Posted inଖେଳ

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌: ଭାରତୀୟ ଦଳରେ ସ୍ନେହା, ଝିଲ୍ଲୀ

ତାସକେଣ୍ଟ, ୧୬।୪(ପି.ଟି.)-
ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗ ନେବାକୁ ଯାଉଥିବା ୪ ଜଣିଆ ମହିଳା ଭାରତୀୟ ଦଳରେ ଓଡ଼ିଶାର ସ୍ନେହା ସୋରେନ ଓ ଝିଲ୍ଲୀ ଦଳବେହେରା ସ୍ଥାନ ପାଇଛନ୍ତି। ସ୍ନେହା ୪୯ କେଜି ଓ ଝିଲ୍ଲୀ ୪୫ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅନ୍ୟ ୨ ମହିଳା ଭାରୋତ୍ତୋଳିକା ହେଲେ ମୀରାବାଇ ଚାନୁ (୪୯ କେଜି) ଓ ପି.ଅନୁରାଧା (୮୭ କେଜି)। ସେହିପରି ପୁରୁଷ ଦଳରେ ଜେରେମି ଲାଲରିନୁଙ୍ଗା (୬୭ କେଜି), ଅଚିନ୍ତ ଶେଉଲି (୭୩ କେଜି) ଓ ସତୀଶ ଶିବଲିଙ୍ଗମ୍‌ (୮୧ କେଜି) ଭାଗ୍ୟ ପରୀକ୍ଷା କରିବେ। ପୂର୍ବତନ ବିଶ୍ୱ ଚାମ୍ପିୟନ ଚାନୁ ଆଗାମୀ ପ୍ରତିଯୋଗିତାରେ ପ୍ରଦର୍ଶନର ଛାପ ଛାଡ଼ିବାକୁ ଦୃଢ଼ ଆଶାୟୀ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରୋତ୍ତୋଳନ କାର୍ଯ୍ୟସୂଚୀ ପ୍ରଭାବିତ ହୋଇଥିଲା। ଫଳରେ ଚାନୁ ଶେଷଥର ପାଇଁ ୨୦୨୦ ଫେବୃୟାରୀରେ ଜାତୀୟ ଚାମ୍ପିୟନଶିପ୍‌ ଓ ୨୦୧୯ ଡିସେମ୍ବରରେ କାତାରଠାରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ମହାମାରୀ ଯୋଗୁ ଗତବର୍ଷ ଏସିଆନ ଚାମ୍ପିୟନଶିପ୍‌ ସ୍ଥଗିତ ରହିଥିଲା। ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟଭାବେ ପରିଚିତ ଏହି ପ୍ରତିଯୋଗିତାରେ ୨୬ ବର୍ଷୀୟା ଚାନୁ ଭାରତ ପାଇଁ ସ୍ବର୍ଣ୍ଣ ପଦକର ପ୍ରବଳ ଦାବିଦାର ଅଛନ୍ତି। ସେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ (୨୦୩ କେଜି) ପ୍ରଦର୍ଶନରେ ଉନ୍ନତି ଆଣି ପୋଡିୟମ ଫିନିଶ୍‌ ଉପରେ ନଜର ରଖିଛନ୍ତି। ୨୦୧୯ ସଂସ୍କରଣରେ ସେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲେ। ୨୦୧୮ରେ ପିଠି ଯନ୍ତ୍ରଣାରୁ ମୁକୁଳିବାପରେ ସେ ନିଜ ପ୍ରଦର୍ଶନରେ କ୍ରମାଗତ ଉନ୍ନତି ଆଣିବାରେ ସଫଳ ହୋଇଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ମଣିପୁରୀ ମହିଳା ୨୦୧ (୮୭ + ୧୧୪) କେଜି ଭାରୋତ୍ତୋଳନ କରିଥିଲେ। ଏହାପରେ ଜାତୀୟ ଚାମ୍ପିୟନଶିପ୍‌ରେ ସେ ୨୦୩ (୮୮ + ୧୧୫) କେଜି ଭାର ଉଠାଇ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ପୁରୁଷ ପ୍ରତିଯୋଗୀଙ୍କ ମଧ୍ୟରେ ସମସ୍ତଙ୍କ ନଜର ୨୦୧୮ ୟୁଥ୍‌ ଅଲିମ୍ପିକ୍‌ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ଟିନ୍‌ଏଜର ଜେରେମି ଲାଲରିନୁଙ୍ଗାଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ମିଜୋରାମ ଭାରୋତ୍ତୋଳକ ଗତ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ରେକର୍ଡ କରିଥିଲେ। ସେ ୩୦୬ (୧୪୦ + ୧୬୬) କେଜି ଭାରୋତ୍ତୋଳନ କରି ସ୍ନାଚ୍‌, କ୍ଲିନ୍‌ ଆଣ୍ଡ ଜର୍କ ଏବଂ ଓଭରଅଲ୍‌ରେ ନିଜ ୟୁଥ୍‌ ଓ୍ବାଲର୍‌ଡ ଏବଂ ଏସିଆନ ରେକର୍ଡ ଭଙ୍ଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?