ଅଶ୍ୱିନୀ, ଅବନୀଙ୍କ କାର୍ଟୁନ୍‌ ପୁରସ୍କୃତ

ବଲାଙ୍ଗୀର ଅଫିସ,୬ା୫: ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ଓା୍ବଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ଲବ୍ଧପ୍ରତିଷ୍ଠ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ବତନ୍ତ୍ର ପୁରସ୍କାର ଲାଭ କରିଛି। ‘ବିଶ୍ୱ କାର୍ଟୁନିଷ୍ଟ ଦିବସ-୨୦୨୩’ ପାଳନ ପରିପ୍ରେକ୍ଷୀରେ ଏହି ପ୍ରତିଯୋଗିତା ‘କିପ୍‌ କ୍ଳିନ୍‌ ୱାଆର କଲ୍ଚରାଲ ହେରିଟେଜ୍‌ ଏଣ୍ଡ ଟୁରିଷ୍ଟ ପ୍ଳେସେସ୍‌’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହୋଇଥିଲା। ସଂପ୍ରତି ପୁରସ୍କୃତ ହୋଇଥିବା ଅଶ୍ୱିନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରରେ ମନୁଷ୍ୟକୃତ ପ୍ରଦୂଷଣ ହେତୁ ନଷ୍ଟ ପ୍ରାୟ ସାଂସ୍କୃତିକ କ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀଗୁଡିକର ସୁରକ୍ଷା ସଂପର୍କରେ ଏକ ବଳିଷ୍ଠ ବ୍ୟଙ୍ଗାଧାରିତ ଆହ୍ବାନ ପ୍ରଦାନ କରାଯାଇଛି। ପ୍ରକାଶଯୋଗ୍ୟ, ନିକଟ ଅତୀତରେ ‘ଏକକ ବିଶ୍ୱ’, ‘ଯୁଦ୍ଧ ନୁହେଁ କେବଳ ଭ୍ରାତୃତ୍ୱ’ ଉପରେ ଆଧାରିତ ଦୁଇଟି ଜାତୀୟ ପ୍ରତିଯୋଗିତା ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆୟୋଜିତ ଭିନ୍ନ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ମଧ୍ୟ ଅଶ୍ୱିନୀ-ଅବନୀଙ୍କ କାର୍ଟୁନ୍‌ଗୁଡିକ ପୁରସ୍କୃତ ତଥା ପ୍ରଦର୍ଶିତ ହେବାର ସୌଭାଗ୍ୟ ଲାଭ କରିଥିଲା। ଆହୁରି ମଧ୍ୟ ସୂଚନା ଦିଆଯାଇପାରେ ଯେ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ‘ସ୍ପିରିଟ୍‌ ଅଫ୍‌ ଗାନ୍ଧୀ ଏକ୍‌ଜିବିସନ’, ମୁମ୍ବାଇଠାରେ ହୋଇଥିବା ‘ବାଲ୍‌ ଠାକରେ ଆନ୍ତର୍ଜାତୀୟ କାର୍ଟୁନ୍‌ ଏକ୍‌ଜିବିସନ’, ଜାମ ୁଠାରେ ପ୍ରଖ୍ୟାତ ସନ୍ତୁର ବାଦକ ପ. ଶିବ କୁମାର ଶର୍ମାଙ୍କ ସ୍ମୃତି ପ୍ରଦର୍ଶନୀ ଏବଂ କୋଚିଠାରେ କାର୍ଟୁନ୍‌ ମେନ୍‌ ବାଦୁସା ମେମୋରିଏଲ୍‌ ଇଣ୍ଟର ନ୍ୟାଶନାଲ୍‌ କେରିକେଚର୍‌ ଏକ୍‌ଜିବିସନ୍‌ରେ ଏମାନଙ୍କ କୃତି ସ୍ଥାନ ପାଇଥିଲା।
ଏହା ମଧ୍ୟ ସୂଚାଇ ଦିଆଯାଇପାରେ ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ନେଟ୍‌ ଅଏଲ୍‌ କାର୍ଟୁନ୍‌ ପ୍ରତିଯୋଗିତା-ଫ୍ରାନ୍ସ, ଗୁରା ହ୍ୟୁମରୁଲୁଇ-ରୋମାନିଆ, ଡିକାକୋ-ସାଉଥ କୋରିଆ, ସାଲୋନ୍‌ ଅଫ୍‌ ଗ୍ରାଫିକ୍‌ ହ୍ୟୁମର- ପେରୁ , ଏଫ୍‌.ସି.ଡବ୍ଲୁ.ଚୀନ୍‌ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଭିଲାଇ ଷ୍ଟିଲ ପ୍ଲାଣ୍ଟ, ହିନ୍ଦୁସ୍ଥାନ୍‌ ଟାଇମ୍ସ, କାର୍ଟୁନ୍‌ ଓା୍ବଚ୍‌ ଦ୍ୱାରା ଆୟୋଜିତ ଜାତୀୟ ପ୍ରତିଯୋଗିତା ଏ ମଧ୍ୟରେ ଅନ୍ତର୍ଭୁକ୍ତ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବରେ କାର୍ଟୁନ କରି ଆସୁଥିବା ଓଡିଶାର ଏହି ଭ୍ରାତୃଦ୍ୱୟ ବ୍ୟଙ୍ଗଚିତ୍ର ଜଗତରେ ବେଶ୍‌ ପ୍ରତିଷ୍ଠିତ। ୨୦୧୪ ମସିହାରୁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇସାରିଥିବା ଅଶ୍ୱିନୀ-ଅବନୀ ଅନେକବାର ଆନ୍ତର୍ଜାତୀୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri