ବଲିଉଡରେ ଡେବ୍ୟୁ କରିବେ ଆର୍ଯ୍ୟମନ ଦେଓଲ

ମୁମ୍ବାଇ: ‘ଆନିମଲ’ର ବ୍ଲକବଷ୍ଟର ସଫଳତା ହେତୁ ବବି ଦେଓଲ ଆଜିକାଲି ବେଶ ଖୁସି ଅଛନ୍ତି। ଏହି ମୁଭିଟି ବକ୍ସ ଅଫିସରେ ରାଜ କରୁଛି ଏବଂ ଏହା ମଧ୍ୟ ଭଲ କଲେକଶନ କରୁଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ମୁଭି ‘ଆନିମଲ’ରେ ଖୁଂଖାର ଭିଲେନ ଭୂମିକାରେ ଅଭିନୟ କରିଛନ୍ତି ବବିଏବଂ ତାଙ୍କ ଅଭିନୟରେ ସାରା ବିଶ୍ୱ ଦିଓ୍ବାନା ହୋଇଯାଇଛି। ଏବେ ଅଭିନେତାଙ୍କର ଖୁବ ପ୍ରଶଂସାକରାଯାଉଛି।
ନିକଟରେ ବବି ଦେଓଲ ପ୍ରକାଶ କରିଛନ୍ତି ଯେ ତାଙ୍କ ପୁଅ ଆର୍ଯ୍ୟମନ ଦେଓଲ ଏବଂ ଧରାମ ଦେଓଲ ତାଙ୍କ ସଫଳତା ପାଇଁ ଗର୍ବିତ। ବବି ତାଙ୍କ ପୁଅମାନଙ୍କ ବଲିଉଡ ଡେବ୍ୟୁ ବିଷୟରେ ମଧ୍ୟ କହିଥିଲେ।
ଇଟାଇମ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଭିନେତା ପ୍ରକାଶ କରିଛନ୍ତି ଯେ ତାଙ୍କ ସଫଳତା ପାଇଁ ତାଙ୍କ ପୁଅମାନେ ବହୁତ ଗର୍ବିତ। ସେ କହିଛନ୍ତି ଯେ ଆର୍ଯ୍ୟମନ ଦେଓଲ ଏବଂ ଧରାମ ଦେଓଲ କ୍ରମାଗତ ଭାବରେ ପ୍ରିଭ୍ୟୁଜ, ବକ୍ସ ଅଫିସ ଆକଳନ ଏବଂ ସେମାନଙ୍କ ନିକଟରେ ରିଲଜ ହୋଇଥିବା ଆନିମଲ ସହିତ ଜଡିତ ପ୍ରତ୍ୟେକ ଖବର ଉପରେ ନଜର ରଖିଛନ୍ତି। ଟିଜର ରିଲିଜ ଠାରୁ ଆରମ୍ଭ କରି ଟ୍ରେଲର ଲଞ୍ଚ ପର୍ଯ୍ୟନ୍ତ, ଏବଂ ବର୍ତ୍ତମାନ ସୁଦ୍ଧା, ପ୍ରତ୍ୟେକ ଦିନ ସକାଳେ ତାଙ୍କ ପୁଅମାନେ ଲାଷଟଷ୍ଟ ଅପଡେଟ ଜାଣିବା ପାଇଁ ଉତ୍ସାହର ସହିତ ଟିଭି ଦେଖୁଛନ୍ତି। ବବି ଆହୁରି କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ, ସେ ମୋ ପାଇଁ ଗର୍ବିତ। ମୁଁ ତାଙ୍କ ଆଖିରେ ଏହାକୁ ଦେଖିପାରେ।
ଅଭିନେତା କହିଛନ୍ତି ଯେ ତାଙ୍କ ପୁଅମାନେ ଭଲ ଭାବରେ ଜାଣିଛନ୍ତି ଯେ ସେମାନେ ମଧ୍ୟ ବହୁତ କଷ୍ଟଦାୟକ ସମୟ ଦେଖିଛନ୍ତି। ସେ ଜାଣି ଖୁସି ହେଲେ ଯେ ସେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି ଏବଂ ଜିନିଷଗୁଡିକ ଭଲରେ ଚାଲିଥିବାରୁ ସେ କୃତଜ୍ଞ ଥିଲେ, ଯାହା ତାଙ୍କ ପିତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ହାସଲ କରିବାର ସୁଯୋଗ ଦେଇଥିଲା।
ଇଣ୍ଡିଆ ଟୁଡେକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ତାଙ୍କ ପୁଅ ଆର୍ଯ୍ୟମନ ଏବଂ ଧରାମ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ତେବେ ଏହା ୩ ରୁ ୪ ବର୍ଷ ଲାଗିବ ବୋଲି ବବି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବଡ଼ ପୁଅ ଆର୍ଯ୍ୟମନ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। ଆର୍ଯ୍ୟମାନଙ୍କର ଟ୍ରେନିଂର ଆବଶ୍ୟକତା ରହିଛି ଏବଂ ସେ ଏବେ କଠିନ ପରିଶ୍ରମ କରୁଛନ୍ତି। ବବି ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦୁଇ ପୁଅଙ୍କର ବହୁତ ଗୁଣ ଅଛି। ସେ କହିଛନ୍ତି ଯେ କୋଭିଡ ପିରିୟଡରେ ତାଙ୍କ ସାନ ପୁଅ ନିଜେ ମୁଭି ନିର୍ମାଣ ଶିଖିଥିଲେ। ଅଭିନେତା କହିଛନ୍ତି ଯେ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ତାଙ୍କର ସମସ୍ତ ଫଟୋ ତାଙ୍କ ସାନ ପୁଅ ଦ୍ୱାରା କ୍ଲିକ କରାଯାଇଛି। ମୁଭି ନିର୍ମାଣର ବିଭିନ୍ନ ଦିଗ ପ୍ରତି ସାନ ପୁଅର ଉତ୍ସାହ ପାଇଁ ବବି ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?