Posted inଖେଳ

ଏସୀୟ ଭାରୋତ୍ତୋଳନ: ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଝିଲ୍ଲୀ

ଭୁବନେଶ୍ୱର, ୧୯।୪(କ୍ରୀଡ଼ା ପ୍ରତିନିଧି)- ଏସୀୟ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରୁ ରବିବାର ଖୁସି ଖବର ଆଣିଛନ୍ତି ଓଡ଼ିଶାର ଝିଲ୍ଲୀ ଦଳବେହେରା। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସୀୟ ଚାମ୍ପିୟନଶିପ୍‌ର ୪୫ କେଜି କାଟେଗୋରିରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଜୁନିୟର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ପୂର୍ବରୁ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଝିଲ୍ଲୀ ତାସକେଣ୍ଟରେ ସ୍ନାଚ୍‌ରେ ୬୯ କେଜି, କ୍ଲିନ୍‌ ଆଣ୍ଡ ଜର୍କରେ ୮୮ କେଜି ଏହିପରି ମୋଟ ୧୫୭ କେଜି ଭାର ଉଠାଇ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଏହା ଏକ ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ ହୋଇଥିଲେ ହେଁ ଝିଲ୍ଲୀଙ୍କ ଓଜନ ବିଭାଗ ୪୫ କେଜି ଏହାର ଅନ୍ତର୍ଭୁକ୍ତ ନୁହେଁ। ତେଣୁ ଏହି ପ୍ରତିଯୋଗିତାରୁ ଝିଲ୍ଲୀଙ୍କ ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭବ ହୋଇନାହିଁ। ଫିଲିପାଇନ୍ସର ମାରି ଫ୍ଲୋର ଡିଆଜ ୧୩୫(୬୦+୭୫) କେଜି ଭାରୋତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ମୀରାବାଇ ଚାନୁଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଝିଲ୍ଲୀ ଚଳିତ ଏସୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଛନ୍ତି।
ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଝିଲ୍ଲୀ ପି. ଧର୍ମାରାଓଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ। ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ସେ ରାଜ୍ୟର ଗୌରବ ବଢ଼ାଇଛନ୍ତି। ୨୦୧୯ ଡିସେମ୍ବରରେ ନେପାଳର ପୋଖରାରେ ଅନୁଷ୍ଠିତ ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ୪୫ କେଜି କାଟେଗୋରିରେ ସ୍ବର୍ଣ୍ଣ ପଦକ ପାଇଥିଲେ। ସେହିବର୍ଷ ଥାଇଲାଣ୍ଡର ପଟ୍ଟାୟାଠାରେ ଆୟୋଜିତ ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ସେ ଅଂଶଗ୍ରହଣ କରିଥିଲେ। ତେବେ ଚାଇନାର ନିଙ୍ଗବୋଠାରେ ଅନୁଷ୍ଠିତ ଏସୀୟ ଭାରୋତ୍ତୋଳନରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ଏହି ରୌପ୍ୟକୁ ସ୍ବର୍ଣ୍ଣରେ ପରିଣତ କରିବାରେ ସକ୍ଷମ ହୋଇଛନ୍ତି ଝିଲ୍ଲୀ। ୨୦୧୮ରେ ଉଜବେକିସ୍ତାନର ତାସକେଣ୍ଟଠାରେ ଆୟୋଜିତ ବିଶ୍ୱ ଜୁନିୟର ଭାରୋତ୍ତୋଳନର ୪୮ କେଜିରେ ବ୍ରୋଞ୍ଜ, ସେହିବର୍ଷ ଉର୍ଗାଞ୍ଚରେ ଆୟୋଜିତ ୨୫ତମ ଏସିଆନ ଜୁନିୟର ଭାରୋତ୍ତୋଳନରେ ରୌପ୍ୟ, ୨୦୧୭ରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ର ୪୮ କେଜି ବିଭାଗରେ ୨ ସ୍ବର୍ଣ୍ଣ, ୨୦୧୬ରେ ମାଲେସିଆର ପେନାଙ୍ଗରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ରୌପ୍ୟ ପ୍ରଭୃତି ତାଙ୍କ ସଫଳତାର ଆଉ ଗୋଟିଏ ଲେଖାଏ ଇସ୍ତାହାର।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri