ନୂଆଦିଲ୍ଲୀ,୯।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା କ୍ରାଇମ ବ୍ରାଞ୍ଚ୍ ଶାଖା କାର୍ଯ୍ୟାଳୟରେ ଶନିବାର ପହଞ୍ଚିଛନ୍ତି। କ୍ରାଇମ ବ୍ରାଞ୍ଚ ଦଳ ଆଶିଷଙ୍କୁ ପଚରାଉଚରା ଆରମ୍ଭ କରୁଛନ୍ତିି। ଆଶିଷଙ୍କ ଆଇନଜୀବୀ କହିଥିଲେ ଯେ ସେ ଠିକ ସମୟରେ ପୋଲିସ ନିକଟରେ ହାଜର ହେବେ। ଆଶିଷ ଏବଂ ମୋନୁ ଲଖିମପୁରରେ ଅଛନ୍ତି ବୋଲି ଆଇନଜୀବୀ କହିଥିଲେ।
ଏହାପୂର୍ବରୁ ତାଙ୍କ ପୁଅକୁ ନିର୍ଦ୍ଦୋଷ କହିବା ସହିତ ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ତାଙ୍କ ପୁଅ ଅସୁସ୍ଥ ଥିବା ସୂଚନା ଦେଇଥିଲେ। ସେ ପୋଲିସ ନିକଟରେ ହାଜର ହୋଇ ନିଜର ନିର୍ଦ୍ଦୋଷତାକୁ ନିଶ୍ଚିତ କରିବେ। ଏ ବିଷୟରେ ଆଶିଷ ତଥ୍ୟ ଏବଂ ପ୍ରମାଣ ଦେବେ ବୋଲି ଅଜୟ କହିଥିଲେ।