Posted inଜାତୀୟ

ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡିଲେ ଦିପେନ୍ଦୁ, କହିଲେ ଭାଜପାରେ ଯୋଗଦେବା ଥିଲା ଭୁଲ୍‌ ନିଷ୍ପତ୍ତି…

କୋଲକାତା,୧।୬: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଛାଡ଼ି ବହୁ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ନିର୍ବାଚନ ଶେଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଗଠନ ହୋଇଛି। ଭାଜପାରେ ଯୋଗଦେଇଥିବା ନେତା ଏବେ ତୃଣମୂଳ କଂଗ୍ରେସ ମୁହାଁ ହୋଇଛନ୍ତି। ଦିପେନ୍ଦୁ ବିଶ୍ୱାସ ଏବେ ଦିଦିଙ୍କ ଶିବିରକୁ ବାହୁଡ଼ି ଆସିବାକୁ ଚାହୁଁଛନ୍ତି। ଭାଜପାରେ ଯୋଗଦେବା ଭୁଲ୍‌ ନିଷ୍ପତ୍ତି ଥିଲା ବୋଲି ସେ କହିଛନ୍ତି। ତୃଣମୂଳରୁ ଟିକଟ ନ ମିଳିବାରୁ ସେ ଭାଜପାରେ ଯୋଗଦେଇଥିଲେ। ତେବେ ଭାଜପା ଟିକଟରେ ଲଢ଼ି ସେ ପରାଜିତ ହେବା ପରେ ତାଙ୍କର ମୋହଭଙ୍ଗ ହୋଇଥିବା କହିଛନ୍ତି। ଏନେଇ ସେ ମମତା ବାନାର୍ଜୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ନିର୍ବାଚନ ପରେ ଇତିମଧ୍ୟରେ ସୋନାଲୀ ଗୁହା ଏବଂ ସରଲା ମୁର୍ମୁ ତୃଣମୂଳକୁ ବାହୁଡ଼ି ଆସିଛନ୍ତି। ଏବେ ଦିପେନ୍ଦୁ ଘର ବାହୁଡ଼ିବାକୁ ଦିଦିଙ୍କ ଅନୁମତି ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହ ବୟସ ସୀମା ବଢାଇବା ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୬।୧୨: ମହିଳାମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି...

ଆଜି ଆସିବ ବିନୟଙ୍କ ପିଟିଶନର ରାୟ

ନୂଆଦିଲ୍ଲୀ,୧୪।୨(ପି.ଟି.):ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଗୁରୁବାର...

ମଦ ମୃତ୍ୟୁ ନେଇ ଶିବରାଜଙ୍କ ଚିନ୍ତା ବଢ଼ିଲା

ଭୋପାଳ,୧୨।୧: ମଧ୍ୟପ୍ରଦେଶ ମୋରେନା ଜିଲାରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଚିନ୍ତା ବଢ଼ିବାରେ...

‘ଯୌନ ଉତ୍ପୀଡ଼ନ’ ବଦଳରେ ‘ଗୋଗୋଇ’ କୁହ

ନୂଆଦିଲ୍ଲୀ,୧୫।୭: ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ କେତେକ ଶବ୍ଦକୁ ‘ଅସଂସଦୀୟ’ ଦର୍ଶାଇ ସେଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିବାବେଳେ ଉକ୍ତ ବୁକ୍‌ଲେଟ୍‌କୁ ନେଇ ତୃଣମୂଳ କଂଗ୍ରେସ...

୩୬ତମ ନ୍ୟାଶନାଲ ଗେମ୍ସକୁ ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୨୯।୯: ଗୁଜରାଟରେ ୩୬ତମ ନ୍ୟାଶନାଲ ଗେମ୍ସକୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଗେମ୍ସକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ...

ଆର୍‌ବିଆଇ ଗଭର୍ନରଙ୍କୁ କରୋନା

ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି।...

୨୧ ଯବାନ ନିଖୋଜ: ଜଙ୍ଗଲରେ ଲୁଚି ରହିଛନ୍ତି ୩୦୦ ମାଓବାଦୀ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଯବାନ ଶହୀଦ୍‌ ହୋଇଥିବାବେଳେ ୧୫ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ...

ଅମ୍ରିତପାଲଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ଗିରଫ

ଚଣ୍ଡିଗଡ,୧୦।୪: ପଞ୍ଜାବ ପୋଲିସକୁ ଏକ ବଡ ସଫଳତା ମିଳିଛି। ଖାଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କୁ ସୋମବାର ଗିରଫ କରାଯାଇଛି। ଅନ୍ୟପଟେ,...

Advertisement
Archives

Model This Week