ଏହି କାରଣରୁ ଲତା ମଙ୍ଗେଶକରଙ୍କ ସହ ଝଗଡା କରିଥିଲେ ଆଶା ଭୋସଲେ

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୧୪ ବର୍ଷ ବୟସରୁ କାମ ଆରମ୍ଭ କରିଥିଲେ। ପିତାଙ୍କ ଅକାଳ ବିୟୋଗ ହେତୁ ବଡ ଝିଅ ଲତା ସମସ୍ତ ଦାୟିତ୍ୱ ନେଇଥିଲେ। କିନ୍ତୁ ପିଲାଦିନରୁ ଆଶାଙ୍କର ଏକ ଭିନ୍ନ ମନୋଭାବ ଥିଲା। ସେ କୌଣସି ପ୍ରକାର ନିୟମରେ ବାନ୍ଧି ହେବାକୁ ପସନ୍ଦ କରି ନ ଥିଲେ। ଏହି କାରଣରୁ ସେ ନିଜ ପଥ ବାଛିଲେ। ୧୬ ବର୍ଷ ବୟସରେ ଆଶା ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। ଗଣପତରାଓଙ୍କୁ ସେତେବେଳେ ୩୧ ବର୍ଷ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ଗଣପତରାଓ ସେହି ସମୟରେ ଲତା ମଙ୍ଗେଶକରଙ୍କ ବ୍ୟକ୍ତିଗତ ସଚିବ ଥିଲେ।
ଏକ ସାକ୍ଷାତକାରରେ ଆଶା ନିଜେ କହିଥିଲେ ଯେ ମୋ ବିବାହରେ ଲତା ଦିଦି ଆଦୌ ରାଜି ନ ଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇ ଦୂରତା ଆସିଥିଲା। ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିଲା। ଆଶା ଭୋସଲେ ଏବଂ ଗଣପତରାଓଙ୍କ ୩ଟି ସନ୍ତାନ ଥିଲେ। କିନ୍ତୁ ପରେଦୁହେଁ ଅଲଗା ହୋଇଗଲେ। ଏହା ପରେ ଆଶା ଭୋସଲେ ସଙ୍ଗୀତକାର ଆରଡି ବର୍ମନଙ୍କୁ ବିବାହ କରିଥିଲେ। ବର୍ମନ ମଧ୍ୟ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ରୀତା ପଟେଲଙ୍କଠାରୁ ଛାଡପତ୍ର ଦେଇଥିଲେ। ଦୁହିଁଙ୍କ ପ୍ରେମ ସେମାନଙ୍କୁ ନିକଟତର କରିଥିଲା। ବର୍ମନ ଆଶା ତାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବର ବହୁ ଦିନ ପରେ ଆଶା ତାଇ ତାଙ୍କୁ ବିବାହ କରିବାକୁ ରାଜି ହେଲେ ଏବଂ ୧୯୮୦ରେ ଦୁହେଁ ବିବାହ କଲେ। କିଛି ବର୍ଷ ପରେ ଏହି ବିବାହ ମଧ୍ୟ ଭାଙ୍ଗିଥିଲେ। ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ଆର.ଡି ବର୍ମନଙ୍କ ଅକାଳ ବିୟୋଗ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର...

‘ଚକଡା ଏକ୍ସପ୍ରେସ’ ପାଇଁ ଟାଣ ଖରାରେ ଟ୍ରେନିଂ ନେଉଛନ୍ତି ଅନୁଷ୍କା, ଶେୟାର କଲେ ଫେସ ଟ୍ୟାନ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖି ତାଙ୍କ ସ୍ୱାମୀ ବିରାଟ କୋହଲି...

କ୍ଷୀର ପରି ତୋଫା ଗୋରା ୪ ଅଭିନେତ୍ରୀଙ୍କ ଚେହେରା: ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ: ଫିଲ୍ମ ଶୁଟିଂ ସମୟରେ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟ କଳାକାରଙ୍କୁ ମେକ୍‌ ଅପ୍‌ ନେବାକୁ ପଡ଼ିଥାଏ। ତେବେ ବିଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର...

ଜଣେ ଝିଅ ପାଇଁ ଅଭିନେତା ହୋଇଥିଲେ କପିଲ ଶର୍ମା

କମେଡି କିଙ୍ଗ କପିଲ ଶର୍ମାଙ୍କ ପ୍ରସିଦ୍ଧ ଶୋ ‘ଦି କପିଲ ଶର୍ମା ଶୋ’ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। କପିଲ ଆଜି ଜଣେ ସଫଳ...

ମକରକୁ ଆସିବ ଯାତ୍ରା ଜ୍ୟୋତିମହଲ

ଓଡ଼ିଶା ଏକ କଳାର ରାଜ୍ୟ। ପ୍ରଯୁକ୍ତିବିଦ୍ୟା ଯେତେବାଟ ଆଗଉନା କାହିଁକି ଲୋକମାନେ ପାରମ୍ପରିକ କଳାକୁ ଆଗରୁ ଯେମିତି ଗୁରୁତ୍ୱ ଦେଉଥିଲେ ଏବେ ମଧ୍ୟ ସେମିତି ଗୁରୁତ୍ୱ...

ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି...

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି...

‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ...

Advertisement
Archives

Model This Week