କାର୍ଯ୍ୟରେ ଯୋଗଦେଲେ ଅସିତ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅଧ୍ୟକ୍ଷ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ସେ ରାଜୀବ ଭବନଠାରେ ଡବ୍ଲ୍ୟୁଓଡିସି କାର୍ଯ୍ୟର ସମୀକ୍ଷା କରି କହିଛନ୍ତି, ଆଞ୍ଚଳିକ ଉନ୍ନୟନକୁ ସମାନ କରିବା ପରିଷଦର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ। ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯିବା ଉଚିତ୍‌। ଏହି ଅବସରରେ ଅସିତ ତୃଣମୂଳ ସ୍ତରରୁ ସର୍ଭେ କରି ଜଟିଳ ବିକାଶମୂଳକ ଉପାଦାନଗୁଡିକ ପାଇଁ ଡାଟାବେସ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫାଇଲଗୁଡିକ ତ୍ୱରିତ ବେଗରେ ଯିବା ଓ ସ୍ବଚ୍ଛତା ରକ୍ଷା ଲାଗି ୫-ଟି ନୀତିକୁ ଅନୁସରଣ କରିବାକୁ ପରମର୍ଶ ଦେଇଛନ୍ତି। ସମସ୍ତ ଫାଇଲକୁ କମ୍ପ୍ୟୁଟରୀକରଣ କରିବା ସହ ସେଗୁଡିକୁ ଓଡିଶା ସେକ୍ରେଟାରୀଏଟ ଓ୍ବାର୍କଫ୍ଲୋ ଅଟୋମେଶନ ସିଷ୍ଟମ (ଓସଓ୍ବାସ)ସହିତ ସଂଯୋଗ କରିବାକୁ ପରିଷଦର ସିଇଓ ସରୋଜ ପଟେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ବ୍ୟବସ୍ଥା କରାଯିବ। କୌଣସି ଫାଇଲ ନ ରଖି ସେହିଦିନ ପଠାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ୩ ହଜାରରୁ ଊର୍ଦ୍ଧ୍ୱ ସୂକ୍ଷ୍ମ ଓ କ୍ଷୁଦ୍ର ପ୍ରକଳ୍ପ ୧୦ଟି ଜିଲା ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେବଗଡ, କଳାହାଣ୍ଡି, ନୂଆପଡା, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଆଠମଲ୍ଲିକ ସବ୍‌ଡିଭିଜନରେ କାର୍ଯ୍ୟକାରୀ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?