୨୦୨୧ରେ ଅଧିକ ଉତ୍ତପ୍ତ ଥିଲା ଏସିଆ

ଶର୍ମ ଏଲ୍‌-ଶେଖ,୧୫।୧୧:ବିଶ୍ୱର ହାରାହାରି ଉତ୍ତାପଠାରୁ ଏସୀୟ ଅଞ୍ଚଳ ୨୦୨୧ରେ ଦ୍ରୁତ ଉତ୍ତପ୍ତ ହୋଇଥିଲା। ଏହାର ପରିଣାମ ସ୍ବରୂପ ବନ୍ୟା, ଅନାବୃଷ୍ଟି ଆଦି ଭୀଷଣ ପାଗ ଯୋଗୁ ସେହିବର୍ଷ ଏସୀୟ ଅଞ୍ଚଳ ୩୫ ବିଲିୟନ ଡଲାରରୁ ଊର୍ଦ୍ଧ୍ୱ ଆର୍ଥିକ କ୍ଷତି ସହିଥିବାବେଳେ ଭାରତରେ ୭.୫ ବିଲିୟନ ଡଲାର କ୍ଷତି ହୋଇଥିବା ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲ୍ୟୁଏମ୍‌ଓ) କହିଛି। ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ପ୍ରକାଶିତ ‘ଏସିଆରେ ଜଳବାୟୁର ସ୍ଥିତି’ ରିପୋର୍ଟ ଅନୁଯାୟୀ, ୨୦୨୧ରେ ଏସୀୟ ଅଞ୍ଚଳର ତାପମାତ୍ରା ୧୯୮୧-୨୦୧୦ର ହାରାହାରି ତାପମାତ୍ରାଠାରୁ ୦.୮୬ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ଗତବର୍ଷ ବିଶ୍ୱର ହାରାହାରି ତାପମାତ୍ରା ୧୯୮୧-୨୦୧୦ ଅବଧି ତୁଳନାରେ ୦.୪୨ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା। ୨୦୨୦ରେ ଲା ନିନା ଅଧିକ ଦିନ ରହିବା ଫଳରେ ଏସିଆରେ ତାପମାତ୍ରା ୨୦୨୧ ତୁଳନାରେ ଅଧିକ ରହିଥିଲା। ଅନ୍ୟପକ୍ଷରେ ୨୦୨୧ ଚାଇନା, ହଂକଂ ଏବଂ ବାହାରିନ୍‌ ପାଇଁ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ବୋଲି ରିପୋର୍ଟରେ କୁହାଯାଇଛି।
୨୦୨୧ରେ ଏସିଆ ମହାଦେଶରେ ୧୦୦ରୁ ଅଧିକ ପାଣିପାଗଜନିତ ବିପର୍ଯ୍ୟୟ ସୃଷ୍ଟି ହୋଇ ୪,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ଅନୂ୍ୟନ ୩୫.୬ ବିଲିୟନ ଡଲାର କ୍ଷତି ହୋଇଛି। ବନ୍ୟା ଯୋଗୁ ସର୍ବାଧିକ କ୍ଷୟକ୍ଷତି ହୋଇଥିବାବେଳେ ଅନାବୃଷ୍ଟିରେ ସର୍ବାଧିକ ଲୋକ ପ୍ରଭାବିତ ହୋଇଥିଲେ। ବନ୍ୟାରେ ଚାଇନା ୧୮.୪ ବିଲିୟନ ଡଲାର କ୍ଷତି ସହିଥିବାବେଳେ ଭାରତ ୩.୨ ବିଲିୟନ ଡଲାର କ୍ଷତି ସହିଥିଲା। ବାତ୍ୟାରେ ଭାରତରେ ୪.୪ ବିଲିୟନ ଡଲାର ଆର୍ଥିକ କ୍ଷତି ହୋଇଥିବାବେଳେ ଚାଇନାର କ୍ଷତି ପରିମାଣ ଥିଲା ୩.୦ ବିଲିୟନ ଡଲାର। ସେହିବର୍ଷ ମରୁଡ଼ିଜନିତ ଆର୍ଥତ୍କ କ୍ଷତି ପରିମାଣ ଗତ ୨୦ ବର୍ଷର ହାରାହାରିଠାରୁ ୬୩ ପ୍ରତିଶତ ଅଧିକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

ବଡ଼ ବିମାନ ଦୁର୍ଘଟଣା; ଦୁଇ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ୧୪ ମୃତ

କିନଶାସା,୨୬।୯: ଆଫ୍ରିକୀୟ ଦେଶ ‘ଡେମୋକ୍ରାଟିକ ରିପବ୍ଲିକ ଅଫ ଦ କଙ୍ଗୋ’ (DRC) ରେ ଏକ ବିମାନ ଦୁର୍ଘଟଣାରେ ୧୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଦେଶର…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡରକୁ ଟ୍ରମ୍ପ୍‌ଙ୍କ ସମର୍ଥନ

ଓ୍ବାଶିଂଟନ,୨୪ା୯: ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (ଆଇଏମ୍‌ଇସି)କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦୃଢ଼ ସମର୍ଥନ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ପଶ୍ଚିମ ଏସିଆରେ କ୍ରମାଗତ ଆକ୍ରମଣ ଜାରି…

୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଲେ ଜିନପିଙ୍ଗ: ପ୍ରୋଟୋକଲ ଭାଙ୍ଗି ଏମିତି କାମ କଲେ ଟ୍ରମ୍ପ: ଚାହିଁ ରହିଗଲା ବିଶ୍ୱ

ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?