Posted inଖେଳ

ଦ୍ରାବିଡଙ୍କ ସମର୍ଥନରେ ବାହାରିଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୧: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ବିଶ୍ରାମକୁ ନେଇ କଡ଼ା ମନ୍ତବ୍ୟ ରଖିଥିଲେ ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ। ଏବେ ଏହି ମାମଲାରେ ରାହୁଲଙ୍କ ସପକ୍ଷରେ ବାହାରିଛନ୍ତି ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ।

ଅଶ୍ୱିନ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ଭିଭିଏସ୍‌ ଲକ୍ଷ୍ମଣ ନ୍ୟୁଜିଲାଣ୍ଡ ଯାଇଛନ୍ତି। ତାଙ୍କ ସହ ସମ୍ପୂର୍ଣ୍ଣ ଭିନ୍ନ ଟିମ୍‌ ଯାଇଛି। ଦ୍ରାବିଡ ଏବଂ ତାଙ୍କ ଟିମ୍‌ ବିଶ୍ୱକପ୍‌ ପୂର୍ବରୁ ଏବଂ ସମୟରେ ବହୁତ ପରିଶ୍ରମ କରିଛନ୍ତି। ମୁଁ ଅତି ନିକଟରୁ ସବୁ ଦେଖିଛି। ତାଙ୍କ ପାଖରେ ସମସ୍ତ ଟିମ୍‌, ସମସ୍ତ ସ୍ଥାନ ଲାଗି ଯୋଜନା ରହୁଥିଲା। ଏମିତିରେ ଜଣେ ମାନସିକ ସହ ଶାରୀରିକ ଭାବେ ଥକ୍କି ଯିବା ସ୍ବାଭାବିକ। ଏଣୁ ବ୍ରେକ୍‌ ନେବା ଜରୁରୀ। କାରଣ ନ୍ୟୁଜିଲାଣ୍ଡ ସିରିଜ ପରେ ଆମକୁ ବାଲାଂଦେଶ ଗସ୍ତରେ ଯିବାକୁ ହେବ। ଏମିତିରେ ସେଠାରେ ପୁରା ଟିମ୍‌ ରହିବ। ଏଥିଲାଗି ନ୍ୟୁଜିଲାଣ୍ଡକୁ ଲକ୍ଷ୍ମଣଙ୍କ ଟିମ୍‌ ଯାଇଛି ବୋଲି ସେ କହିଛନ୍ତି।

କହିରଖୁଛୁ, ଦ୍ରାବିଡଙ୍କୁ ନେଇ ଶାସ୍ତ୍ରୀ କହିଥିଲେ ଯେ ସେ ବ୍ରେକ୍‌ ନେବାରେ ବିଶ୍ୱାସ କରନ୍ତି ନାହିଁ। ଆଇପିଏଲ୍‌ ବେଳେ ସେମିତିରେ ୨ରୁ ୩ ମାସ ମିଳିଥାଏ। ଏଣୁ ଆଉ ଅଧିକ ବ୍ରେକ୍‌ ନେବା କ’ଣ ଜରୁରୀ। ଏକ କୋଚ୍‌ ପାଇଁ ସେତିକି ବ୍ରେକ୍‌ ଯଥେଷ୍ଟ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାରଠୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନ: ୪ ରାଶିଙ୍କ ଭାଗ୍ୟ ଚମକିବ, ଏମାନେ ରୁହନ୍ତୁ ସାବଧାନ

ବୁଧବାର ଦିନ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶି ପାଇଁ ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ରହିବ। ୨ ସେପ୍ଟେମ୍ବର ୨୦୨୬ରେ ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ…

ଚମକାଇଲା BCCIର ନିଷ୍ପତ୍ତି: ଆଫଗାନିସ୍ତାନ ସିରିଜ୍‌ରୁ ୮ ଷ୍ଟାର୍‌ ଖେଳାଳି ଆଉଟ୍‌, ପଛରେ ରହିଛି ଏହି ବଡ଼ କାରଣ!

ନୂଆଦିଲ୍ଲୀ,୨।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ସେପ୍ଟେମ୍ବର ୧ରେ ବିସିସିଆଇ ଏହି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା…

ଦାଦନ ଖଟିବାକୁ ପୁଣେ ଯାଇଥିଲେ ରୂପଧର: ହଠାତ୍‌ ଘଟିଲା…

ନୂଆପଡ଼ା,୨ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ତରବୋଡ ଗଁାର ଜଣେ ଶ୍ରମିକ ମହାରାଷ୍ଟ୍ରର ପୁଣେକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଫେମ୍‌ ଇଣ୍ଡିଆର ଟପ୍‌ ୨୫ରେ ଝାରସୁଗୁଡ଼ା ଏସ୍‌ପି: ଓଡ଼ିଶା ପୋଲିସ ପାଇଁ ଆଣିଲେ ଗୌରବ

ଝାରସୁଗୁଡ଼ା,୨ା୯(ଆଶିଷ ରଞ୍ଜନ ଦାଶ):ଫେମ୍‌ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ପ୍ରମୁଖ ପୋଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ତଳେ ଘଣ୍ଟାଏ ଜଗିରହିଲା ଦନ୍ତା: ଗଛରେ ଚଢ଼ି ଜୀବନ ବଞ୍ଚାଇଲେ ବନ କର୍ମଚାରୀ

ଛେଣ୍ଡିପଦା,୨ା୯(ଅଜିତ ଧଳ):ଗଁାରେ ପଶିଥିବା ହାତୀ ଘଉଡ଼ାଇବାକୁ ଯାଇଥିବା ହାତୀ ସ୍କ୍ବାଡ୍‌ଙ୍କୁ ମାରି ଗୋଡ଼ାଇଲା ଦନ୍ତା। ଏପରି କି ଜୀବନ ବଞ୍ଚାଇବାକୁ ସ୍କ୍ବାଡ୍‌ର ଜଣେ ସଦସ୍ୟ ଆମ୍ବ ଗଛ…

ଛାତରୁ ଝରୁଛି ପାଣି, ଖସୁଛି ପ୍ଲାଷ୍ଟର: ଅବ୍ୟବସ୍ଥା ମଧ୍ୟରେ ବଡ଼ଛତ୍ରଙ୍ଗ ହାଇସ୍କୁଲ

ଥୁଆମୂଳ ରାମପୁର,୨ା୯ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ହାଇସ୍କୁଲ ସମ୍ପ୍ରତି ଘୋର ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ୧୯୬୬ ମସିହାରେ ସ୍ଥାପିତ ଏହି ପୁରାତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri