Posted inଫୁରସତ

ଏହି ରେଷ୍ଟୁରାଣ୍ଟକୁ ପଶିବା ମାତ୍ରେ ଖାଇବେ ଶକ୍ତ ଚାପୁଡା, ତଥାପି ହେଉଛି ଭିଡ଼

ରେଷ୍ଟୁରାଣ୍ଟରେ ଖାଇବା ସମସ୍ତଙ୍କ ପାଇଁ ସ୍ବତନ୍ତ୍ର। ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଢଙ୍ଗରେ ସ୍ବାଗତ କରାଯାଏ। କିନ୍ତୁ ଦୁନିଆରେ ଏପରି ଏକ ରେଷ୍ଟୁରାଣ୍ଟ ମଧ୍ୟ ଅଛି, ଯେଉଁଠାରେ ଗ୍ରାହକମାନେ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ଚାପୁଡ଼ା ମରାଯାଏ। ଚାପୁଡ଼ା ମାରିବା ହେତୁ ଏହି ରେଷ୍ଟୁରାଣ୍ଟ ସାରା ବିଶ୍ୱରେ ପ୍ରସିଦ୍ଧ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଏହି ରେଷ୍ଟୁରାଣ୍ଟର ନାମ ହେଉଛି ଶାଚିହୋକୋୟା-ୟା(Shachihokoya-ya)। ଏହା ଜାପାନର ନାଗୋୟାଠାରେ ଅବସ୍ଥିତ। କୁହାଯାଏ ଯେ, ଲୋକମାନେ ଏହି ରେଷ୍ଟୁରାଣ୍ଟରେ ଚାପୁଡ଼ା ମାରିବା ପାଇଁ ଟଙ୍କା ମଧ୍ୟ ଦିଅନ୍ତି। ଲୋକମାନେ ଚାପୁଡ଼ା ମାରିବା ପାଇଁ ୩୦୦ ଜାପାନୀ ୟେନ ଅର୍ଥାତ୍‌ ୧୬୯ ଟଙ୍କା ଖର୍ଚ୍ଚ କରନ୍ତି। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳେ ଯେ ରେଷ୍ଟୁରାଣ୍ଟରେ ପ୍ରବେଶ କରିବା ମାତ୍ରେ ଓ୍ବେଟ୍ରେସ୍‌ ଗ୍ରାହକଙ୍କୁ ଚାପୁଡ଼ା ମାରୁଛନ୍ତି। ଚାପୁଡ଼ା ଏତେ ଶକ୍ତିଶାଳୀ ଯେ ଲୋକମାନେ ନିଜକୁ ନିୟନ୍ତ୍ରଣ ମଧ୍ୟ କରିପାରିବେ ନାହିଁ। ଏହି ରେଷ୍ଟୁରାଣ୍ଟ ୨୦୧୨ରେ ଖୋଲା ଯାଇଥିଲା। ନ ଚାଲିବାରୁ କିଛି ଦିନ ପରେ ଏହା ବନ୍ଦ ହେବାର ଥିଲା କିନ୍ତୁ ପରେ ଲୋକଙ୍କୁ ସ୍ବାଗତ କରିବା ପାଇଁ ଚାପୁଡ଼ା ମାରିବା ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା। ଏହା ପରେ ରେଷ୍ଟୁରାଣ୍ଟକୁ ଏବେ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିପ୍‌ ଇୟରକୁ ନେଇ ଗୁଗ୍‌ଲ କଲା ସ୍ବତନ୍ତ୍ର ଡୁଡ୍‌ଲ

ଗୁଗ୍‌ଲର ଡୁଡ୍‌ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍‌ ଡେ’ ସେଟ ସହିତ ଏକ ବେଙ୍ଗର...

ବିଦେଶରେ ସଫଳତା ପାଇଲେ ସିକ୍ୟୁରିଟି ଗାର୍ଡଙ୍କ ଝିଅ

ନୂଆଦିଲ୍ଲୀ: ସ୍ନାତକ ଡିଗ୍ରୀ ହାସଲ କରିବା ସମସ୍ତଙ୍କ ଜୀବନରେ ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ। ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ଝିଅ ବିଦେଶରେ ସ୍ନାତକ ଡିଗ୍ରୀ...

ଆଜି ବିରଳ ପରିଦୃଷ୍ଟ ରୋଗ ଦିବସ

ପ୍ରତିବର୍ଷ ଫେବୃଆରୀ ଶେଷ ଦିନ (ଚଳିତ ବର୍ଷ ଫେବୃଆରୀ ୨୯ ତାରିଖ)କୁ ‘ବିରଳ ପରିଦୃଷ୍ଟ ରୋଗ ଦିବସ’ ଭାବରେ ପାଳନ କରାଯାଇଥାଏ। ଅନେକ ରୋଗ ଅଛି,...

ହୃଦୟ ଜିତିଲେ ଅମ୍ବାନୀ ପରିବାରର ଭାବି ବୋହୂ

ଜାମନଗର,୨୮।୨: ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁଜରାଟର ଜାମନଗରରେ ଅନ୍ନ ସେବା...

ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…

ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି...

ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍‌ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…

ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ...

ମୋ ଗର୍ଲଫ୍ରେଣ୍ଡକୁ ଦେଖ…କହି ଏମିତି କାମ କଲେ ଅଙ୍କଲ୍‌: ସାଉଁଟୁଛନ୍ତି ପ୍ରଶଂସା

ପ୍ରେମ ପାଇଁ କୌଣସି ବୟସ ନାହିଁ। ଯଦି ଜୀବନ ଖୁସିରେ ବଞ୍ଚନ୍ତି, ତେବେ ଏହା ବହୁତ ସୁନ୍ଦର ହୋଇଯାଏ। ଏହି ଉକ୍ତିଟି ଜଣେ ବୃଦ୍ଧ ଦମ୍ପତିଙ୍କ...

‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri