Posted inଖେଳ

ଏସିଆ କପ୍‌ କ୍ରିକେଟ୍‌: ରଶିଦଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳରେ ୫ ସ୍ପିନର

କାବୁଲ, ୨୪ା୮: ସେପ୍ଟେମ୍ବର ୯ରୁ ୟୁଏଇରେ ଖେଳାଯିବାକୁଥିବା ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଲାଗି ଘୋଷଣା କରାଯାଇଥିବା ଆଫଗାନିସ୍ତାନ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ରଶିଦ ଖାନ୍‌। ଦଳରେ ୫ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଅଧିନାୟକ ରଶିଦଙ୍କ ବ୍ୟତୀତ ଅନ୍ୟ ସ୍ପିପରମାନେ ହେଲେ ନୁର ଅହମଦ, ମୁଜିବୁର ରହମନ, ଏଏମ୍‌ ଘଜନଫାର ଓ ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବି। ଆଫଗାନିସ୍ତାନ ଗତବର୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଜିମ୍ବାଓ୍ବେ ବିପକ୍ଷରେ ଖେଳିଥିବା ଦଳର ଦୁଇ ଖେଳାଳି ହଜରତୁଲ୍ଲା ଜାଜାଇ ଓ ଜୁବେଦ ଆକବରୀଙ୍କୁ ଏସିଆ କପ୍‌ ଦଳରେ ସ୍ଥାନ ମିଳି ନାହିଁ। ଦଳରେ ଦୁଇ ଉଇକେଟକିପର ବ୍ୟାଟର ରହମାନୁଲ୍ଲା ଗୁର୍‌ବାଜ ଓ ମହମ୍ମଦ ଇଶାକ୍‌ଙ୍କୁ ନିଆଯାଇଛି। ପେସ୍‌ ଆଟାକ୍‌ରେ ନବୀନ ଉଲ୍‌ହକ୍‌, ଫଜଲହକ୍‌ ଫାରୁକି ଓ ଫରିଦ ମଲିକଙ୍କୁ ସାମିଲ କରାଯାଇଛି। ଆଫଗାନିସ୍ତାନ ଗ୍ରୁପ୍‌ ‘ବି’ରେ ଶ୍ରୀଲଙ୍କା, ହଂକଂ ଓ ବାଂଲାଦେଶ ସହିତ ସ୍ଥାନ ପାଇଥିବାବେଳେ ଗ୍ରୁପ୍‌ ‘ଏ’ରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି। ରଶିଦଙ୍କ ନେତୃତ୍ୱାଧୀନ ଦଳ ସେପ୍ଟେମ୍ବର ୯ରେ ହଂକଂ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

ଆଫଗାନିସ୍ତାନ କ୍ରିକେଟ ଦଳ: ରଶିଦ ଖାନ୍‌ (ଅଧିନାୟକ), ରହମାନୁଲ୍ଲା ଗୁର୍‌ବାଜ, ଇବ୍ରାହିମ୍‌ ଜାଦ୍ରାନ, ଡାରଓ୍ବିସ ରସୁଲି ସିଦ୍ଦିକୁଲ୍ଲା ଅଟଲ, ଅଜମାତୁଲ୍ଲା ଓମାରଜାଇ, କରିମ ଜନତ, ମହମ୍ମଦ ନବି, ଗୁଲବଦନ ନାଇବ, ଶାରାଫୁଦ୍ଦିନ ଅଶ୍ରଫ, ମହମ୍ମଦ ଇଶାକ, ନୁର୍‌ ଅହମ୍ମଦ, ମୁଜିବୁର ରହମନ, ଏଏମ୍‌ ଘଜନଫାର, ଫରିଦ ଅହମଦ ମଲିକ, ଫଜଲହକ୍‌ ଫାରୁକି, ନବୀନ ଉଲ୍‌ ହକ୍‌। ରିଜର୍ଭ ଖେଳାଳି: ଓ୍ବାଫିଉଲ୍ଲା ତାରାଖିଲ, ନାଙ୍ଗେୟାଲିଆ ଖାରୋଟ୍‌, ଅବଦୁଲ୍ଲା ଅହମଦଜାଇ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri