଶାଗ ବିଡା ୧୦ ଟଙ୍କା, ଛୋଟ କାଙ୍କଡ ୧୫୦ ଟଙ୍କା, ଟମାଟୋ ୪୦ ଟଙ୍କା, ବିନ ୧୦୦ ଟଙ୍କା, ବଡ଼ କାଙ୍କଡ ୯୦ ଟଙ୍କାରେ କିଲୋ ଦରରେ ବିକ୍ରି ହେଉଛି। ସେହିପରି ସାରୁ କେଜି ପ୍ରତି ୬୦ ଟଙ୍କା ଓ ପାଳୁଅ କେଜି ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

କାର୍ତ୍ତିକ ମାସରେ ଅଧିକାଂଶ ବ୍ୟକ୍ତି ନିରାମିଶ ଭୋଜନ ଉପରେ ନିର୍ଭର କରୁଥିବା ବେଳେ ପରିବା ଦର ବୃଦ୍ଧି ଖାଉଟି ଓ ହବିଷିଆଳିମାନଙ୍କ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। କେତେକ ମୁନାଫା ଖୋର ବ୍ୟବସାୟୀ ମନଇଚ୍ଛା ପନିପରିବା ଦର ବୃଦ୍ଧି କରି ଖାଉଟିଙ୍କୁ ଶୋଷଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri