Posted inଜାତୀୟ

ନାଁ ପଚାରି ରାହୁଲଙ୍କୁ ମାରିଥିଲେ

ଶ୍ରୀନଗର,୧୪।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ସୁରକ୍ଷା ବଳ ଓ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅଭିଯାନରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନେ ପାକିସ୍ତାନୀ ଲଶ୍କର-ଇ-ତୋଇବା ସଦସ୍ୟ ଓ ନିକଟରେ ଜମ୍ମୁ-କଶ୍ମୀରେ ଅନୁପ୍ରବେଶ କରିଥିଲେ। ୧୧ ତାରିଖ ତଲାସି ଅଭିଯାନ ବେଳେ ସେମାନେ ଖସିଯାଇଥିଲେ ବୋଲି ପୋଲିସ କହିଛି। ସେହିପରି ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଛନ୍ତି।
ବଡ଼ଗାମ ତହସିଲ ଅଫିସରରେ କଶ୍ମୀରୀ ପଣ୍ଡିତ ତଥା ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଥିଲେ। ଏହାକୁ ନେଇ ଉପତ୍ୟକାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟା ପ୍ରତିବାଦରେ କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସଦସ୍ୟମାନେ ଶୁକ୍ରବାର ଶ୍ରୀନଗର ବିମାନବନ୍ଦର ଅଭିମୁଖେ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାଳନା କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପ୍ରଥମେ ବଡଗାମ୍‌ ଜିଲାର ଶେଖପୋରା ଅଞ୍ଚଳରେ ଏକାଠି ହେବା ପରେ ବିମାନବନ୍ଦର ଅଭିମୁଖେ ଅଗ୍ରସର ହୋଇଥିଲେ। ସେମାନଙ୍କୁ ଫେରିଯିବାକୁ ପୋଲିସ ଅନୁରୋଧ କରିବା ସତ୍ତ୍ୱେ ବିକ୍ଷୋଭକାରୀ ଆଗେଇବାରୁ ସେମାନଙ୍କୁ ଘଉଡ଼ାଇବାକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।
କଶ୍ମୀରୀ ପଣ୍ଡିତ ହତ୍ୟା ଘଟଣାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ଜମ୍ମୁ-କଶ୍ମୀର ପ୍ରଶାସନ ଶୁକ୍ରବାର ଘୋଷଣା କରିଛି। ଏଥିସହିତ ମୃତକଙ୍କ ପରିବାରରୁ ଜଣକୁ ସରକାରୀ ଚାକିରି ଯୋଗାଇଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ପାଇଁ ଦିଲ୍ଲୀରେ ବଢିଲା ପିଆଜ ଦାମ୍‌: ମନିଷ

ନୂଆଦିଲ୍ଲୀ,୨।୧୨: ଦେଶର ଅଧିକାଂଶ ଭାଗରେ ପିଆଜ୍‌ ଦାମ୍‌ ଏବେ କିଲୋ ପିଛା ଶହେ ଟଙ୍କା ଛୁଇଁଲାଣି। ଏହାକୁ ନେଇ ରାଜନୀତିବି ହେଲାଣି ସରଗରମ। ସାଧାରଣ ଖାଉଟି...

କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ...

ଖାନ ମାର୍କେଟରୁ ଜବତ ହେଲା ୧୦୦ରୁ ଅଧିକ କନସେନଟ୍ରେଟର୍ସ

ନୂଆଦିଲ୍ଲୀ,୭।୫: ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା କନସେନଟ୍ରେଟର୍ସର କଳାବଜାର ହେଉଛି। ଦିଲ୍ଲୀର ଜଣାଶୁଣା ଖାନ ମାର୍କେଟର ଦୁଇଟି ଦୋକାନରୁ ଶୁକ୍ରବାର ୧୦୦ରୁ ଅଧିକ...

ଲୁଚିଛପି ବିବାହରେ ଯୋଗଦେବା ପାଇଁ ପାକିସ୍ତାନ ଗଲେ ଶତ୍ରୁଘ୍ନ ସିହ୍ନା! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିବା ଜଣାପଡିଛି। ଏହାର ଏକ ଭିଡିଓ...

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ସିବଲଙ୍କ ଘରେ ବିରୋଧୀ ମେଳି

ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା...

ଆରମ୍ଭ ହେଲା ଅଟଳ ଭୂଜଳ ଯୋଜନା: ୮ ହଜାରରୁ ଅଧିକ ଗାଁରେ ପହଞ୍ଚିବ ପିଇବା ପାଣି

ନୂଆଦିଲ୍ଲୀ,୨୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଟଳ ଭୂଜଳ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ

ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍‌ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...

Advertisement
Archives

Model This Week