୬୪୧୨ ଜନବସତିକୁ ରାସ୍ତା ନାହିଁ

ଯାଜପୁର ଅଫିସ,୨୧ା୨: ରାଜ୍ୟରେ ଏବେବି ୬,୪୧୨ ଜନବସତିକୁ ରାସ୍ତା ସଂଯୋଗ ହୋଇପାରିନାହିଁ। ଏଥିରେ କୋରାପୁଟ ଜିଲାରେ ସର୍ବାଧିକ ୮୪୮ ଜନବସତି ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ର ସ୍ବତନ୍ତ୍ର ତଥ୍ୟଭିତ୍ତିକ ସଫ୍ଟଓ୍ବେର ‘ଅନ୍‌ଲାଇନ୍‌ ମ୍ୟାନେଜମେଣ୍ଟ ମନିଟରିଂ ଆଣ୍ଡ ଆକାଉଣ୍ଟିଂ ସିଷ୍ଟମ(ଓଏମ୍‌ଏମ୍‌ଏଏସ୍‌)’ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଏଥିପାଇଁ ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ସମସ୍ତ ଅଧୀକ୍ଷଣ ଏବଂ ନିର୍ବାହୀ ଯନ୍ତ୍ରୀଙ୍କୁ ୨୭ା୨ା୨୦୨୩ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ(ପ୍ଲାନ୍‌ ରୋଡ୍‌) ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ଏତେସଂଖ୍ୟକ ଜନବସତିକୁ ରାସ୍ତା ହୋଇ ନ ପାରିବା ସରକାରୀ ଯୋଜନାଗୁଡ଼ିକର ବିଫଳତାକୁ ପ୍ରମାଣିତ କରୁଛି। କେତେକ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ଦୁର୍ନୀତିଗ୍ରସ୍ତ ଅଧିକାରୀ/କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଥିବାରୁ ବିକାଶର ପଥ ଏଭଳି ଭାବେ ଉନ୍ମୁକ୍ତ ହୋଇ ପାରୁନାହିଁ। ଏହାର ସୁଯୋଗରେ କୋରାପୁଟ ଜିଲା କୋଟିଆ ଅଞ୍ଚଳର ଆଦିବାସୀଙ୍କ ଅତି ନିକଟତର ହେବାକୁ ଆନ୍ଧ୍ରପ୍ରଦେଶ ସରକାର ଉଦ୍ୟମ କରୁଛନ୍ତି ବୋଲି ମତପ୍ରକାଶ ପାଉଛି।
ଗ୍ରାମାଞ୍ଚଳରେ ବିକାଶଧାରା କିଭଳି ଅପହଞ୍ଚ ତାହା ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ସ୍ପଷ୍ଟ କରିଦେଉଛି। ଗମନାଗମନର ସୁବିଧା ଥିବା ଅଞ୍ଚଳକୁ ବିକଶିତ ବୋଲି ଧରାଯାଏ। କାରଣ ଗମନାଗମନ ବ୍ୟବସ୍ଥାକୁ ଆଧାର କରି ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିଥାଏ। କିନ୍ତୁ ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଇଚ୍ଛାଶକ୍ତି ଅଭାବରୁ କେବଳ ରାସ୍ତା ନୁହେଁ, ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରୁନାହିଁ। ଏବେ ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ପ୍ରକାଶ ପାଇବାରେ ଗ୍ରାମ୍ୟ ନିର୍ମାଣ ବିଭାଗ ତତ୍ପର ହୋଇଉଠିଛି। ରାସ୍ତା ନ ଥିବା ଜନବସତିର ଚିହ୍ନଟ କରି ତାହାକୁ ପୂର୍ବରୁ କୌଣସି ଯୋଜନାରେ ସାମିଲ କରାଯାଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ସ୍ଥାନଗୁଡ଼ିକୁ ବର୍ତ୍ତମାନ ଯିବା ପାଇଁ ଥିବା ବ୍ୟବସ୍ଥା, ମୁଖ୍ୟ ରାସ୍ତାଠାରୁ କେତେ ଦୂରତାଏବଂ ରାସ୍ତା ନିର୍ମାଣ ପାଇଁ ଆନୁମାନିକ ବ୍ୟୟ ଅଟକଳ ଆଦି ତଥ୍ୟ ଦେବାକୁ ନିର୍ଦ୍ଦେଶପତ୍ରରେ ଦର୍ଶାଯାଇଛି।

ଓଏମ୍‌ଏମ୍‌ଏଏସ୍‌ ରିପୋର୍ଟ ଅନୁସାରେ କୋରାପୁଟ ଜିଲା ବ୍ୟତୀତ କଳାହାଣ୍ଡି ଜିଲାରେ ୭୨୩, ବାଲେଶ୍ୱରରେ ୪୦୧, ରାୟଗଡ଼ାରେ ୩୩୦, ସମ୍ବଲପୁରରେ ୩୫୭, ଅନୁଗୋଳରେ ୩୨୫, ବଲାଙ୍ଗୀରରେ ୨୦୨, ବରଗଡ଼ରେ ୨୦୮, ଭଦ୍ରକରେ ୧୩୦, ବୌଦ୍ଧରେ ୭୫, କଟକରେ ୧୨୭, ଦେବଗଡ଼ରେ ୧୫୪, ଢେଙ୍କାନାଳରେ ୩୦୬, ଗଜପତିରେ ୨୧୨, ଗଞ୍ଜାମରେ ୧୬୦, ଜଗତ୍‌ସିଂହପୁରରେ ୧୨୨, ଯାଜପୁରରେ ୨୪, ଝାରସୁଗୁଡାରେ ୮୨, କନ୍ଧମାଳରେ ୨୦୭, କେନ୍ଦ୍ରାପଡ଼ାରେ ୫୭, କେନ୍ଦୁଝରରେ ୭୮, ଖୋର୍ଦ୍ଧାରେ ୧୨୦, ମାଲକାନଗିରିରେ ୧୮୩, ମୟୂରଭଞ୍ଜରେ ୧୮୮, ନବରଙ୍ଗପୁରରେ ୮୫, ନୟାଗଡ଼ରେ ୧୯୮, ପୁରୀରେ ୨୭୯, ସୋନପୁରରେ ୪୫ ଓ ସୁନ୍ଦରଗଡ଼ ଜିଲାରେ ୧୮୬ ଜନବସତିକୁ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ହୋଇ ପାରିନାହିଁ। ସୂଚନାଯୋଗ୍ୟ ଯେ, ୨୦୧୯ ଜୁନ୍‌ରେ ଅନୁଷ୍ଠିତ ବିଧାନସଭାରେ ଅସଂଯୋଜିତ ଜନବସତିକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବିଭାଗୀୟ ପ୍ରତିଶ୍ରୁତି ଫସରଫାଟିଛି। ଏଭଳି ସରକାରୀ ଅବହେଳା କାରଣରୁ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ପକ୍ଷରୁ କରାୟତ୍ତ କରିବା ଲାଗି ଜୋରଦାର ଉଦ୍ୟମ କରାଯାଉଛି। ଏଥିଯୋଗୁ ଆନ୍ତଃରାଜ୍ୟ ସୀମା ବିବାଦ ମୁଣ୍ଡ ଟେକୁଛି। କୋଟିଆ ଗ୍ରାମପୁଞ୍ଜକୁ ଉଦାହରଣ ଭାବେ ନିଆଯାଇପାରେ। ସେଠାରେ ଆନ୍ଧ୍ରର ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀ ନିୟମିତ ବ୍ୟବଧାନରେ ପ୍ରବେଶ କରି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅଧିବାସୀମାନଙ୍କୁ ସଚେତନ କରୁଛନ୍ତି। ଅନ୍ୟପକ୍ଷେ ଏହାକୁ ପ୍ରତିହତ କରିବାକୁ ଓଡ଼ିଶାର ବଳ ପାଉ ନ ଥିବାରୁ ଅଧିକାରୀମାନେ ହାତ ଟେକି ଦେଇଥିବା ନଜିର ରହିଛି। ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା ନଗଡ଼ାକୁ ନିଆଯାଇପାରେ। ଏଠାରେ ଉତ୍ତମ ଗମନାଗମନର ସୁବିଧା ନ ଥିବାରୁ ସରକାରୀ ଯୋଜନା ଅପହଞ୍ଚ ହୋଇପଡ଼ିଥିଲା। ଫଳରେ ନଗଡ଼ାର ବହୁ ଶିଶୁ ଅପପୁଷ୍ଟିର ଶିକାର ହୋଇ ପ୍ରାଣ ହରାଇଥିଲେ, ଯାହାକି ସାରା ଦେଶରେ ଚହଳ ପକାଇଥିଲା। ରାସ୍ତା ନ ଥିବା ଜନବସତିରେ ନଗଡ଼ା ଭଳି ସ୍ଥିତି ରହିଥିଲେ ସୁଦ୍ଧା ତାହା ଲୋକଲୋଚନକୁ ଆସିପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାର ଅନେକ ଗ୍ରାମକୁ ଏବେ ସୁଦ୍ଧା ରାସ୍ତା ସଂଯୋଗ ହୋଇପାରିନାହିଁ। ତେଣୁ ଉକ୍ତ ଗ୍ରାମଗୁଡ଼ିକୁ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri