ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଅଣଦେଖା

ଭଞ୍ଜନଗର,୨୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ପକ୍ଷରୁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏ ବାବଦରେ ପ୍ରାୟ ୧୫୦୯ କୋଟି ଟଙ୍କା ଖର୍ଚ୍ଚ ପାଇଁ କମ୍ପାନୀ ସହ ଚୁକ୍ତି ହୋଇଛି। ଇତିମଧ୍ୟରେ କାମ ସାରିବା ପାଇଁ ହୋଇଥିବା ଚୁକ୍ତି ସମୟ ମଧ୍ୟ ଗତ ୧୬ ତାରିଖରେ ପୂରିଛି। ଚୁକ୍ତି ସମୟ ମଧ୍ୟରେ ମାତ୍ର ୩୪ ପ୍ରତିଶତ କାମ ହୋଇଥିବା ବିଭାଗ ପକ୍ଷରୁ ଦାବି ହେଉଥିଲେ ମଧ୍ୟ ପ୍ରକୃତରେ ସେତିକି କାମ ହୋଇ ନ ଥିବା ଅନୁମାନ କରାଯାଉଛି। ପ୍ରକଳ୍ପ କାର୍ଯ୍ୟ ବହୁତ ମନ୍ଥର ଗତିରେ ଚାଲିଛି। ଯାହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବଢୁଛି। ଏଥିସହ ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟ ସମୀକ୍ଷା କରିବାକୁ ଆସିଥିବା ମନ୍ତ୍ରୀ ସମେତ ବିଧାନସଭାର ବିଭିନ୍ନ କମିଟି ମଧ୍ୟ କାର୍ଯ୍ୟ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ମେ ୩୦ରେ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ ସମୀକ୍ଷା କରିବାକୁ ଆସିଥିଲେ। କମିଟି ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କମିଟି ସଭ୍ୟ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବଡ଼ଚଣା ବିଧାୟକ ଅମର ନାୟକ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରଥମେ ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଗ୍ରାମ୍ୟ ପାଇପ ଜଳଯୋଗାଣ ଅଧିକାରୀ ଏବଂ କାମ ନେଇଥିବା ଏଲଆଣ୍ଡ୍ଟି କମ୍ପାନୀ କର୍ମଚରୀଙ୍କୁ ଅଧ୍ୟକ୍ଷ ତାଗିଦ କରିଥିଲେ। ଏହା ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ପ୍ରକଳ୍ପ। ୨ ବର୍ଷ ହେବ ପ୍ରକଳ୍ପ କାର୍ଯ୍ୟ ହେଉଥିବା ବେଳେ ସମ୍ପୃୃକ୍ତ ଅଞ୍ଚଳବାସୀଙ୍କ ଶିକ୍ଷା, ସାସ୍ଥ୍ୟ, ଗମନାଗମନ ପ୍ରତି କମ୍ପାନୀ ଗୁରୁତ୍ୱ ଦେଇନାହିଁ। ତେଣୁ ସଂପୃକ୍ତ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କିଛି ସମାଜସେବା କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀଙ୍କୁ ସେ ସମୟରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଟି ଇତିମଧ୍ୟରେ ପ୍ରକଳ୍ପ ପରିଦର୍ଶନ କରି ଫେରିଯିବାର ୨୮ ଦିନ ବିତିଗଲାଣି କିନ୍ତୁ ବିଭାଗ ପକ୍ଷରୁ କୌଣସି ସମାଜସେବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ କରାଯାଇନାହିଁ।

ବିଧାନସଭା ଷ୍ଟାଣ୍ଡିଂ କମିଟି ନିର୍ଦ୍ଦେଶକୁ ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। କୌଣସି କମ୍ପାନୀ ବଡ଼ ପ୍ରକଳ୍ପ କାମ କଲେ ସଂପୃକ୍ତ ଅଞ୍ଚଳବାସୀଙ୍କ ବିକାଶ ପାଇଁ କିଛି ଜନହିତକର କାର୍ଯ୍ୟ କରିବା ନୀତି ନିୟମ ଅଛି। କିନ୍ତୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା କମ୍ପାନୀ ଏହାକୁ ଖାମଖିଆଲ ଭାବେ ନେଇ ସମାଜସେବା କାର୍ଯ୍ୟ ପ୍ରତି ଧ୍ୟାନ ଦେଉନାହିଁ । ବିଭାଗ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ ମୁନା କୁଲାଣ୍ଡିଆଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜୁଲାଇ ମାସରେ କିଛି ସମାଜ ସେବା କାର୍ଯ୍ୟ କରିବା ଲକ୍ଷ୍ୟ ଅଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଏନେଇ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ସୂଚନା ଯୋଗ୍ୟ, ଗଞ୍ଜାମ ଜିଲାର ୧୨ଟି ବ୍ଲକ ବ୍ଲକର ୨୨୮ଟି ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଯୋଜନାର ସୁଫଳ ୭୭୦ ଗ୍ରାମର ୧ଲକ୍ଷ ୬୬ ହଜାର ୯୩୭ ପରିବାରକୁ ଦେବାକୁ ଲକ୍ଷ୍ୟ ରହିଛି। ତେଣୁ ବିଧାନସଭା ଷ୍ଟାଣ୍ଡିଂ କମିଟି ଉକ୍ତ ପ୍ରକଳ୍ପ କିଭଳି ଅଗ୍ରଗତି ହେବ ସେନେଇ ସମୀକ୍ଷା କରିଥିଲେ। ସେ ସମୟରେ ଷ୍ଟାଣ୍ଡିଂ କମିଟି ଅଧକ୍ଷ ବିଜୁଳି କହିଥିଲେ ଯେ, ଯନ୍ତ୍ରୀ ମାନେ ନିୟମିତ କାମ ଯାଞ୍ଚ କରୁନାହାନ୍ତି। ତେଣୁ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ବିଭାଗ ପକ୍ଷରୁ ୩୩ ପ୍ରତିଶତ କାମ ହୋଇଥିବା ଦାବୀକୁ ଅଧକ୍ଷ ସନ୍ଦେହ ବ୍ୟକ୍ତ କରିଥିଲେ। ବର୍ତ୍ତମାନ ୧୫ରୁ ୨୦ ପ୍ରତିଶତ ହିଁ କାମ ସରିଛି ବୋଲି ଅଧ୍ୟକ୍ଷ କହିଥିଲେ। ବଳକା କାମ ଡିସେମ୍ବର ୨୦୨୬ ସୁଦ୍ଧା ନ ସରିଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ବିଜୁଳି ଉକ୍ତଦିନ ଅନୁଷ୍ଠିତ ସମୀକ୍ଷା ବୈଠକରେ କହିଥିଲେ। କିନ୍ତୁ କମିଟି ଯିବା ପରେ ବିଭାଗ ପକ୍ଷରୁ ଯେଭଳି ତତ୍ପରତା ଦେଖାଯିବା କଥା ଦେଖାଯାଉନାହିଁ। ୧ ଲକ୍ଷ ୬୬ ହଜାର ୯୩୭ ପରିବାର ଉକ୍ତ ଯୋଜନାର ସୁଫଳ ପାଇବେ। ୧୯୮୯ କିମି ପାଇପ୍‌ ଲାଇନ ବିଛାଯିବ । ତେଣୁ ଦଶପଲ୍ଲା ନିକଟସ୍ଥ ମହାନଦୀରୁ ପାଣି ବଡ଼ ବଡ଼ ପାଇପ୍‌ରେ ଆଣି ଗାୟଗଣ୍ଡାଠାରେ ମହଜୁଦ ରଖି ସେଠାରୁ ଜିଲାର ବିଭିନ୍ନ ଅଞ୍ଚଳକୁ ଛଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?