‘ସ୍ବପ୍ନର ଉଦ୍ୟୋଗ ପାଇଁ ଆନ୍ତରିକତା ଆବଶ୍ୟକ’

ବାରିପଦା ଅଫିସ,୨୮ା୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ମଙ୍ଗଳବାର ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କ୍ରମ୍ପଟ୍ରୋଲର ଅଡିଟର ଜେନେରାଲ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହବର୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତଶିଳ୍ପ, ଡୋକ୍ରା ଶିଳ୍ପ ଆଦି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏମ୍‌ଏସ୍‌ଏମ୍‌ଇ ସଚିବ ବି.ବି. ସ୍ବାଇଁଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଏସ୍‌ଏମ୍‌ଇର ଯୁଗ୍ମ ସଚିବ ମାର୍ସୀ ଇପାଓ, ଏନ୍‌ଏସ୍‌ଏସ୍‌ଏଚ୍‌ ଏବଂ ଏନ୍‌ଏସ୍‌ଆଇସିର ଜେନେରାଲ ମ୍ୟାନେଜର କେ.କେ. ଶର୍ମା, ସ୍ବାଧୀନ ନିର୍ଦ୍ଦେଶକ କାଳନ୍ଦୀ ଚରଣ ସାମଲ, ଏସ୍‌ଏମ୍‌ଇର ଏଡିସି ଡ.ଇଶିତା ଗାଙ୍ଗୁଲି ତ୍ରିପାଠୀ, ପୂର୍ବଭାଗ(୨)ର ଜେଡ୍‌ ଜିଏମ୍‌ ସାଜିଦ ହୁସେନ ସିଦ୍ଦିକି, ଡିସି ଏସଏ୍‌ମ୍‌ଇର ଏଡିସି ସୁଧା କେଶରୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନିଜ ସ୍ବପ୍ନର ଉଦ୍ୟୋଗ ନିର୍ମାଣ କରିବା ପାଇଁ ଆନ୍ତରିକତା ରହିବା ଉଚିତ ବୋଲି ଏମ୍‌ଏସ୍‌ଏମ୍‌ଇ ସଚିବ ସ୍ବାଇଁ ମତପ୍ରକାଶ କରିଥିଲେ। ଛୋଟ ଛୋଟ ଯୋଜନାରୁ ସଫଳତା ମିଳିଲେ ଆଦିବାସୀମାନଙ୍କ ଆର୍ଥିକ ବିକାଶ ହେବା ସହ ରାଷ୍ଟ୍ରର ଉନ୍ନତି ସାଧନ ହୋଇପାରିବ ବୋଲି ମନ୍ତ୍ରୀ ସିଂହବର୍ମା ମତବ୍ୟକ୍ତ କରିଥିଲେ। ଏହା ସହିତ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ସଫଳତାର ସହିତ କାର୍ଯ୍ୟକାରୀ କରି ଆମତ୍ନିର୍ଭରଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି କର୍ମ ନିଯୁକ୍ତିଲାଗି ଉଦ୍ୟୋଗର ଆବଶ୍ୟକତା ରହିଛି। ଦେଶରେ ୬.୫କୋଟି ଉଦ୍ୟୋଗ ରହିଥିବା ବେଳେ ମାତ୍ର ୧.୩କୋଟି ଉଦ୍ୟୋଗ ରେଜିଷ୍ଟ୍ରେଶନ କରିଛନ୍ତି। ଅନ୍ୟମାନଙ୍କୁ ରେଜିଷ୍ଟ୍ରେଶନ କରାଇପାରିଲେ ସରକାରୀ ସହାୟତା ମିଳିବା ସହ ବେକାର ଯୁବତୀ ଯୁବକ ଆମତ୍ନିର୍ଭରଶୀଳ ହୋଇପାରିବେ। ନିଜ ଉଦ୍ୟମରେ କାର୍ଯ୍ୟ ଆରମ୍ଭ କରି ଟେକ୍ନୋଲୋଜିର ବ୍ୟବହାର, ସରକାରୀ ସହାୟତା, ମାର୍କେଟିଂର ବ୍ୟବସ୍ଥା, ତାଲିମ ଗ୍ରହଣ ଓ ଉତ୍ତମମାନର ଡିଜାଇନିଂ ପ୍ରସ୍ତୁତ କରିପାରିଲେ ତାହା ଦେଶ ବିଦେଶରେ ଆଦୃତି ଲାଭ କରିବ ବୋଲି ସିଏଜି ମୁର୍ମୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏସ୍‌ଏମ୍‌ଇର ସଫଳ ଉଦ୍ୟୋଗୀ ସୁଜିତ ପରିଡ଼ା, ଜୟଦେବ ବେହେରା ଓ ତୁଷାର ରଞ୍ଜନ ସୋରେନ୍‌, ଖଦି ଉଦ୍ୟୋଗର ସଫଳ ଉଦ୍ୟୋଗୀ ତଥା ସିପେଟରୁ ତାଲିମ ନେଇ ସଫଳତା ପାଇଥିବା ସରସ୍ବତୀ ମାଝି, ଅଖିଳ ତରେଇ, ଘନଶ୍ୟାମ ସିଂ, ମଞ୍ଜୁଲତା ସେଠୀ, ମିସ୍‌ ଭାରତୀ ମୁର୍ମୁ, ଲକ୍ଷ୍ମୀକାନ୍ତ ମୁର୍ମୁ, ଶରତ ଚନ୍ଦ୍ର ସିଂ, ମିସ ଦୁଲି ହେମ୍ବ୍ରମ ଓ ଗୋବିନ୍ଦ ବାସ୍କେଙ୍କୁ ଅତିଥିମାନେ ସମ୍ବର୍ର୍ଦ୍ଧିିତ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବୁକ୍‌ଲେଟ୍‌ ପୁସ୍ତକ ଓ ହିତାଧିକାରୀଙ୍କର ଓଡ଼ିଆରେ ଅନୁବାଦ ଡାଇରେକ୍ଟୋରିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଟି.କେ.ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?