ଭୂଅର୍ଜନ ଅଧିକାରୀଙ୍କୁ ଝାଡ଼ୁମାଡ଼

ନୟାଗଡ଼ ଅଫିସ,୨୯।୯: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ଅଧିଗ୍ରହଣ ହୋଇଥିବା ଜମି ବାବଦ ଅର୍ଥ ପ୍ରଦାନ ପାଇଁ ଲାଞ୍ଚ ମାଗିବା ଓ ମହିଳାଙ୍କୁ ଅସଦାଚରଣ କରିବା ଜଣେ ଭୂଅର୍ଜନ ଅଧିକାରୀଙ୍କ ପାଇଁ କାଳ ହୋଇଛି । ଏହାର ବିସ୍ଫୋରକ ରୂପ ବୁଧବାର ନୟାଗଡ଼ ଟାଉନ ଥାନା ଅଧୀନ ମିଶ୍ର କଲୋନୀରେ ଦେଖିବାକୁ ମିଳିଛି। ମହିଳାମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀ ସଞ୍ଜୟ କୁମାର ପ୍ରତିହାରୀଙ୍କୁ ଝାଡ଼ୁରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହିତ ଅଳତା, ସିନ୍ଦୂର, ଶଙ୍ଖା ପିନ୍ଧାଇଛନ୍ତି। ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚତ୍ ଭୂ ଅର୍ଜନ ଅଧିକାରୀଙ୍କୁ ପଚରାଉଚୁରା କରିଥିଲା । ପରେ ଉପଜିଲାପାଳ ଲଗ୍ନଜିତ ରାଉତ ଓ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ପହଞ୍ଚି ସମ୍ପୃକ୍ତ ଅଧିକାରୀଙ୍କୁ ସାଙ୍ଗରେ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ା ଏହି ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଜିଲାରେ କ୍ଷତିଗସ୍ତ ଜମି ମାଲିକଙ୍କୁ ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ୧୬ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳ, ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏନେଇ ଗତ ଜୁଲାଇ ୨୫ରେ ଆଦିବାସୀ ଓ ଦଳିତମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ସେଦିନ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟିବା ପରେ କାର୍ଯ୍ୟାନୁଷ୍ଠାନ ହେବାର ଆଭାସ ମିଳିଥିଲା। ତେବେ ଥାନାରେ ମାମଲା ରୁଜୁ କରି ଘଟଣାକୁ ଚାପି ଦିଆଯାଇଥିଲା। ନ୍ୟାୟ ନ ପାଇ ମହିଳାମାନେ ବାରମ୍ବାର ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଯୋଗାଯୋଗ କରୁଥିଲେ। ଜମି ଅଧିଗ୍ରହଣ ଟଙ୍କା ଦେବା ପାଇଁ ସେ ୫ ହଜାର ଟଙ୍କା ମାଗୁଥିଲେ। ପରେ ମହିଳାମାନଙ୍କୁ ଅସଦାଚରଣ କରିବାକୁ ସେ ପଛାଇ ନ ଥିଲେ। ଏହାକୁ ନେଇ ମହିଳାମାନେ ତାତିଥିଲେ। ବୁଧବାର ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ ମଧ୍ୟାହ୍ନ ପ୍ରାୟ ୧୨.୪୦ରେ ଅଫିସକୁ ବାଇକ୍‌ ଯୋଗେ ଆସୁଥିବା ସମୟରେ ମହିଳାମାନେ ମିଶ୍ର କଲୋନୀ ଛକରେ ତାଙ୍କ ଅଟକାଇ ଝାଡ଼ୁରେ ପିଟିବା ସହ ସିନ୍ଦୂର, ଅଳତା ଓ କାଚ ପିନ୍ଧାଇଥିଲେ। ଏ ସଂକ୍ରାନ୍ତରେ ଭୂ ଅର୍ଜନ ଅଧିକାରୀ ପ୍ରତିହାରୀ କୁହନ୍ତି, ମୁଁ ଅଫିସକୁ ଯିବା ସମୟରେ କେତେଜଣ ମହିଳା ମୋତେ ଅଟକାଇ ଗୋଡାଇ ଗୋଡାଇ ପିଟିଲେ। ଏପରି କି ଅଳତା, ସିନ୍ଦୂର, କାଚ ପିନ୍ଧାଇଲେ। ଅଭିଯୋଗକାରୀ ବାଣିଗୋଛା ଥାନା କୁଲୁରୁକୁମ୍ପାର ପୁଷ୍ପାଞ୍ଜଳୀ ମାଝି କୁହନ୍ତି, ମୋତେ ନ୍ୟାୟ ମିଳିଲାନି। ମାମଲା ପରେ ବି ଭୂ ଅର୍ଜନ ମଣ୍ଡଳ ଅଧିକାରୀଙ୍କୁ ଗିରଫ କରାଗଲାନାହିଁ। ମୋତେ ଅଶ୍ଲୀଳ ଇଙ୍ଗିତ କରିବା ସହ ସେ ଘରକୁ ଡାକିଥିଲେ। ଏହାର ପ୍ରତିବାଦରେ ଆମେ ସେହି ଅଧିକାରୀଙ୍କୁ ଅଳତା, ସିନ୍ଦୂର ଓ କାଚ ପିନ୍ଧାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?