Posted inଜାତୀୟ

ଆଶିଷ ନେପାଳ ପଳାଇଥିବା ଆଶଙ୍କା

ଲକ୍ଷ୍ନୌ,୮।୧୦: ଲଖିମ୍‌ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ କୌଣସି ଖୋଜଖବର ନାହିଁ। କୁହାଯାଉଛି ସେ ଫେରାର୍‌ ହୋଇ ନେପାଳ ପଳାଇଛନ୍ତି। କାରଣ ତାଙ୍କ ଶେଷ ଲୋକେଶନ୍‌ ନେପାଳ ଦେଖାଉଛି। ତାଙ୍କ ଗ୍ରାମ ନେପାଳ ସୀମାରେ ରହିଛି। ବନବୀରପୁରରୁ ନେପାଳ ସୀମା ୮-୧୦ କିମି ଦୂରରେ ରହିଛି। ତାଙ୍କ ଭାଇ ଅମିତ ମିଶ୍ରା କହିଛନ୍ତି ଯେ, ଆଶିଷ ଖୁବ୍‌ଶୀଘ୍ର ଯାଞ୍ଚ୍‌ରେ ସାମିଲ ହେବେ ଏବଂ ସେ ଯାହା ପ୍ରମାଣ ଦେବା କଥା ଦେଇସାରିଛନ୍ତି।
ଅକ୍ଟୋବର ୩ରେ ଲଖିମ୍‌ପୁର ଖେରିରେ ଘଟିଥିବା ଘଟଣାରେ ଚାରିଜଣ ଚାଷୀଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ସୁପ୍ରିମକୋର୍ଟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହି ମାମଲାରେ ଗିରଫ ହେବା ସମ୍ପର୍କରେ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ନ୍ୟାୟିକ ଅନୁସନ୍ଧାନ କମିଶନ ଏବଂ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି)ର ସବିଶେଷ ତଥ୍ୟ ମଧ୍ୟ କୋର୍ଟ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି

ବିଶାଖାପାଟନମ୍‌,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ...

୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୨ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ...

ସାନିଟାଇଜର ପିଇ ୭ ମୃତ

ୟବତମାଲ, ୨୫ା୪: ମହାରାଷ୍ଟ୍ରରେ କର୍ଫ୍ୟୁ ଯୋଗୁ ମଦ ଦୋକାନ ବନ୍ଦ ଥିବାବେଳେ ସାନିଟାଇଜର ପିଇ ୟବତମାଲ ଜିଲାର ୭ ଜଣଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସମସ୍ତଙ୍କ...

ନଭେମ୍ବର ୧୭ ସୁଦ୍ଧା ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଭାଜପା ବିଧାୟକ

ଜୟପୁର,୭।୧୦: ଆସନ୍ତା ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ବୋଲି ରାଜସ୍ଥାନ ଭାଜପା ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି...

ମହାରାଷ୍ଟ୍ର ରାଜନୀତି: ଶିବସେନା ସୂତ୍ରରୁ ପ୍ରକାଶ,ପାଓ୍ବାରଙ୍କୁ ‘ରାଷ୍ଟ୍ରପତି’ ଲୋଭ

ମୁମ୍ବାଇ,୨୦-୧୧:ରାଷ୍ଟ୍ରପତି ଶାସନ ଜାରି ହୋଇଥିତ୍ବା ମହାରାଷ୍ଟ୍ରରେ ଭାଜପା ଯଦି ୫୦:୫୦ ସୂତ୍ରକୁ ଗ୍ରହଣ କରିବ ତେବେ ଶିବସେନା ପୁନର୍ବାର ମେଣ୍ଟକୁ ଫେରିବ। ମୁଖ୍ୟମନ୍ତ୍ରୀ ପଦ ପାଇଁ...

‘୩୭୦, ସିଏଏ ନିଷ୍ପତ୍ତି ଠିକ୍‌’

ବାରାଣସୀ,୧୭ା୨ (ପି.ଟି.): ସମ୍ବିଧାନର ଧାରା ୩୭୦ ଓ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପର୍କରେ ପୁନର୍ବିଚାର କରାଯିବାର କୌଣସି ଆବଶ୍ୟକତା...

୬ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଲକ୍ଷ୍ନୌ,୭।୧: କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୬ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ...

ବିହାର ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ନୀତିଶଙ୍କୁ ଭେଟିଲେ ଶାହା

ପାଟନା,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦିନିକିଆ ବିହାର ଗସ୍ତ କରିଛନ୍ତି। ଏହି ସମୟରେ ଅମିତ ଶାହା ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି...

Advertisement
Archives

Model This Week