Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସଫଳତମ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟଟିସି) ସାଇକ୍‌ଲରେ ସେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ମୋଟ ଉପରେ ୭୧ଟି ଉଇକେଟ ହାସଲ କରିଛନ୍ତି।
୩୪ ବର୍ଷୀୟ ଏହି ତାମିଲନାଡୁ ଅଫ୍‌ ସ୍ପିନର ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି। ଡବ୍ଲ୍ୟୁଟିସି ସାଇକ୍‌ଲରେ ସେ ୧୪ଟି ଟେଷ୍ଟ ଖେଳିଛନ୍ତି। ନ୍ୟୁଜିଲାଣ୍ଡ ଓପନର ଡେଭନ କନ୍‌ଓ୍ବେ ତାଙ୍କର ୭୧ତମ ଶିକାର ହୋଇଥିଲେ। ଫାଇନାଲରେ ସେ ଦୁଇଟି ଇନିଂସରେ ଦୁଇଟି ଲେଖାଏ ଉଇକେଟ ହାସଲ କରିଥିଲେ। ପ୍ରଥମ ଇନିଂସରେ ସେ ୨୮ ଓ ଦ୍ୱିତୀୟ ଇନିଂସରେ ୧୭ ରନ ବ୍ୟୟ କରିଥିଲେ। ବୁଧବାର କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଦଳ ଭାରତକୁ ଫାଇନାଲରେ ୮ ଉଇକେଟରେ ପରାସ୍ତ କରି ଡବ୍ଲ୍ୟୁଟିସି ପ୍ରଥମ ସଂସ୍କରଣରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା। ଡବ୍ଲ୍ୟୁଟିସିରେ ସେ ୪ଥର ୫ ଉଇକେଟ ସଫଳତା ହାସଲ କରିଛନ୍ତି। ଗୋଟିଏ ଇନିଂସରେ ୧୪୫ ରନ ଦେଇ ୭ ଉଇକେଟ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଗୋଟିଏ ଶତକ ହାସଲ କରିବା ସହ ସେ ମୋଟ ଉପରେ ୩୨୪ ରନ ମଧ୍ୟ ସଂଗ୍ରହ କରିଛନ୍ତି।
ଏହି କ୍ରମରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ୧୪ ଟେଷ୍ଟରେ ୭୦ ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୧୭ ଟେଷ୍ଟରୁ ୬୯ ଉଇକେଟ ହାସଲକରି ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସୌଦି ଓ ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲିୟନ ଉଭୟ ୫୬ଟି ଲେଖାଏ ଉଇକେଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ଅଶ୍ୱିନ ଟେଷ୍ଟରେ ଭାରତର ଚତୁର୍ଥ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ସାବ୍ୟସ୍ତ ହୋଇଛନ୍ତି। ୨୫୦ ଓ ୩୦୦ ଉଇକେଟ ନେବାରେ ସେ ଦୁ୍ରତତମ ବୋଲର ବିବେଚିତ ହୋଇଛନ୍ତି।
ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁସନ ସର୍ବାଧିକ ରନ ସଂଗ୍ରହ କରି (୧୩ ମ୍ୟାଚ୍‌ରୁ ୧୬୭୫ ରନ ) ବ୍ୟାଟିଂ ତାଲିକାର ଶୀର୍ଷରେ ରହିଛନ୍ତି। ଭାରତର ଅଜିଙ୍କ୍ୟ ରାହାନେ ୧୮ ମ୍ୟାଚ୍‌ରୁ ୧୧୭୪ ରନ ସଂଗ୍ରହ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଜୋ ରୁଟ୍‌ (୨୦ ମ୍ୟାଚ୍‌ ୧୬୬୦ ରନ), ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍‌ (୧୩ ମ୍ୟାଚ୍‌ ୧୩୪୧ ରନ) ଓ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ (୧୭ ମ୍ୟାଚ୍‌ ୧୩୩୪ ରନ) ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ...

ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ...

କ୍ରିସ୍‌ ଗେଲ୍‌-ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଲିଆଣ୍ଡର ପେସ୍‌; ଲିଭ୍‌ ଇନ୍‌ରେ ଥାଇ ବାପା ହୋଇଛନ୍ତି ଏସବୁ ଖେଳାଳି; ପୁରା ତାଲିକା…

ନୂଆଦିଲ୍ଲୀ,୨୧।୧୦: ଖେଳ ଜଗତରେ ଏଭଳି କିଛି ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ବିବାହ ନ କରି ବାପା ହୋଇଛନ୍ତି। ଅର୍ଥାତ ବିବାହ ପୂର୍ବରୁ ଲିଭ୍‌-ଇନ୍‌ରେ ରହୁଥିବା ସମୟରେ...

ଫ୍ରେଞ୍ଚ୍‌ ଓପନ୍‌: କ୍ୱାର୍ଟରରେ ନାଡାଲ, ବିପର୍ଯ୍ୟୟ ଘଟାଇଲେ ସିନର

ପ୍ୟାରିସ୍‌,୫।୧୦(ଏପି): ୧୨ଥର ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ ହାସଲ କରିଥିବା ସ୍ପେନ୍‌ ଅଭିଜ୍ଞ ଟେନିସ ତାରକା ରାଫାଲ ନାଡାଲ ଏଥର ମଧ୍ୟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ପ୍ରଥମ ଟେଷ୍ଟ: ଇନିଂସ ବିଜୟର ଦ୍ୱାରଦେଶରେ ନ୍ୟୁଜିଲାଣ୍ଡ

ହାମିଲଟନ,୬।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଇନିଂସ ବିଜୟର ଦ୍ୱାରାଦେଶରେ ପହଞ୍ଚିଛି। ତେବେ ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜର ଦୁଇ ବ୍ୟାଟ୍ସମ୍ୟାନ ଜର୍ମେନ...

ପାକିସ୍ତାନରେ ଖେଳାଯିବା ପିଏସ୍‌ଏଲ-୫

ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍‌ ଆସନ୍ତା ବର୍ଷ...

ସେମି ପାଇଁ ଇଂଲଣ୍ଡକୁ ୧୩୧ ରନ୍‌ରେ ରୋକିବାକୁ ପଡ଼ିବ

ଶାରଜା,୬।୧୧: ଶାରଜା କ୍ରିକେଟ ଷ୍ଟାଡିୟମଠାରେ ଟି୨୦ ବିଶ୍ୱକପର ଶନିବାର ଗ୍ରୁପ-୧ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ଆସି...

Advertisement
Archives

Model This Week