Posted inଜାତୀୟ

‘ଧରିପଡ଼ିବା ପରେ ବଳାତ୍କାରୀଙ୍କୁ ଏନକାଉଣ୍ଟର’

ହାଇଦ୍ରାବାଦ୍‌,୧୫।୯: ପଡୋଶୀଙ୍କ ୬ ବର୍ଷୀୟା ଝିଅଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଏହି ବଳାତ୍କାର ଓ ହତ୍ୟା କାଣ୍ଡ ଘଟାଇଥିବା ଅପରାଧୀ ଧରାପଡ଼ିବା ପରେ ଏନକାଉଣ୍ଟର କରାଯିବ ବୋଲି ତେଲାଙ୍ଗାନାର ଜଣେ ଶ୍ରମ ମନ୍ତ୍ରୀ ମଲ୍ଲା ରେଡ୍ଡୀ ଟୁଇଟ୍‌ କରିଛନ୍ତି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ତାଙ୍କ ମୁଣ୍ଡରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଛି। ଅଭିଯୁକ୍ତଙ୍କ ନାମ ପାଲାକୋଣ୍ଡା ରାଜୁ (୩୦)। ଘରେ ପୀଡ଼ିତାଙ୍କ ମୃତଦେହ ମିଳିବା ପରଠାରୁ ସେ ଫେରାର ଅଛନ୍ତି। ଏହି ଘଟଣାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମନ୍ତ୍ରୀ କେ ଟି ରାମାରାଓ ଟୁଇଟ୍‌ କରିଥିଲେ। କିନ୍ତୁ ଏଥିରେ ସତ୍ୟତା ନ ଥିବାରୁ ସେ ପରବର୍ତ୍ତୀ ଟୁଇଟ୍‌ରେ କ୍ଷମାପ୍ରାର୍ଥନା କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ହାଇଦ୍ରାବାଦ୍‌ ପୋଲିସ ମ୍ୟାନ ହଣ୍ଟ ଜାରି କରିଥିବା ସୂଚନା ଦେଇଛନ୍ତି।

ଗତ ୯ ତାରିଖରେ ହାଇଦ୍ରାବାଦ୍‌ର ସିଙ୍ଗାରେନି କଲୋନିରୁ ଜଣେ ୬ ବର୍ଷୀୟା ନାବାଳିକା ନିଖୋଜ ହୋଇଯାଇଥିଲା। ପର ଦିନ ପଡ଼ୋଶୀଙ୍କ ଘରୁ ମିଳିଥିଲା ନାବାଳିକାଙ୍କ ମୃତଦେହ। ଅଭିଯୁକ୍ତ ଗିରଫ ହୋଇ ସାରିଥିବା କିଛି ରିପୋର୍ଟରେ ପ୍ରକାଶ ପାଇଥିଲା। କିନ୍ତୁ ସେଥିରେ ସତ୍ୟତା ନ ଥିବା ଜଣାପଡ଼ିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଓ କଲୋନିବାସୀ ନ୍ୟାୟ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁବେଳେ ସଂସଦୀୟ ପରମ୍ପରାର ଉଲ୍ଲଂଘନ କରୁଛନ୍ତି ରାହୁଲ, କହିଲେ ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୦।୭ : କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀ ପୂର୍ବତନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ...

ଯୁକ୍ରେନ୍‌ ଫେରନ୍ତାଙ୍କୁ ଏନ୍‌ଏମ୍‌ସିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୭ା୯: ଯୁକ୍ରେନ୍‌ରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରୁଷିଆ-ଯୁକ୍ରେନ୍‌ ଯୁଦ୍ଧ ପାଇଁ...

କର୍ନାଟକରେ ପୁଣି ଫେରିବକି ପୁରୁଣା ଡ୍ରାମା: ୟେଦୁରପ୍ପାଙ୍କୁ ଭାଜପା ବିଧାୟକଙ୍କ ଧମକ !

ବେଙ୍ଗାଲୁରୁ,୩।୨: କର୍ନାଟକରେ ପୁଣିଥରେ ପୁରୁଣା ରାରଜନୈତିକ ଡ୍ରାମା ଫେରିବା ନେଇ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଭାଜପାର ବିଧାୟକ ଧମକ ଦେଇଛନ୍ତି। ସେମାନେ ବିଧାୟକ...

କେଜରିଓ୍ବାଲ ଆୟୋଜନ କଲେ ରାତ୍ରଭୋଜନ

ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ...

କଙ୍ଗନାଙ୍କ ଚିକିତ୍ସା ଜରୁରୀ, ଫେରାଇ ନିଆଯାଉ ପଦ୍ମଶ୍ରୀ: ସ୍ୱାତି ମାଲିୱାଲ

ନୂଆଦିଲ୍ଲୀ,୧୪ ।୧୧: ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତି ମାଲିୱାଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ ଉକ୍ତ ପତ୍ରରେ ଲେଖିଛନ୍ତି...

ପ୍ରଥମ ଥର ଯୋଗୀଙ୍କୁ ପ୍ରଶଂସା କଲେ ଅଖିଳେଶ

ଲକ୍ଷ୍ନୌ,୨୦।୫: ସମାଜବାଦିି ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ କମ୍ପ୍ୟୁଟର ଜ୍ଞାନକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଶୁକ୍ରବାର ଅଖିଳେଶ ବିଧାନସଭାରେ ଆଶ୍ଚର୍ଯ୍ୟ ହୋଇ...

ବ୍ୟାପମ୍‌ ଦୁର୍ନୀତି: ୩୧ ଜଣଙ୍କୁ ଜେଲ

ନୂଆଦିଲ୍ଲୀ,୨୬ା୧୧: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍‌ ନିଯୁକ୍ତି ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୩୧ ଜଣଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଗ୍ବାଲିୟରର ପ୍ରଦୀପ ତ୍ୟାଗୀଙ୍କୁୁ ୧୦ ବର୍ଷ...

ସରକାର ଚାହିଁଲେ ପିଓକେ ଭାରତରେ ମିଶିଯିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୧।୧: ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ବଣେ ଶନିବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ସରକାର ଯଦି ନିର୍ଦ୍ଦେଶ ଦିଅନ୍ତି ତେବେ ପାକ୍‌ ଅଧିକୃତ କଶ୍ମୀର(ପିଓକେ)କୁ...

Advertisement
Archives

Model This Week