ଆର୍ଯ୍ୟ ଥିଲେ ବଣିକ

ଉପନିବେଶୀ ଐତିହାସିକମାନେ ଏକ ସିଦ୍ଧାନ୍ତକୁ ନେଇ ଯୁକ୍ତି ବାଢ଼ନ୍ତି ଯେ ଅଶ୍ୱାରୋହୀ ଗୌରବର୍ଣ୍ଣ ଲୋକେ( ଆର୍ଯ୍ୟ) ହରପ୍ପାର ସହରଗୁଡ଼ିକୁ ଧ୍ୱଂସକରି ଭାରତକୁ ଦଖଲ କରିଥିଲେ। ସେମାନେ ଭାରତର ମୂଳ ବାସିନ୍ଦା କଳାବର୍ଣ୍ଣର ଲୋକଙ୍କୁ ଦାସ ଭାବେ ରଖିଲେ। ଏହାକୁ ବିରୋଧ କରି ଅନ୍ୟ ଏକ ସିଦ୍ଧାନ୍ତରେ କୁହାଯାଇଛି ଯେ, ଆର୍ଯ୍ୟମାନେ ହେଉଛନ୍ତି ବାସ୍ତବରେ ଭାରତୀୟ ଏବଂ ସେମାନେ ଭାରତ ବାହାରକୁ ଯାଇ ବିଶ୍ୱର ବିଭିନ୍ନ ସ୍ଥାନରେ ସଭ୍ୟତା ଗଢ଼ିଛନ୍ତି। ଦେଖିବାକୁ ଗଲେ ଉଭୟ ସିଦ୍ଧାନ୍ତ ଭୁଲ୍‌। କେଉଁସବୁ ବିଷୟ ସେମାନଙ୍କୁ ଭାରତକୁ ଆସିବା କିମ୍ବା ଭାରତ ବାହାରକୁ ଯିବା ପାଇଁ ପ୍ରେରିତ କରିଥିଲା, ସେ ସମ୍ପର୍କରେ ଏହି ଦୁଇଟି ସିଦ୍ଧାନ୍ତରୁ କୌଣସି ଗୋଟିକରେ ବି ସ୍ପଷ୍ଟ କରାଯାଇନାହିଁ।
ଏବେ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଆର୍ଯ୍ୟମାନେ ଲୁହା ପାଇଁ ଭାରତ ଆସିଥିଲେ ଏବଂ ଏହା ବଦଳରେ ସେମାନେ ଘୋଡ଼ା ଦେଉଥିଲେ। ଆର୍ଯ୍ୟମାନେ ଆକ୍ରମଣକାରୀ କିମ୍ବା ପ୍ରବାସୀ ନ ଥିଲେ; ସେମାନେ ଥିଲେ ବ୍ୟବସାୟୀ। ଅନେକେ ବଣିକ ଓ ନାବିକଙ୍କ ଭଳି ସେମାନଙ୍କର ଭାରତୀୟ ପତ୍ନୀ ଥିଲେ, ଯାହା ଫଳରେ ସେମାନଙ୍କ ଜିନ୍‌, ଭାଷା (ସଂସ୍କୃତ) ଏବଂ ପୁରୁଷପ୍ରଧାନ ସଂସ୍କୃତିର ପ୍ରସାର ଘଟିଥିଲା। ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି, ଅଶ୍ୱମୁଖୀ ବିଷ୍ଣୁ ବେଦ ଉଦ୍ଧାର କରି ତାହାକୁ ସୁରକ୍ଷିତ ରଖିବା ସକାଶେ ବ୍ରାହ୍ମଣଙ୍କୁ ଦେଇଥିଲେ। ଏଣୁ ୩୦୦୦ ବର୍ଷରୁ ଅଧିକ ସମୟ ହେଲା ଭାରତର ବ୍ରାହ୍ମଣମାନେ ବୈଦିକ ସ୍ତୋତ୍ରଗୁଡ଼ିକର ପ୍ରଚାର ପ୍ରସାର କରି ଆସିଛନ୍ତି; ଯେଉଁଥିରେ ଘୋଡ଼ା, ରଥ ଏବଂ ବିଭିନ୍ନ ପଦାର୍ଥକୁ ନେଇ ନିର୍ମିତ ଧନୁ ସମ୍ପର୍କରେ ବହୁ ପୁରାତନ ବର୍ଣ୍ଣନା ଥିବା ଦେଖାଯାଏ (ଋଗ୍‌ବେଦ ୧.୧୬୩.୧୦ ଏବ ୧. ୬.୭୫.୨)। ବ୍ରାହ୍ମଣମାନେ ଏହି ବୈଦିକ ସ୍ତୋତ୍ରଗୁଡ଼ିକୁ ଅନନ୍ତ (ସନାତନ) ଏବଂ ଏହା ମଣିଷ ଦ୍ୱାରା ସୃଷ୍ଟି ହୋଇ ନ ଥିବା ମନେକରନ୍ତି। କିନ୍ତୁ ଏବେ ପୁରାତନ ଡିଏନ୍‌ଏ ଅନୁଧ୍ୟାନ, ପ୍ରତ୍ନତତ୍ତ୍ୱ ଏବଂ ଭାଷାବିଜ୍ଞାନରୁ ଜାଣିପାରୁଛୁ ଯେ ଏଭଳି ଭାବନା ସତ୍ୟ ନୁହେଁ।
ପାଖାପାଖି ଖ୍ରୀଷ୍ଟପୂର୍ବ ୨୦୦୦ରେ କୃଷ୍ଣ ସାଗର ଓ କାସ୍ପିଆନ ସାଗରର ଉତ୍ତରାଞ୍ଚଳ ଏବଂ ଉରାଲ ପର୍ବତମାଳାର ପଶ୍ଚିମରେ ଘୋଡ଼ା ପାଳନ କରାଯାଉଥିଲା। ପ୍ରଥମେ ବହୁ ଛୋଟ ଘୋଡ଼ା ପାଳନ କରାଯାଉଥିଲା। ଫଳରେ ତା’ଉପରେ ବସି ବୟସ୍କ ଯିବା ସମ୍ଭବ ନ ଥିଲା। ଏହା ଯୋଗୁ ସେହି ସମୟରେ ଅଖଚକ ଥିବା ରଥ ଉଦ୍ଭାବନ କରାଯାଇଥିଲା। ଏସବୁ ଦକ୍ଷିଣ ରୁଷିଆ, ସିଣ୍ଟାସ୍ତା ସଭ୍ୟତା, ଉରାଲ ପର୍ବତମାଳାର ଉତ୍ତରଭାଗରେ ଥିବା ସମାଧି ବା କବର ସ୍ଥଳରୁ ମିଳିଛି ଏବଂ ଏଗୁଡ଼ିକ ଖ୍ରୀଷ୍ଟପୂର୍ବ ୨୦୦୦ର ବୋଲି ଜଣାପଡ଼ିଛି। ପ୍ରାୟ ଏହି ସମୟରେ, ଏସବୁ ସ୍ଥାନରେ ମଧ୍ୟ କାଠ ଓ ଅନ୍ୟାନ୍ୟ ପଦାର୍ଥକୁ ନେଇ ତିଆରି କରାଯାଇଥିବା ଧନୁ ଆବିଷ୍କାର କରାଯାଇଥିଲା। ଘୋଡ଼ା, ଧନୁ ଓ ରଥକୁ ନେଇ ଏକ ନୂଆ ସାମରିକ ଟେକ୍‌ନୋଲୋଜି ଖ୍ରୀଷ୍ଟପୂର୍ବ ୧୫୦୦ ବେଳକୁ ପୂର୍ବ ଦିଗରେ ଇଜିପ୍ଟ, ଉତ୍ତରରେ ସ୍କାଣ୍ଡିନେଭିଆ, ଚାଇନା ଏବଂ ପୂର୍ବଭାଗରେ ଭାରତକୁ ବ୍ୟାପିଥିଲା। ଘୋଡ଼ାପାଳକଙ୍କ ସହିତ ଏକ ନୂଆ ଭାଷା ମଧ୍ୟ ପ୍ରସାର ଲାଭ କରିଥିଲା।
ପୂର୍ବଭାଗକୁ ପ୍ରବାସନ ଯୋଗୁ କେବଳ ତୃଣଭୂମି ଅଞ୍ଚଳରେ ରହୁଥିବା ଯାଯାବର ଗୋଷ୍ଠୀର ପଶୁପାଳକଙ୍କଠାରେ ଦେଖିବାକୁ ମିଳୁଥିବା ଏକ ପ୍ରକାର ଜିନ୍‌ (ଯାହାକୁ ଏବେ ଆର୍‌ଓ୍ବାନ ଏ- ଜେଡ୍‌୯୩ ନାମକରଣ କରାଯାଇଛି)ର ପ୍ରସାର ଘଟିଥିଲା। ଏହା କେନ୍ଦ୍ର ଏସିଆ, ଇରାନ ଓ ଭାରତର ବ୍ରାହ୍ମଣଙ୍କଠାରେ ଦେଖିବାକୁ ମିଳେ। ଯେଉଁମାନେ ଏହି ଜିନ୍‌କୁ ନେଇ ଆସିଥିଲେ ସେମାନେ ନିଜକୁ ଆର୍ଯ୍ୟ ବା ମହାନ୍‌ ବୋଲି କହୁଥିଲେ। ଭାରତରେ ମୌସୁମୀ ଜଳବାୟୁ ଘୋଡ଼ା ବଂଶବୃଦ୍ଧି ପାଇଁ ଅନୁକୂଳ ନ ଥିବା ଯୋଗୁ ଆର୍ଯ୍ୟମାନେ ଭାରତକୁ ଅଧିକରୁ ଅଧିକ ଘୋଡ଼ା ଆଣିବା ପାଇଁ କେନ୍ଦ୍ର ଏସିଆକୁ ବାରମ୍ବାର ଯାଉଥିଲେ। ସେତେବେଳର ଅଖ-ଚକଥିବା ରଥରେ ଘୋଡ଼ାମାନେ ଜଣେ ଚାଳକ ଓ ଧନୁର୍ଦ୍ଧାରୀଙ୍କୁ ଟାଣି ନେଇପାରୁଥିଲେ। ଏଭଳି ଛବି ଭଗବଦ୍‌ ଗୀତାରେ ବି ରହିଛି, ଯେଉଁଥିରେ କୃଷ୍ଣ ୪ଟି ଧଳା ଘୋଡ଼ାର ଲଗାମ ଧରିଥିବା ବେଳେ ଅର୍ଜୁନ ତାଙ୍କ ଗାଣ୍ଡିବ ଧନୁ ଧରି ଠିଆ ହୋଇଛନ୍ତି। ଉଭୟ ଶଙ୍ଖ ବଜାନ୍ତି। ଋଗ୍‌ବେଦରେ ଏହି ଶଙ୍ଖ ବିଷୟରେ କୌଣସି ଉଲ୍ଲେଖ ନାହିଁ, କିନ୍ତୁ ଅଥର୍ବ ବେଦରେ ଏହା ଅଛି।
ନିକଟରେ ତାମିଲନାଡୁର କିଲାଡିରେ ହୋଇଥିବା ଖନନରୁ ଲହାପଥରକୁ ତରଳାଇ ଲୁହା ବାହାର କରିବା ଟେକ୍‌ନୋଲୋଜିର ସନ୍ଧାନ ମିଳିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଟେକ୍‌ନୋଲୋଜି ଭାରତରେ ଦ୍ରାବିଡ଼ ଓ ମୁଣ୍ଡା ଭାଷାଭାଷୀ ଲୋକ ରହୁଥିବା ଅଞ୍ଚଳରେ ଆବିଷ୍କୃତ ହୋଇଥିଲା। ଲୁହା ପଥରରୁ ଲୁହା ବାହାର କରିବା ଲାଗି ଉଚ୍ଚ ତାପମାତ୍ରା ଦରକାର ପଡ଼େ। ଗୋଦାବରୀ ଅବବାହିକାର ବିଭିନ୍ନ ସ୍ଥାନରେ ରହିଥିବା ମାଟିଚୁଲା ସବୁର ସନ୍ଧାନ ମିଳିଛି ଏବଂ ଏଭଳି ଫାୟାର ଟେକ୍‌ନୋଲୋଜି ଉପରେ ଏକ ଦୀର୍ଘ ଅନୁଧ୍ୟାନ ଲୋଡ଼ା। ଏହାସହ ଆଣ୍ଟୋଲିଆ( ଆଧୁନିକ ତୁର୍କୀ), ଆଫ୍ରିକା(ବଣ୍ଟୁ ସମ୍ପ୍ରଦାୟ) ଓ ଭାରତରେ ପ୍ରଥମେ ଲୁହା ପଥରରୁ ଲୁହା ବାହାର କରାଯିବା ପଦ୍ଧତି ଆପଣାଯାଇଥିଲା ବୋଲି ଜଣାପଡ଼େ। ସମ୍ଭବତଃ ଏହି କାରଣରୁ ଲୁହା ନେବା ପାଇଁ ଆର୍ଯ୍ୟମାନେ ଅକ୍ସୁସ ନଦୀ ଅବବାହିକାରୁ ଦୁର୍ଗମ ଗିରିପଥ ଦେଇ ଭାରତକୁ ଆସିଥିଲେ।
ବହୁ ବିଳମ୍ବରେ ଘୋଡ଼ା ଭାରତକୁ ଆସିଥିଲା ଓ ପାଳନ କରାଯାଇଥିଲା। ୧୪୦୦ ଖ୍ରୀଷ୍ଟାବ୍ଦ ପରେ ଗୁଜରାଟ, ରାଜସ୍ଥାନ, ପଞ୍ଜାବ ଏବଂ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଏହା କରାଯାଉଥିଲା। ଏଣୁ ପାଖାପାଖି ୩୦୦୦ ବର୍ଷ ଧରି କେନ୍ଦ୍ର ଏସିଆରୁ ଘୋଡ଼ା ପାଳକମାନେ ଭାରତୀୟ ରାଜାମାନଙ୍କ ପାଇଁ ଘୋଡ଼ା ଆଣୁଥିଲେ। ରାଜାମାନେ ସେତେବେଳେ ନୂଆ ରାଜ୍ୟ ଜୟ କରିବା ପାଇଁ ଏହି ଘୋଡ଼ାକୁ ଯୁଦ୍ଧରେ ବ୍ୟବହାର କରୁଥିଲେ। ଏପରି କି ରାଜ୍ୟ ଦଖଲ ଉତ୍ସବରେ ସେମାନଙ୍କୁ ବଳି (ଅଶ୍ୱମେଧ)ଦେଉଥିଲେ। ବ୍ୟବସାୟୀମାନେ ଭାରତକୁ ଆକ୍ରମଣ କରିବା କିମ୍ବା ଭାରତକୁ ସ୍ଥାନାନ୍ତର ହେବାର କୌଣସି କାରଣ ନ ଥିଲା। ସେମାନେ କେବଳ ଭାରତରୁ କେନ୍ଦ୍ର ଏସିଆକୁ ଅଧିକ ଘୋଡ଼ା ଆଣିବା ଲାଗି ଯାଉଥିଲେ; ଯେଉଁଠି ଘୋଡ଼ାପାଳନ ଓ ବଂଶବୃଦ୍ଧି କରାଯାଉଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?