ସମୟ ବିତୁଛି, ବଢୁଛି ଲୁଟ୍‌ ପରିମାଣ

ଯାଜପୁର,୧୭।୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବହୁ ମୂଲ୍ୟବାନ କଳାପଥର ଖାଦାନରେ ବେଆଇନ ଉତ୍ତୋଳନ ସୀମା ଲଂଘିଛି। ଏନେଇ ହୋଇଥିବା ଜନସ୍ବାର୍ଥ ମାମଲା (ଡବ୍ଲ୍ୟୁପି କେସ୍‌ ନମ୍ବର ୪୦୦୫୩/୨୦୨୩) ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଯାଜପୁର ଲଘୁ ଖଣି ବିଭାଗ ପକ୍ଷରୁ ନିକଟରେ ଧର୍ମଶାଳା ତହସିଲଦାରଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପତ୍ର ଲେଖାଯାଇଥିବା ସୂଚନା ମିଳିଛି। ତଥାପି ଧର୍ମଶାଳା ତହସିଲ ପକ୍ଷରୁ ସାଟେଲାଇଟ୍‌ ମାପଚୁପ, ସମ୍ପୃକ୍ତ ଲିଜ୍‌ଧାରୀ ଓ କ୍ରଶର ୟୁନିଟଗୁଡ଼ିକ ସହ ଲିଙ୍କେଜ୍‌ ଇତ୍ୟାଦି ଆଇନଗତ ପଦକ୍ଷେପ ନୈରାଶ୍ୟଜନକ ରହିଛି। ଏହାର ସୁଯୋଗରେ ଅଭିଯୁକ୍ତ ଲିଜଧାରୀମାନେ ପାହାଡ଼ର ୬ଟି ଖାଦାନରୁ ଦୈନିକ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କଳାପଥର ବେଆଇନ ଭାବେ ଉତ୍ତୋଳନ କରି ନିକଟସ୍ଥ କ୍ରଶରଗୁଡିକୁ ପରିବହନ କରୁଥିବା ଅଭିଯୋଗ ହେଉଛି।
ଡଙ୍କାରୀ ପାହାଡର ୧୭ ନମ୍ବର, ୧/୪ ନମ୍ବର ଓ ୩/୯ ନମ୍ବର ଲିଜଧାରୀମାନେ ସାଟେଲାଇଟ୍‌ ମାପଚୁପ ଭୟରେ ନିକଟସ୍ଥ ଲକ୍ଷ୍ମୀ ଏକ୍ସପୋର୍ଟ ପାଇଥିବା ଖାଦାନ ଏବଂ ଅଣଲିଜ୍‌ ଖାଦାନଗୁଡିକରୁ କଳାପଥର ଉତ୍ତୋଳନ କରୁଛନ୍ତି। ଏହି ମର୍ମରେ ପି.ଜେ. ମିନେରାଲ୍ସ କମ୍ପାନୀର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଜେନା ଓ ଜ୍ୟୋତ୍ସ୍ନାରାଣୀ ଜେନା ଏବଂ ନିରଞ୍ଜନ ରାଉତଙ୍କ ବିରୋଧରେ ଲକ୍ଷ୍ମୀ ଏକ୍ସପୋର୍ଟର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ହୋଇଥିବା ଅଭିଯୋଗ ଅନୁସାରେ ଡଙ୍କାରୀ ପାହାଡର ୧୮ ନମ୍ବର ଖାଦାନକୁ ଲକ୍ଷ୍ମୀ ଏକ୍ସପୋର୍ଟ ସହ ଚୁକ୍ତି ହୋଇଥିଲା। କିନ୍ତୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ କଳାପଥର ଉତ୍ତୋଳନ କରିବାକୁ ଦେଉନାହାନ୍ତି। ସେଠାରୁ ଜବରଦସ୍ତି ଉପରୋକ୍ତ ଲିଜଧାରୀମାନେ କଳାପଥର ଲୁଟ୍‌ କରୁଛନ୍ତିି। ତେବେ ଉକ୍ତ ମାମଲା ଉପରେ ହାଇକୋର୍ଟ ହୃଦୟଙ୍ଗମ କରି ୧୫ା୧୨ା୨୦୨୩ରେ ୮ ସପ୍ତାହ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ବି ଖଣି କିମ୍ବା ତହସିଲ ପ୍ରଶାସନ ହାତବାନ୍ଧି ବସିଛି। ସାଟେଲାଇଟ୍‌ ମାପଚୁପ, କ୍ରଶର ସହ ଲିଜ୍‌ଧାରୀଙ୍କ ଲିଙ୍କେଜ୍‌ ଆଦି ତଦନ୍ତ ପ୍ରକ୍ରିୟାକୁ ପ୍ରାୟ ୨ ମାସ ଲାଗିବ। ତେଣୁ ସମୟ ଗଡ଼େଇ ଚାଲିଲେ ବେଆଇନ ଉତ୍ତୋଳନ ପରିମାଣ ବୃଦ୍ଧି ପାଇବା ସହ ରାଜ୍ୟ ସରକାର ବିପୁଳ କୋଟି ଟଙ୍କା ରାଜସ୍ବ ହରାଇବା ନିଶ୍ଚିତ ଏବଂ କେତେକ ପ୍ରଭାବଶାଳୀ ଲିଜଧାରୀ ମାଲାମାଲ ହେବେ ବୋଲି ସାଧାରଣରେ ଆଲୋଚନ ହେଉଛି। ତେଣୁ ବେଆଇନ ଉତ୍ତୋଳନକାରୀ, କ୍ରଶର ମାଲିକ, ତହସିଲ ଓ ଖଣି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଭିତିରିଆ ଆଲୋଚନା କରାଯାଇ ସମୟ ଗଡ଼େଇ ଚାଲିଥିବା କୁହାଯାଉଛି। ଏଥିରେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ ଏକ ମୋଟା ଅଙ୍କର ଡିଲ୍‌ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ଉପରୋକ୍ତ ଡଙ୍କାରୀ ପାହାଡ଼ର ବେଆଇନ କଳାପଥର ନିକଟସ୍ଥ ଏ-୧ ଷ୍ଟୋନ୍‌ କ୍ରଶର, ମା’ ଷ୍ଟୋନ କ୍ରଶର, ପିଆର୍‌ପିଏଲ୍‌, ଶେରାବାଲି, ଜୈନ, ମା’ ଚଣ୍ଡୀ ପ୍ରଭୃତି ଷ୍ଟୋନ କ୍ରଶରରେ ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଗଚ୍ଛିତ ରହିଛି ବୋଲି ଅଞ୍ଚଳବାସୀଙ୍କଠାରୁ ଜଣାପଡ଼ିଛି। ଏହି ସମୟରେ ତହସିଲ ଓ ଖଣି କର୍ତ୍ତୃପକ୍ଷ ଚଢ଼ାଉ କରି ଉପଯୁକ୍ତ ଭାବେ ଆଇନ ଅନୁସାରେ ତଦନ୍ତ କଲେ ବିପୁଳ କୋଟି ଟଙ୍କାର କଳାପଥର ଜବତ ହୋଇପାରନ୍ତା ବୋଲି ଦାବି ହେଉଛି। ଏହାବାଦ୍‌ ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟି, ଆରୁହା ଓ ବିଛାଖଣ୍ଡି ପାହାଡ଼ରୁ ବିପୁଳ କୋଟି ଟଙ୍କାର କଳାପଥର ଚୋରି ହେଉଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ଧର୍ମଶାଳା ତହସିଲଦାରଙ୍କୁ ପତ୍ର ଦିଆଯାଇଛି। ସେ ଖୁବ୍‌ଶୀଘ୍ର ପଦକ୍ଷେପ ନେବେ ବୋଲି ତାଙ୍କୁ ଜଣାଇଛନ୍ତି। ଏପରିକି ସେ ବି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?