ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୟାଗଡ଼ ଅଫିସ,୪ା୧୨: ନୟାଗଡ଼ ଜିଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ନୟାଗଡ ବ୍ଲକର ବିରୁଡା, ନୟାଗଡ଼, ଓଡ଼ଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ  ଏହି ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଏହି ଚଢ଼ାଉ ସମୟରେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ୩ଟି ବାଇକ୍‌ ଏବଂ ସୁନାଗହଣା ଜବତ କରାଯାଇଛି। ଜୟନ୍ତଙ୍କର ନୟାଗଡ଼ ଲେଙ୍କୁଡିପଦାରେ ଗୋଟିଏ ଚାରିମହଲା କୋଠା ରହିଛି। ସେହିପରି ଓଡଗାଁରେ ଦୁଇଟି ଦୁଇ ମହଲା ବିଶିଷ୍ଟ  ଘର ଅଛି।

ସୂଚନାଯୋଗ୍ୟ, ନିମ୍ନମାନର ଚାଉଳ ଓ ଗହମ ଯୋଗାଣ ସହ ସରକାରୀ ଅର୍ଥ ହଡ଼ପ, ରାଇସ ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ ଏବଂ ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଦୀର୍ଘଦିନରୁ ସେ ଭିଜିଲାନ୍ସ ସ୍କାନରରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରଘର ବୁଲି କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ଅଙ୍ଗନଓ୍ବାଡ଼ି କର୍ମୀ

ଭବାନୀପାଟଣା,୧୭ା୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିରୁ ବାଦ୍‌...

ସୁନ୍ଦରପଦା, ଯଦୁପୁରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୧୩ା୪(ବ୍ୟୁରୋ): ଭୁବନେଶ୍ୱରର ଦୁଇଟି ଅଞ୍ଚଳ ସୁନ୍ଦପରଦା ଓ ଯଦୁପୁର-ବେଗୁନିଆରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବା ଆବଦ୍ଧାଞ୍ଚଳ କଟକଣା ହଟଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ଙ୍କ...

ହାଇକୋର୍ଟଙ୍କ ସର୍କୁଲାର: ଲକ୍‌ଡାଉନ୍‌ ଅଞ୍ଚଳରେ ପ୍ରତ୍ୟେକ ଦିନ ୧ ଘଣ୍ଟା ଖୋଲା ରହିବ ନିମ୍ନ କୋର୍ଟ

କଟକ ଅଫିସ,୨୩।୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ଜିଲା ଏବଂ ୮ ପୌରାଞ୍ଚଳରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ...

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ, ୧୪ା୧୦-ନୂଆପଡା ଜିଲା ଛିନ୍ଦପାଣି ଗ୍ରାମର ଘାସିରାମ ତାଣ୍ଡି(୨୫)ନାମକ ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ସୋମବାର ମୃତ୍ୟୁ ଘଟିଛି। ବୁଧବାର ତାଙ୍କ ମୃତଦେହ...

ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ...

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ, ଧର୍ମଗଡ ବିଧାୟକ

କଲମପୁର,୯।୮(ଡି.ଏନ.ଏ.)-୩ ଦିନ ଧରି ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଞ୍ଚଳର ନଈକୂଳିଆ ଟେମରା, ପୋରୁଆଗୁଡା, ଖଙ୍ଗାରଗୁଡା, ସାନକୁଟ୍ରୁ,...

୬ରେ ହୋଇପାରେ ଲଘୁଚାପ

ଭୁବନେଶ୍ୱର,୩।୪(ବ୍ୟୁରୋ): ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା...

Advertisement
Archives

Model This Week