Posted inଖେଳ

ବାତିଲ ହେଲା କ୍ରିକେଟ ମହାକୁମ୍ଭ

କଲମ୍ବୋ,୧୯।୫: ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଆଯାଇଛି। ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ ଜଟିଳ ଥିବାରୁ ଆୟୋଜକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଏସିଆର ସବୁଠୁ ବଡ଼ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଗତ ବର୍ଷ ଏସିଆ କପ୍‌ ପାକିସ୍ତାନରେ ହେବାର ଥିଲା।

ବର୍ତ୍ତମାନ ପରିସ୍ଥିତିରେ ଟୁର୍ନାମେଣ୍ଟ ଆୟୋଜନ ହେବାର ସମ୍ଭବନା କ୍ଷୀଣ ବୋଲି ଶ୍ରୀଲଙ୍କା କ୍ରିକେଟ କାର୍ଯ୍ୟକାରୀ ମୁଖ୍ୟ ଆଶେଲେ ଡେ ସିଲଭା କହିଛନ୍ତି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଇଭେଣ୍ଟ ଆୟୋଜନ ହେବାର ସମ୍ଭାବନା ଖୁବ୍‌ କମ୍‌। ୨୦୨୩ ଆଇସିସି ବିଶ୍ୱକପ୍‌ ପର୍ଯ୍ୟନ୍ତ ଏହାକୁ ଘୁଞ୍ଚାଇ ଦିଆଯାଇପାରେ। କାରଣ ଏସିଆର ପ୍ରାୟ ଦଳ ଆଗାମୀ ଦୁଇ ବର୍ଷ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ସାରିଛନ୍ତି। ଏ ସମ୍ପର୍କରେ ଏସିଆ କ୍ରିକେଟ କାଉନ୍ସିଲ ନିକଟ ଭବିଷ୍ୟତରେ ବିଧିବଦ୍ଧ ଭାବେ ଘୋଷଣା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫୁଟ୍‌ବଲ ପ୍ରତିଭା ଅନ୍ବେଷଣ: ଗଠନ ହେବ ୫ ଜୋନାଲ ଟ୍ୟାଲେଣ୍ଟ ହଣ୍ଟ୍‌ କମିଟି

ନୂଆଦିଲ୍ଲୀ, ୪ା୮ (ପି.ଟି.)-ଭାରତ କିପରି ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ ସେଥିଲାଗି ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ସମସ୍ତ ଦେଶରୁ...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ଆମେରିକା-ଇଂଲଣ୍ଡ

ପ୍ୟାରିସ,୨୯।୬(ଏଏଫ୍‌ପି)- ମେଗନ ରାପିନୋଙ୍କ ଡବଲ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ୨-୧ ଗୋଲରେ ଫ୍ରାନ୍ସକୁ ହରାଇ ଦେଇଛି। ପାର୍କ ଡେସ ପ୍ରିନ୍ସେସ ଷ୍ଟାଡିୟମରେ ଆୟୋଜିତ...

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି...

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଚଣ୍ଡିଗଡ଼,୨୭।୫(ପି.ଟି.): କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ) ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପାଇଁ...

ଆଇପିଏଲ୍‌, କୋଲକାତା- ହାଇଦ୍ରାବାଦ୍‌ ମୁକାବିଲା: ଫୋକସ୍‌ରେ କାର୍ତ୍ତିକଙ୍କ ନେତୃତ୍ୱ

ଆବୁଧାବି,୨୬।୯(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ ଶନିବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଡେଭିଡ୍‌ ଓ୍ବାର୍ନରଙ୍କ...

ଓସିଏ ନିର୍ବାଚନ: ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା

କଟକ ଅଫିସ,୧୯ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନର ନାମାଙ୍କନ ପତ୍ର ଦାଖଲକୁ ଆଉ ଗୋଟିଏ ଦିନ ବାକି । ୨୦ ତାରିଖ ଦିନ ସକାଳ...

ପଙ୍ଘାଲ, ସଞ୍ଜିତଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ (୫୨କେଜି) ଓ ସଞ୍ଜିତ (୯୧ କେଜି) ଫ୍ରାନ୍ସର ନାଣ୍ଟିସଠାରେ ଚାଲିଥିବା ଆଲେକ୍ସିସ ଭାଷ୍ଟିନେ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ...

୮ ବର୍ଷ ପରେ ପଡିଆକୁ ଓହ୍ଲାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୧।୧: ପ୍ରାୟ ୮ ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ କ୍ରିକେଟର୍‌ ଏସ୍‌ ଶ୍ରୀସନ୍ତ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଘରୋଇ ସିରିଜ...

Advertisement
Archives

Model This Week