କାର୍ଯ୍ୟ ଦକ୍ଷତାରେ ଆସିକା ଥାନା ରାଜ୍ୟରେ ପ୍ରଥମ

ଆସିକା,୨୮।୧୨(ଡି.ଏନ.ଏ): କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠତା ଓ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ସେବା ଯୋଗାଇ ଆସିକା ଥାନା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ା ରାଜ୍ୟ ଅପରାଧ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଥମ କରି ୨୦୨୨ରେ ରାଜ୍ୟର ୬୪୩ ଥାନାର ବିଭିନ୍ନ କାର୍ଯ୍ୟର ସମୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ‘ପ୍ରଗତି ଡେସ ବୋର୍ଡ’ରେ ଆସିକା ଥାନା ପ୍ରଥମ ସ୍ଥାନରେ ରହିଛି ା ବିଭିନ୍ନ କାର୍ଯ୍ୟ ଲାଗି ରାଜ୍ୟ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ଥାନା ୧୦୦ରୁ ୯୪.୫୪ ଅଙ୍କ ହାସଲ କରିଛି। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହଣ କରିବା ଠାରୁ ଆରମ୍ଭ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏବଂ ମାମଲାର ତଦନ୍ତ କରି ଅଭିଯୋଗ ଫଦ୍ଦର୍ର୍ ଦାଖଲ ପୂର୍ବକ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ପାଇବା ପର୍ଯ୍ୟନ୍ତ, ଅଭିଯୋଗ ମିଳିବାର ସର୍ବନିମ୍ନ ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା, ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜିଗଲେ ଷ୍ଟେଶନ ଡାଇରି କରି ଅଭିଯୋଗକାରୀଙ୍କୁ ଏହାର ନକଲ ପ୍ରଦାନ, ଉତ୍ସବ ଅନୁଷ୍ଠାନ ଲାଗି ଅନୁମତି, ଡାକବାଜି ଯନ୍ତ୍ର ଓ ଡିଜେ ବଜାଇବା ଲାଗି ଅନୁମତି କ୍ଷେତ୍ରରେ ସର୍ବନିମ୍ନ ସମୟ ସୀମାର ଅନୁମତିପତ୍ର ପ୍ରଦାନ ଆଦି କାର୍ଯ୍ୟର ସମୀକ୍ଷା ଆଧାରରେ ଆସିକା ଥାନା ପ୍ରଥମରେ ରହିଛି ା ଏହି ଥାନାରେ ୨୦୧୯ ଅଗଷ୍ଟ ୨୨ରୁ ପ୍ରଶାନ୍ତ କୁମାର ସାହୁ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରଠାରୁ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ଉଚିତ ସେବା ପ୍ରଦାନ ସହ ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ଅଧିକ ତପତ୍ର
ଥିବା ଲକ୍ଷ୍ୟ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରଘର ବୁଲି ଅଙ୍ଗନୱାଡି କର୍ମୀଙ୍କ ଶିଶୁଖାଦ୍ୟ, ଅଣ୍ଡା ବଣ୍ଟନ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- କରୋନା ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗନୱାଡି କେନ୍ଦ୍ରର ଛାତ୍ରୀଛାତ୍ରଙ୍କ ଘରକୁ ଯାଇ ଶିଶୁ ଖାଦ୍ୟ ଓ ଅଣ୍ଡା ଅଙ୍ଗନୱାଡି କର୍ମୀମାନେ ବଣ୍ଟନ କରିବାକୁ ନିର୍ଦ୍ଦେଶ...

‘ସହରବାସୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ’

କେନ୍ଦୁଝର,୧୮ା୩ (ସ୍ବ.ପ୍ର.) କେନ୍ଦୁଝରଗଡ ପାୈରପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ପୌରାଞ୍ଚଳର ସାମୂହିକ ବିକାଶ ପାଇଁ ଭାଜପା ପକ୍ଷରୁ ବିଂଶସୂତ୍ରୀ ଘୋଷଣାନାମା ଗୁରୁବାର ଜାରି କରାଯାଇଛି। ଜିଲା ଭାଜପା...

୬ ଆନ୍ତଃ ରାଜ୍ୟ ଡକାୟତ ଗିରଫ: ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ପାଟଣା,୨୫।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପୋଲିସ ମଙ୍ଗଳବାର ରାତିରେ ଏକ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ୬ କୁଖ୍ୟାତ ଅପରାଧୀଙ୍କୁ ଗିରଫ...

ପୁରୀ-ଋଷିକେଶ ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଓ ଯୋଗ ନଗରୀ ଋଷିକେଶ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ...

ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍‌ଡାଉନ

ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା।...

ଏମ୍‌ସିଏଲ୍‌ କୋଇଲା ଖଣି ଜଳାର୍ଣ୍ଣବ : ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ,୫ା୭: ଝାରସୁଗୁଡ଼ା ଜିଲାରେ ମୌସୁମୀ ବର୍ଷା ୧ ସପ୍ତାହ ହେଲା ଆରମ୍ଭ ହୋଇଛି। ଏପରିକି ବର୍ଷାଜଳ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ର...

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ: ୧୫ ଦିନ ତଳେ କରିଥିଲେ ବିବାହ

ଆରଡି,୨୨।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମରେ ଶୁକ୍ରବାର ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେନ୍ଦ୍ର ମଲିକ(୨୮)।...

ଜାଗା ଖୋଜୁଛି ମଡେଲ ବସ୍‌ଷ୍ଟାଣ୍ଡ୍‌

ଢେଙ୍କାନାଳ ଅଫିସ, ୧୨।୩ ବଢୁଛି ଢେଙ୍କାନାଳ ସହର। ବଦଳୁଛି କଳେବର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଆବଶ୍ୟକତା ଅନୁଭବ ହେଲାଣି। ହେଲେ ପ୍ରଶାସନିକ...

Advertisement
Archives

Model This Week