ଫସଲ ଜଳମଗ୍ନ, ଆଜବେଷ୍ଟସ ଗୃହ ନଷ୍ଟ

ବଡ଼ମ୍ବା/ତିଗିରିଆ,୧୨ା୮(ଡି. ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ବଡ଼ମ୍ବା ଓ ତିଗିରଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ମ୍ବା ବ୍ଲକରେ ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବିଶେଷ କରି ବଡମ୍ବାର ଶଙ୍ଖାମେରୀ ଓ ଗୋପମଥୁରା ପଞ୍ଚାୟତର ବହୁ ଫସଲ ନଷ୍ଟ ହୋଇଯାଇଛି। ଏନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ବାଲିଜୋରି ଓ ସିଆରିଆ ନାଳ ଦେଇ ବର୍ଷା ଜଳ ଠିକ୍‌ଭାବେ ନିଷ୍କାସିତ ହେଉ ନ ଥିବାରୁ କ୍ଷେତରେ ପାଣି ଜମି ରହୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଖବରପାଇ ତହସିଲଦାର ତପନ କୁମାର ପରିଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ସାନବାରସିଂ ପଞ୍ଚାୟତ ସରପଞ୍ଚ ସଦାନନ୍ଦ ସ୍ବାଇଁ ପ୍ରମୁଖ ନାଳ ପରିଦର୍ଶନରେ ଆସିଥିଲେ। ନାଳ ମଧ୍ୟରେ ଅନେକ ସ୍ଥାନରେ ଅନାବଶ୍ୟକ ଚେକ୍‌ଡ୍ୟାମ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଥିଲେ। ସିଆରିଆ ନାଳ ମୁହଁରେ ଏକ ଚଉଡ଼ା ଫୁକାର କରାଗଲେ ଅଧିକ ଜଳ ନିଷ୍କାସିତ ହୋଇପାରିବ ବୋଲି ତହସିଲଦାର ଓ ଅନ୍ୟମାନେ ଅନୁଭବ କରିଥିଲେ। ଏ ସମ୍ପର୍କରେ ଉପସ୍ଥିତ ଜନ ପ୍ରତିନିଧି ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ଫୋନ ଯୋଗେ ଅବଗତ କରାଇଛନ୍ତି।
ତିଗିରିଆସ୍ଥିତ ଜେମାଦେଇପୁର ପଞ୍ଚାୟତର ଗୋଡ଼ି ସାହିରେ କୈଳାସ ଜେନାଙ୍କ ୨ ପୁରୁଣା ଆଜବେଷ୍ଟସ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ପରିବାର ଲୋକେ ରକ୍ଷା ପାଇଯାଇଛନ୍ତି। ଖବର ଅନୁଯାୟୀ,ସ୍ତ୍ରୀ ଓ ପୁଅ, ବୋହୂଙ୍କ ସହ କୈଳାସ ଉକ୍ତ ଗୃହରେ ରୁହନ୍ତି। ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁ ଏହା ଭୁଶୁଡ଼ି ଯାଇଥିଲା। ଏଥିରେ କୈଳାସଙ୍କ ଧାନ, ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଆଦି ନଷ୍ଟ ହୋଇଯାଇଛି। କୈଳାସ ଗୁରୁବାର ତହସିଲ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଛୁଟି ଥିବାରୁ ନିରାଶ ହୋଇ ଫେରିଥିଲେ। ଏନେଇ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏ ବିଷୟରେ ନୂଆପାଟଣା ରାଜସ୍ବ ନିରୀକ୍ଷକ ମନୋରଞ୍ଜନ ପାତ୍ର କହିଛନ୍ତି, ରକ୍ଷାବନ୍ଧନ ପାଇଁ ଛୁଟି ଥିଲା ଶୁକ୍ରବାର ତଦନ୍ତ କରାଯାଇ ସହୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri