Posted inଜାତୀୟ

ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ ସବୁଠୁ ବିବାଦୀୟ ଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ତତ୍କାଳୀନ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖ୍‌ଡେ। ସେ ମାମଲା ରଫାଦଫା କରି ଆର୍ୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ରାନ୍‌ସମ୍‌ ଦାବି କରିଥିଲେ। ଏନ୍‌ସିବି ପକ୍ଷରୁ ଶୁକ୍ରବାର ଆର୍ୟନଙ୍କୁ କ୍ଲିନ୍‌ଚିଟ୍‌ ଦିଆଯିବା ପରେ ଓ୍ବାଙ୍ଖଡେ ଏବେ ପୁଣି ଚର୍ଚ୍ଚାରେ। ତେବେ ବିନା କୌଣସି ପ୍ରମାଣରେ ତାଙ୍କୁ କାହିଁକି ଗିରଫ କରାଯାଇଥିଲା ଏବଂ ସେ ଅକାରଣେ ବିଚାରାଧୀନ କଏଦୀ ଭାବେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ପ୍ରାୟ ମାସେ ଧରି ଦଣ୍ଡ ଭୋଗିଥିବାରୁ ଓ୍ବାଙ୍ଖଡେଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ମୁମ୍ବାଇର ଏକ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀମାନେ ସେଥିରେ ଆର୍ୟନ ଶାହରୁଖ୍‌ ଖାନ୍‌ଙ୍କ ନାମ ଉଲ୍ଲେଖ କରିନାହାନ୍ତି। କାରଣ ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ ବୋଲ ଏନ୍‌ସିବି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ସତ ସାମ୍ନାକୁ ଆସିବା ପରେ ଏନ୍‌ସିବିର ଭୂମିକା ଓ କାର୍ଯ୍ୟଶୈଳୀକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ଏନ୍‌ସିବି ବିରୋଧରେ ଅଭିଯୋଗ ଆଣିଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିବି) ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ୍‌ ମଲିକ୍‌ଙ୍କୁ ଅନ୍ୟ ଏକ ମାମଲାରେ ଜେଲରେ ରଖାଯାଇଛି। ମଲିକ୍‌ ଟୁଇଟ୍‌ କରିଛନ୍ତି, ବର୍ତ୍ତମାନ ଆର୍ୟନ ଖାନ୍‌ ଓ ଅନ୍ୟ ୫ ଜଣଙ୍କୁ ଏନ୍‌ସିବି କ୍ଲିନ୍‌ଚିଟ୍‌ ଦେଇଛି। ଏନ୍‌ସିବି ଏହାର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େ ଓ ତାଙ୍କର ପ୍ରାଇଭେଟ୍‌ ଆର୍ମି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ନା ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଇଆର୍‌ଏସ୍‌ ଅଧିକାରୀ ସମୀର ଓ୍ବାଙ୍ଖଡ଼େ ଏନ୍‌ସିବି ଜୋନାଲ ଡାଇରେକ୍ଟର ଥିବାବେଳେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଗିରଫ କରି ରାତାରାତି ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ମୁମ୍ବାଇସ୍ଥିତ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ)ରେ ଅବସ୍ଥାପିତ। ଗତ ନଭେମ୍ବର ୬ରେ ଏନ୍‌ସିବି ତାଙ୍କୁ ତଦନ୍ତକାରୀ ସଂସ୍ଥାର ମୁଖ୍ୟାଳୟରୁ ହଟାଇଥିଲା। ଏଥିସହ ଦିଲ୍ଲୀର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲା। ଏନ୍‌ସିବିର ଉପମହାନିର୍ଦ୍ଦେଶକ (ଅପରେଶନ୍ସ) ତଥା ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସଞ୍ଜୟ କୁମାର ସିଂ ଏହି ଏସ୍‌ଆଇଟିର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri