Posted inଖେଳ

ଇତିହାସ ରଚିଲେ ଅଶ୍ୱିନ

ମୁମ୍ବାଇ,୨୭।୪: ଟିମ ଇଣ୍ଡିଆର ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତର ଅନ୍ୟତମ ସଫଳ ବୋଲର ଅଟନ୍ତି। ଆର ଅଶ୍ୱିନ କେବଳ ଟେଷ୍ଟ କ୍ରିକେଟରେ ନୁହେଁ ଦିନିକିଆରେ ମଧ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥାନ୍ତି। ଏଥର ଅଶ୍ୱିନ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଏକ ଅଂଶ ଅଛନ୍ତି। ମଙ୍ଗଳବାର ଆରସିବି ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅଶ୍ୱିନ ମଧ୍ୟ ଭଲ ବୋଲିଂ କରିଛନ୍ତି, ଏହି ମ୍ୟାଚରେ ଅଶ୍ୱିନ ଅନେକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଅଶ୍ୱିନଙ୍କ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ସ୍ମରଣୀୟ ଥିଲା।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷରେ ୪ ଓଭରରେ ୪.୨୫ ହାରରେ ଆର ଅଶ୍ୱିନ ୧୭ ରନ ଦେଇ ୩ ଉଇକେଟ ନେଇଥିଲେ। ଅଶ୍ୱିନ ରଜତ ପାଟିଦାର, ଶାହବାଜ ଅହମ୍ମଦ ଏବଂ ସୁୟାଶ ପ୍ରଭାସାଇଙ୍କୁ ଆଉଟ୍‌ କରିଛନ୍ତି। ଏହା ସହ ଆର ଅଶ୍ୱିନ ଟି-୨୦ କ୍ରିକେଟରେ ୨୭୧ ଉଇକେଟ ନେଇଛନ୍ତି ଏବଂ ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହୋଇଛନ୍ତି। ଅଶ୍ୱିନ ଏହି ପ୍ରସଙ୍ଗରେ ପୀୟୁଷ ଚାୱଲାଙ୍କୁ ପଛରେ ପକାଇଛନ୍ତି। ପୀୟୁଷ ଚାୱଲାଙ୍କ ନାମରେ ୨୭୦ ଟି -୨୦ ଉଇକେଟ ନେଇଛନ୍ତି।
ଏହି ମ୍ୟାଚରେ ହରଭଜନ ସିଂଙ୍କ ରେକର୍ଡକୁ ମଧ୍ୟ ଅଶ୍ୱିନ ଭାଙ୍ଗିଛନ୍ତି। ଅଶ୍ୱିନ ଏବେ ଆଇପିଏଲରେ ସର୍ବାଧିକ ଉଇକେଟ ନେଇଥିବା ଅଫ ସ୍ପିନର ହୋଇଛନ୍ତି। ଅଶ୍ୱିନଙ୍କ ନାମରେ ମୋଟ ୧୫୨ ଉଇକେଟ ରହିଛି। ସେ ହରଭଜନ ସିଂଙ୍କ ୧୫୦ ଉଇକେଟର ରେକର୍ଡ ଭାଙ୍ଗିଛନ୍ତି। ଆଇପିଏଲରେ ୧୫୦ରୁ ଅଧିକ ଉଇକେଟ ନେଇଥିବା ଆର ଅଶ୍ୱିନ ମଧ୍ୟ ଷଷ୍ଠ ଭାରତୀୟ ବୋଲର ହୋଇଛନ୍ତି।

ଆଇପିଏଲରେ ୧୫୦ ଉଇକେଟ ନେଇଥିବା ଭାରତୀୟ ବୋଲର
ଅମିତ ମିଶ୍ର ୧୬୬ ଉଇକେଟ
ପୀୟୁଷ ଚାୱଲା ୧୫୭ ଉଇକେଟ
ୟୁଜଭେନ୍ଦ୍ର ଚହଲ ୧୫୭ ଉଇକେଟ
ଭୂବନେଶ୍ୱର କୁମାର ୧୫୧ ଉଇକେଟ
ହରଭଜନ ସିଂ ୧୫୦ ଉଇକେଟ
ଆର ଅଶ୍ୱିନ ୧୫୨ଉଇକେଟ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?