ନିଅଁରେ ବ୍ୟବହାର ହେଉଛି ପାଉଁଶ ଇଟା

ନୟାଗଡ଼,୧୧।୧(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରର ପ୍ରତ୍ୟକ୍ଷ ଦେବୀ ମା’ଦକ୍ଷିଣକାଳୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ପାଇଁ ନିଅଁରେ ପାଉଁଶ ଇଟା ବ୍ୟବହାର କରାଯାଉଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ନିଅଁ ଖୋଳାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଉଠିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ନିର୍ମାଣ ପାଇଁ ୩ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି ।
ମା’ଙ୍କ କାମ ପାଇଁ ଅର୍ଥର ଅଭାବ ନ ଥିବାବେଳେ କାମ ଠିକ ନ ହେବା ନେଇ ଧିରେ ଧିରେ ପ୍ରତିବାଦ ଉଠୁଛି ।
ଏନେଇ ଭକ୍ତ ଭବାନୀ ଦାଶ କୁହନ୍ତି, ନିଅଁରେ ବଉଳମାଳା ପଥର କିମ୍ବା କଳାମୁଗୁନି ପଥର ବ୍ୟବହାର କରାଯିବା ଦରକାର। ପାଉଁଶ ଇଟା ବ୍ୟବହାର କରିବା ଠିକ୍‌ ନୁହେଁ । ମା’ପ୍ରତ୍ୟକ୍ଷ ଠାକୁରାଣୀ। ମା’ଙ୍କ କାର୍ଯ୍ୟରେ ଅବହେଳା ହେଲେ ମା’ସେମାନଙ୍କ କଥା ବୁଝିବେ। ମନ୍ଦିର ପରି ଏକ ଧାର୍ମିକ ଅନୁଷ୍ଠାନରେ କାମର ମାନ ଉପରେ କେହି ପ୍ରଶ୍ନ ଯେପରି ନ କରିବେ ସେନେଇ କାମ କରିବା ଦରକାର। କାମ ଆରମ୍ଭରୁ ନିମ୍ନମାନର କାମ ହେଉଥିବାର ଅନୁଭବ ହେଲାଣି। ଭକ୍ତ ସ୍ବରୂପ ପଟ୍ଟନାୟକ କୁହନ୍ତି, ଦକ୍ଷିଣ କାଳୀ ଠାକୁରାଣୀଙ୍କ ମନ୍ଦିର ଭଲ କାମ ହେବା ଦରକାର । ତେବେ କାମର ପ୍ରାରମ୍ଭରୁ ନିଅଁରେ ପାଉଁଶ ଇଟା ବ୍ୟବହାର ଦେଖି ଭକ୍ତ ଅସନ୍ତୋଷ ବ୍ୟକ୍ତ କଲେଣି ।
ପାଉଁଶ ଇଟା ହଟାଇ କଳା ମୁଗୁନି ଅଥବା ବଉଳା ମାଳା ପଥର ବ୍ୟବହାର କରାଯାଉ । ନଚେତ ଖୁବ୍‌ଶୀଘ୍ର ଆନ୍ଦୋଳନ ହୋଇପାରେ । ଭକ୍ତ ମନସ୍ବିନୀ ମିଶ୍ର କୁହନ୍ତି, ଦକ୍ଷିଣକାଳୀ ମନ୍ଦିର ଏକ ପର୍ଯ୍ୟଟନ ପୀଠ ।
ପୁଣି ପ୍ରସିଦ୍ଧ ଠାକୁରାଣୀ । ମା’ଙ୍କ ମନ୍ଦିର କାମ ନିମ୍ନମାନର କଲେ ମା ଦକ୍ଷିଣ କାଳୀ ଅସନ୍ତୋଷ ବ୍ୟକ୍ତ କରିବେ । ନିର୍ମାଣକାରୀ ହଇରାଣ ହେବେ । ମା’ଙ୍କ କାର୍ଯ୍ୟ ଠିକ୍‌ ଭାବେ କରାଯିବା ଦରକାର । ଜଣେ ମହିଳା ଭକ୍ତ ନିଜ ନାମ ଗୋପନ ରଖି କହିଛନ୍ତି ମା’ଦକ୍ଷିଣକାଳୀଙ୍କର ଗର୍ଭଗୃହ ଭଙ୍ଗାଯିବାର ନ ଥିଲା । ମନ୍ଦିର ଉନ୍ନୟନକୁ ବିରୋଧ ନାହିଁ । ତେବେ ଗଞ୍ଜାମର ତାରାତାରିଣୀ ଢ଼ାଞ୍ଚାରେ କରାଯାଇଥିଲେ ଭଲ ହୋଇଥାନ୍ତା । ଗର୍ଭଗୃହ ଭଙ୍ଗାଯିବାରୁ ମା’ଙ୍କ ଉପରେ ଖରା ପଡୁଛି । ଯାହା ଠିକ୍‌ ନୁହେଁ । ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା’ଦକ୍ଷିଣକାଳୀ । ଏଭଳିସ୍ଥଳେ ପାଉଁଶ ଇଟାରେ ମନ୍ଦିରର ଭିତିପ୍ରସ୍ତର କାର୍ଯ୍ୟ କରାଯିବା ଠିକ ନୁହେଁ । ମନ୍ଦିର କାର୍ଯ୍ୟ ନେଇ ନୟାଗଡ଼ ପୁରୁଣା ସହରରେ ଅସନ୍ତୋଷ ପ୍ରକାଶ ପାଇଲାଣି । ମୁହଁରେ କେହି କହିବାକୁ ଚାହୁଁ ନାହାନ୍ତି । ତେବେ ମନ୍ଦିକର କାର୍ଯ୍ୟ ଦେଖି କେତେଜଣ ଲୋକ ବିରୋଧ କରୁଛନ୍ତି । ଏଣୁ ତୁରନ୍ତ ପାଉଁଶ ଇଟା ବନ୍ଦ କରି କଳାମୁଗୁନି ପଥର ଅଥବା ବଉଳମାଳା ପଥରେ କାମ କରାଯାଉ ବୋଲି କହିଛନ୍ତି । ଦକ୍ଷିଣକାଳୀ ମନ୍ଦିରର ସଭାପତି କୁସୁନୁ ଦାସ କୁହନ୍ତି, ନିଅଁ ଭିତରେ ଦେଢ଼ ଫୁଟର ବିମ୍‌ ରହିବ ।
ପାଉଁଶ ଇଟା ଦେଲେ କିଛି ଅସୁବିଧା ହେବନି। ମନ୍ଦିରର ପ୍ରେସର ବିମରେ ରହିବ। ମନ୍ଦିର ବଉଳମାଳା ପଥରେ ହେବ। ନିଅଁ ଭିତରେ ପାଉଁଶ ଇଟା ବ୍ୟବହାର କରିବା ଦ୍ୱାରା କାମ ନିମ୍ନମାନର କହିବା ଠିକ୍‌ ନୁହେଁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?