Posted inଜାତୀୟ

ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ

ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଡେଲିଭର କରୁଥିବା ଆପ୍‌ର ପ୍ରତିଷ୍ଠାତା ଦୀପେନ୍ଦର ଗୋୟଲ। ଦେଶରେ ସହନଶୀଳତାର ସ୍ତର ଆହୁରି ଊର୍ଦ୍ଧ୍ୱରେ ରହିବା ଦରକାର ବୋଲି ସେ ଟୁଇଟ୍‌ କରିଥିଲେ। ସେହି ଟୁଇଟରେ ଆହୁରି ଉଲ୍ଲେଖ କରିଥିଲେ ‘ତାମିଲନାଡୁକୁ ଆମେ ଭଲ ପାଉ’।

ରିଫଣ୍ଡକୁ ନେଇ ଜମାଟୋର କଷ୍ଟମର କେୟାର ଅଧିକାରୀଙ୍କ ସହ ଯୁକ୍ତିତର୍କ ପରେ ଟୁଇଟରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ବିକାଶ ନାମକ ଜଣେ ୟୁଜର। ଏହା ପରଠୁ ଟୁଇଟରରେ ଟ୍ରେଣ୍ଡ ପାଲଟିଛି #ରିଜେକ୍ଟ_ଜମାଟୋ।

”ଜମାଟୋରୁ ଖାଦ୍ୟ ମଗାଇଥିଲି। ନିର୍ଦ୍ଧିଷ୍ଟ ଆଇଟମ୍‌ ନ ମିଳିବାରୁ ମୁଁ କଷ୍ଟମର କେୟାରକୁ ଫୋନ କରି ଜଣାଇବା ସହ ରିଫଣ୍ଡ ଦାବି କରିଥିଲେ। କିନ୍ତୁ ମୁଁ ହିନ୍ଦୀ ଜାଣି ନ ଥିବାରୁ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି କଷ୍ଟମର କେୟାର ପକ୍ଷରୁ କୁହାଯାଇଥିଲା। ଏଥିରୁ ଏକ ଶିକ୍ଷା ପାଇଲି, ଜଣେ ଭାରତୀୟ ହୋଇଥିବାରୁ ମୋତେ ହିନ୍ଦୀ ଜଣିବା ନିହାତି ଦରକାର“ ବୋଲି ଗ୍ରାହକ ବିକାଶ ଟୁଇଟ୍‌ କରିଥିଲେ। ଏଥିରେ ସେ ଆଟାଚ୍‌ କରିଥିଲେ ଅର୍ଡରର ସ୍କ୍ରିନଶଟ୍‌।

ସ୍କ୍ରିନଶଟ୍‌ରେ କଷ୍ଟମର କେୟାର ଅଧିକାରୀ ଲେଖିଥିଲେ, ହିନ୍ଦୀ ଆମର ଜାତୀୟ ଭାଷା। ତୁମେ ଏହା ଜାଣିବା ଦରକାର। ଏହା ଏତେ ସାଧାରଣ ଭାଷା ଯେ, ସଭିଙ୍କୁ ଜଣା ରହିବା ଉଚିତ।

କଷ୍ଟମର କେୟାର ଏଜେଣ୍ଟଙ୍କ ଏଭଳି ଆଚରଣରେ ଆମେ ଦୁଃଖିତ। ଅବହେଳା କାରଣରୁ ତାଙ୍କୁ ଟର୍ମିନେଟ୍‌ କରାଯାଇଛି। ଆମେ ପ୍ରୋଟୋକଲ ମଧ୍ୟରେ ରହି ତାଙ୍କୁ ଟର୍ମିନେଟ୍‌ କରିଛୁ। ତାଙ୍କ ଆଚରଣ ସମ୍ପୂର୍ଣ୍ଣ ରୂପେ କମ୍ପାନୀର ନିୟମ ବିରୋଧରେ ବୋଲି କମ୍ପାନୀ ପକ୍ଷରୁ ଉଭୟ ଇଂଲିଶ ଓ ତାମିଲ ଭାଷାରେ ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୨୩ ।୭: ପେଗାସସ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଇଛି । ସେ...

ରାଜପାକ୍‌ସେଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍‌ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ...

୨୫୦୦ ବର୍ଷ ସଂସ୍କୃତ ବ୍ୟାକରଣର ସମାଧାନ କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୧୫ା୧୨: ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣର ସମାଧାନ କରି ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ଯୁବଛାତ୍ର। ଏହି ଛାତ୍ରଙ୍କ ନାମ ଋଷି ରାଜପୁତ(୨୭)। ସେ କ୍ରେମ୍ବ୍ରିଜ...

ବିଲ୍‌ ଗେଟ୍ସ ତିଆରି କଲେ ରୁଟି, ଭିଡିଓ ଦେଖି ମୋଦି କହିଲେ ଏମିତି…

ନୂଆଦିଲ୍ଲୀ,୪ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି। ମାଣ୍ଡିଆରେ ଡିସ୍‌ ତିଆରି...

ଏମ୍ସରେ ଭର୍ତ୍ତି ହେବେ ଲାଲୁ: ଫୁସ୍‌ଫୁସ୍‌ରେ ଜମିଛି ପାଣି!

ରାଞ୍ଚି,୨୩ ।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଅବନତି ଦେଖାଯାଇଛି ।...

ବଜେଟ ଉପସ୍ଥାପନବେଳେ ଏମିତି କିଛି କହିଦେଲେ ଅର୍ଥମନ୍ତ୍ରୀ: ପ୍ରଧାନମନ୍ତ୍ରୀ ବି ରୋକିପାରିଲେନି ହସ

ନୂଆଦିଲ୍ଲୀ,୧।୨: ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ବଜେଟ ଉପସ୍ଥାପନ କରୁଥିଲେ। ଏହି ସମୟରେ ତାଙ୍କ ପାଟିରୁ ବାହାରିଥିବା ଏକ...

ଅନ୍‌ଲକ-୩: ଏହି ରାଜ୍ୟରେ ଖୋଲିବ ହୋଟେଲ

ନୂଆଦିଲ୍ଲୀ,୧୯।୮: କରୋନା ମହାମାରୀ ଯୋଗୁ ଦେଶରେ ଏବେ ଅନ୍‌ଲକ-୩ ଜାରି ରହିଛି। ଏହି ଲକ୍‌ଡାଉନ ସମୟରେ କେନ୍ଦ୍ରସରକାର କେତେକ କଟକଣା ଜାରି କରିଛନ୍ତି। ତେବେ ରାଜ୍ୟର...

କୋଭିଡ-୧୯ ପାଇଁ ପ୍ରଭାବଶାଳୀ ହୋଇପାରେ ପ୍ରାୟ ୭୦ଟି ଔଷଧ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହାର ଚିକିତ୍ସାକୁ ନେଇ ଚାଲିଛି ଗବେଷଣା। ନିକଟରେ କେତେଜଣ ବିଦେଶୀ ଓ...

Advertisement
Archives

Model This Week