Posted inଜାତୀୟ

ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକାଲକୁ ଦିଆଯିବ ବିନା ସୁଧରେ ଟଙ୍କା

ଗୁଆହାଟୀ,୪।୬: ଆସାମରେ କୋଭିଡ୍‌ ଟିକାକରଣକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଏକ ଭିନ୍ନ ଉପାୟ ବାହାର କରିଛନ୍ତି। ବିଭିନ୍ନ ଟିକା ଉତ୍ପାଦନକାରୀ ଫର୍ମା କମ୍ପାନୀଠାରୁ ଯଥେଷ୍ଟ ପରିମାଣର ଟିକା କିଣିବା ପାଇଁ ପ୍ରାଇଭେଟ ମେଡିକଲଗୁଡ଼ିକୁ ବିନା ସୁଧରେ ଟଙ୍କା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ହିମନ୍ତ ବିଶ୍ୱା ଶର୍ମାଙ୍କ ନେତୃତ୍ୱାଧୀନ ସରକାର।

ସ୍ବାସ୍ଥ୍ୟମନ୍ତ୍ରୀ କେଶବ ମହାନ୍ତ କହିଛନ୍ତି, ଆମେ ପ୍ରାଇଭେଟ ମେଡିକାଲକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଉଛୁ। ଯଥେଷ୍ଟ ପରିମାଣରେ କୋଭିଡ୍‌-୧୯ ଟିକା କିଣିବା ଲାଗି ସେମାନଙ୍କୁ ବିନା ସୁଧରେ ଅର୍ଥ ଯୋଗାଇ ଦିଆଯିବ। ଏହି ଋଣକୁ ୩ ମାସ ମଧ୍ୟରେ ସେମାନେ ପରିଶୋଧ କରିବେ। ଏଣୁ ଟିକା କିଣିବା ପାଇଁ ଇଚ୍ଛୁକ ଥିବା ପ୍ରାଇଭେଟ ହସ୍ପିଟାଲ ପାଖରେ ଅର୍ଥ ଅଭାବ ଥାଏ, ତେବେ ସେମାନଙ୍କୁ ଆମେ ସାହାଯ୍ୟ କରିବୁ।

ବର୍ତ୍ତମାନ ରାଜ୍ୟରେ ଦୈନିକ ୫୦ ହଜାର ଲୋକଙ୍କୁ ଟିକା ଦିଆଯାଉଛି। କିନ୍ତୁ ଟିକାର ଅଭାବ ଥିବାରୁ ଆମେ ୭୦ ହଜାର ଲକ୍ଷ୍ୟ ଛୁଇଁ ପାରୁ ନାହୁଁ। ଆସନ୍ତା ଦୁଇ ଦିନ ମଧ୍ୟରେ ଟିକା ପହଞ୍ଚିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷ ପରେ କଂଗ୍ରେସକୁ ମିିଳିବ ଅଣଗାନ୍ଧୀ ଅଧ୍ୟକ୍ଷ: ସିନ୍ଧେ, ଖାର୍ଗେଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ,୪ା୭: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ କିମ୍ବା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କଂଗ୍ରେସ ଏହାର ନୂଆ ଅଧ୍ୟକ୍ଷ ଚୟନ କରିପାରେ...

‘ବୁଲାତି ହେ ପର୍‌ ଜାନେକା ନେହିଁ’: ଆଜି ବି ଇଣ୍ଟରନେଟରେ ଭାଇରାଲ ଇନ୍ଦୋରୀଙ୍କ କବିତାର ଏହି ପଂକ୍ତି

ନୂଆଦିଲ୍ଲୀ,୧୧।୮: ପରଲୋକରେ ଖ୍ୟାତନାମା କବି ରାହତ ଇନ୍ଦୋରୀ। ହୃଦଘାତରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଥିବା ବେଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି।...

ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ...

ଭାରତର ହେବ ପିଓକେ

ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି...

ବଞ୍ଚିଥିବା ସମୟରେ ମିଳିଲାନି ଭେଣ୍ଟିଲେଟର, ମୃତଦେହ ନେବାକୁ ମଧ୍ୟ ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଶ୍ମଶାନ ଗଲା ମୃତଦେହ

ପୁଣେ,୧୩ା୯: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ସବୁଠୁ ଦୁଃଖଦାୟକ କଥା ହେଲା କରୋନା ଆକ୍ରାନ୍ତଙ୍କ...

କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ, ୯ା୮: ମହାମାରୀ କରୋନା ଉଗ୍ର ରୂପ ଧାରଣ କରିଥିବାବେଳେ ଦେଶରେ କରୋନା ଯୋଦ୍ଧା ସାଜି ରୋଗୀସେବା କରୁଥିବା ଡାକ୍ତରଙ୍କ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରୋଗୀଙ୍କୁ...

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୯,୧୧୮ ସଂକ୍ରମିତ,୨୫୭ ମୃତ

ନୂଆଦିଲ୍ଲୀ,୨୬।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ...

Advertisement
Archives

Model This Week