ଶ୍ରେଣୀଗୃହ ନ ଥିବାରୁ ୫ଘଣ୍ଟା ବଦଳରେ ସାଢ଼େ ୩ ଘଣ୍ଟା ପାଠପଢ଼ା, ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୟନୀୟ ସ୍ଥିତି

ଭୁବନେଶ୍ୱର,୨୮ା୮(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ସରକାର ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି। ଏପରି କି ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଖୋଦ୍‌ ରାଜଧାନୀରେ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ୫ ଘଣ୍ଟା ବଦଳରେ ସାଢ଼େ ୩ ଘଣ୍ଟା ପଢ଼ୁଛନ୍ତି। ପୁଣି ଅଧିକାଂଶ ସମୟରେ କ୍ଲାସ୍‌ ସସ୍‌ପେଣ୍ଡ କରିବାକୁ ପଡୁଛି। ସେହିଭଳି ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ବହୁ ପଦବୀ ଖାଲି ପଡ଼ିଥିବାରୁ ଏହା ପିଲାଙ୍କ ପାଠପଢ଼ାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨ କଲେଜ)ରେ ଏପରି ଦୟନୀୟ ସ୍ଥିତି ଶିକ୍ଷା କ୍ଷେତ୍ରର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି।
ମହିଳା ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୨୪୦୦ ପିଲା ପାଠ ପଢ଼ୁଛନ୍ତି। ବିଦ୍ୟାଳୟର ନିଜସ୍ବ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି। ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଛାତ୍ରୀମାନେ ପାଠ ପଢ଼ୁଛନ୍ତି। ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେଲେ ଏମାନଙ୍କ ପଢ଼ିବା ପାଇଁ ଶ୍ରେଣୀଗୃହ ମିଳେ ନାହିଁ। ଫଳରେ ବାଧ୍ୟ ହୋଇ ଅଧିକାଂଶ କ୍ଲାସ୍‌ ସସ୍‌ପେଣ୍ଡ କରିବାକୁ ପଡ଼େ ବୋଲି ଅଧ୍ୟାପକମାନେ କହିଛନ୍ତି। ସେହିପରି ଅଧିକାଂଶ ବିଷୟରେ ସ୍ଥାୟୀ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକମାନେ ପାଠ ପଢ଼ାଉଛନ୍ତି। ତର୍କଶାସ୍ତ୍ର, ଇତିହାସ, ହୋମ ସାଇନ୍ସ ବିଷୟଗୁଡ଼ିକରେ ଦୁଇଜଣ ଲେଖାଏ ଅଧ୍ୟାପକ ପଦବୀ ରହିଥିବା ବେଳେ ଜଣେ ଜଣେ ଅଧ୍ୟାପକ କାମ ଚଳାଉଛନ୍ତି। ସମାଜବିଜ୍ଞାନ ଓ ମ୍ୟୁଜିକ୍‌ରେ କେହି ଅଧ୍ୟାପକ ନାହାନ୍ତି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଦୀର୍ଘ ୯ ବର୍ଷ ହେଲା ବିଦ୍ୟାଳୟରେ ଧନ୍ଦାମୂଳକ ବିଷୟରେ ପଢ଼ାଇବାକୁ କୌଣସି ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇନାହାନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ଦୁଇଟି ଲେଖାଏ ଟିଚିଂ ଏବଂ ନନ୍‌ ଟିଚିଂ ପଦବୀ ସେମିତି ଖାଲି ରହିଛି।
ବିଦ୍ୟାଳୟର ପ୍ରଶାସନିକ ଅବ୍ୟବସ୍ଥା ଲାଗି ରହିଛି। ଜଣେ କିରାଣିରେ ଚାଲିଛି ବିଦ୍ୟାଳୟର କାଗଜପତ୍ର କାମ। ମୁଖ୍ୟ କିରାଣି ପଦବୀ ଖାଲି ପଡ଼ିଥିବାବେଳେ ସବୁ କାମ ଜୁନିୟର କିରାଣିକୁ କରିବାକୁ ପଡୁଛି। ମେ’ ମାସରେ ସିନିୟର କିରାଣି ଅବସର ନେଇଥିବାବେଳେ ଏବେ ଜଣେ କିରାଣି ଓ ପିଅନରେ କାମ ହେଉଛି। ବିଦ୍ୟାଳୟ ପରିସରରେ ଥିବା ଲାଇବ୍ରେରୀରେ କେହି କର୍ମଚାରୀ ନ ଥିବାରୁ ଛାତ୍ରୀମାନେ ଲାଇବ୍ରେରୀରେ ବସି ପାଠପଢ଼ିବାର ସୁବିଧା ପାଇପାରୁ ନାହାନ୍ତି। ବିଭିନ୍ନ ବିଭାଗରେ ମୋଟ ୩୩ଟି ପଦବୀ ରହିଥିଲେ ସୁଦ୍ଧା ୨ଜଣ କିପରି କାମ କରୁଛନ୍ତି ତାହା ସହଜରେ ଅନୁମେୟ । ଫାଇଲ କାମଗୁଡ଼ିକ ବହୁଦିନ ଧରି ପଡ଼ିରହୁଛି। ପିଲାମାନେ ଖେଳକୁଦ କରିବା ପାଇଁ ଖେଳ ପଡ଼ିଆ ମଧ୍ୟ ନାହିଁ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସରୋଜଲକ୍ଷ୍ମୀ ସିଂହଙ୍କ କହିବାନୁଯାୟୀ, ନିଜସ୍ବ କୋଠା ନିର୍ମାଣ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି। ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ପଦବୀ ଲାଗି ଚିଠି ଲେଖାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?