ନିଅଁରେ ବ୍ୟବହାର ହେଉଛି ପାଉଁଶ ଇଟା

ନୟାଗଡ଼,୧୧।୧(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରର ପ୍ରତ୍ୟକ୍ଷ ଦେବୀ ମା’ଦକ୍ଷିଣକାଳୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ପାଇଁ ନିଅଁରେ ପାଉଁଶ ଇଟା ବ୍ୟବହାର କରାଯାଉଥିବାରୁ ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି । ନିଅଁ ଖୋଳାରୁ ମନ୍ଦିରର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ଉଠିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର ନିର୍ମାଣ ପାଇଁ ୩ କୋଟି ୫୦ ଲକ୍ଷ ମଞ୍ଜୁର ହୋଇଛି ।
ମା’ଙ୍କ କାମ ପାଇଁ ଅର୍ଥର ଅଭାବ ନ ଥିବାବେଳେ କାମ ଠିକ ନ ହେବା ନେଇ ଧିରେ ଧିରେ ପ୍ରତିବାଦ ଉଠୁଛି ।
ଏନେଇ ଭକ୍ତ ଭବାନୀ ଦାଶ କୁହନ୍ତି, ନିଅଁରେ ବଉଳମାଳା ପଥର କିମ୍ବା କଳାମୁଗୁନି ପଥର ବ୍ୟବହାର କରାଯିବା ଦରକାର। ପାଉଁଶ ଇଟା ବ୍ୟବହାର କରିବା ଠିକ୍‌ ନୁହେଁ । ମା’ପ୍ରତ୍ୟକ୍ଷ ଠାକୁରାଣୀ। ମା’ଙ୍କ କାର୍ଯ୍ୟରେ ଅବହେଳା ହେଲେ ମା’ସେମାନଙ୍କ କଥା ବୁଝିବେ। ମନ୍ଦିର ପରି ଏକ ଧାର୍ମିକ ଅନୁଷ୍ଠାନରେ କାମର ମାନ ଉପରେ କେହି ପ୍ରଶ୍ନ ଯେପରି ନ କରିବେ ସେନେଇ କାମ କରିବା ଦରକାର। କାମ ଆରମ୍ଭରୁ ନିମ୍ନମାନର କାମ ହେଉଥିବାର ଅନୁଭବ ହେଲାଣି। ଭକ୍ତ ସ୍ବରୂପ ପଟ୍ଟନାୟକ କୁହନ୍ତି, ଦକ୍ଷିଣ କାଳୀ ଠାକୁରାଣୀଙ୍କ ମନ୍ଦିର ଭଲ କାମ ହେବା ଦରକାର । ତେବେ କାମର ପ୍ରାରମ୍ଭରୁ ନିଅଁରେ ପାଉଁଶ ଇଟା ବ୍ୟବହାର ଦେଖି ଭକ୍ତ ଅସନ୍ତୋଷ ବ୍ୟକ୍ତ କଲେଣି ।
ପାଉଁଶ ଇଟା ହଟାଇ କଳା ମୁଗୁନି ଅଥବା ବଉଳା ମାଳା ପଥର ବ୍ୟବହାର କରାଯାଉ । ନଚେତ ଖୁବ୍‌ଶୀଘ୍ର ଆନ୍ଦୋଳନ ହୋଇପାରେ । ଭକ୍ତ ମନସ୍ବିନୀ ମିଶ୍ର କୁହନ୍ତି, ଦକ୍ଷିଣକାଳୀ ମନ୍ଦିର ଏକ ପର୍ଯ୍ୟଟନ ପୀଠ ।
ପୁଣି ପ୍ରସିଦ୍ଧ ଠାକୁରାଣୀ । ମା’ଙ୍କ ମନ୍ଦିର କାମ ନିମ୍ନମାନର କଲେ ମା ଦକ୍ଷିଣ କାଳୀ ଅସନ୍ତୋଷ ବ୍ୟକ୍ତ କରିବେ । ନିର୍ମାଣକାରୀ ହଇରାଣ ହେବେ । ମା’ଙ୍କ କାର୍ଯ୍ୟ ଠିକ୍‌ ଭାବେ କରାଯିବା ଦରକାର । ଜଣେ ମହିଳା ଭକ୍ତ ନିଜ ନାମ ଗୋପନ ରଖି କହିଛନ୍ତି ମା’ଦକ୍ଷିଣକାଳୀଙ୍କର ଗର୍ଭଗୃହ ଭଙ୍ଗାଯିବାର ନ ଥିଲା । ମନ୍ଦିର ଉନ୍ନୟନକୁ ବିରୋଧ ନାହିଁ । ତେବେ ଗଞ୍ଜାମର ତାରାତାରିଣୀ ଢ଼ାଞ୍ଚାରେ କରାଯାଇଥିଲେ ଭଲ ହୋଇଥାନ୍ତା । ଗର୍ଭଗୃହ ଭଙ୍ଗାଯିବାରୁ ମା’ଙ୍କ ଉପରେ ଖରା ପଡୁଛି । ଯାହା ଠିକ୍‌ ନୁହେଁ । ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି ମା’ଦକ୍ଷିଣକାଳୀ । ଏଭଳିସ୍ଥଳେ ପାଉଁଶ ଇଟାରେ ମନ୍ଦିରର ଭିତିପ୍ରସ୍ତର କାର୍ଯ୍ୟ କରାଯିବା ଠିକ ନୁହେଁ । ମନ୍ଦିର କାର୍ଯ୍ୟ ନେଇ ନୟାଗଡ଼ ପୁରୁଣା ସହରରେ ଅସନ୍ତୋଷ ପ୍ରକାଶ ପାଇଲାଣି । ମୁହଁରେ କେହି କହିବାକୁ ଚାହୁଁ ନାହାନ୍ତି । ତେବେ ମନ୍ଦିକର କାର୍ଯ୍ୟ ଦେଖି କେତେଜଣ ଲୋକ ବିରୋଧ କରୁଛନ୍ତି । ଏଣୁ ତୁରନ୍ତ ପାଉଁଶ ଇଟା ବନ୍ଦ କରି କଳାମୁଗୁନି ପଥର ଅଥବା ବଉଳମାଳା ପଥରେ କାମ କରାଯାଉ ବୋଲି କହିଛନ୍ତି । ଦକ୍ଷିଣକାଳୀ ମନ୍ଦିରର ସଭାପତି କୁସୁନୁ ଦାସ କୁହନ୍ତି, ନିଅଁ ଭିତରେ ଦେଢ଼ ଫୁଟର ବିମ୍‌ ରହିବ ।
ପାଉଁଶ ଇଟା ଦେଲେ କିଛି ଅସୁବିଧା ହେବନି। ମନ୍ଦିରର ପ୍ରେସର ବିମରେ ରହିବ। ମନ୍ଦିର ବଉଳମାଳା ପଥରେ ହେବ। ନିଅଁ ଭିତରେ ପାଉଁଶ ଇଟା ବ୍ୟବହାର କରିବା ଦ୍ୱାରା କାମ ନିମ୍ନମାନର କହିବା ଠିକ୍‌ ନୁହେଁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri