Posted inଜାତୀୟ

ଆଜି ବି କଶ୍ମୀରରେ ପଣ୍ଡିତ ସୁରକ୍ଷିତ ନାହାନ୍ତି

ନୂଆଦିଲ୍ଲୀ,୧୬।୫: କଶ୍ମୀର ପଣ୍ଡିତଙ୍କ ହତ୍ୟା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କିଛି ଦିନ ପୂର୍ବରୁ କଶ୍ମୀରରେ ଜଣେ ସରକାରୀ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଭାରତୀୟ ସେନା ମଧ୍ୟ ଏହାର ପ୍ରତିଶୋଧ ୨୪ ଘଣ୍ଟା ଭିତରେ ନେଇଥିଲା। ୨ଆତଙ୍କବାଦୀଙ୍କୁ ଖୋଜି ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ଆଜି ବି ସମଗ୍ର ଦେଶ ଚିନ୍ତିତ ଯେ, କଶ୍ମୀରରେ କଶ୍ମୀରୀ ପଣ୍ଡିତମାନେ କାହିଁକି ସୁରକ୍ଷିତ ନାହାନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, କଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଭାବେ କଶ୍ମୀରରେ ପୁଣି ଥଇଥାନ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉ। ଯେତେ ଖର୍ଚ୍ଚ ହେଲେ ବି ସେମାନଙ୍କ ବ୍ୟବସ୍ଥା କରାଯାଉ ବୋଲି କେଜ୍ରିଓ୍ବାଲ କହିଛନ୍ତି। ଫଳରେ ଆତଙ୍କବାଦୀମାନେ ବୁଝିପାରିବେ ଯେ, ସେମାନେ କଶ୍ମୀରୀ ପଣ୍ଡିତଙ୍କୁ ଭୁଲ ଉଦ୍ଦେଶ୍ୟରେ ଚାହିଁଲେ, ଭାରତ ସେମାନଙ୍କୁ ଛାଡ଼ିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏହି ହତ୍ୟା ପରେ କଶ୍ମୀରୀ ପଣ୍ଡିତମାନେ କ୍ରୋଧ ପ୍ରକାଶ କରିବାକୁ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ସେମାନଙ୍କୁ ଅଟକାଇ ଦିଆଯାଇଥିଲା, ମାଡ଼ ମରାଯିବା ସହ ଘରେ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ସମୟ ରାଜନୀତିର ନୁହେଁ। ସେମାନେ ନିଜକୁ ସୁରକ୍ଷିତ ଅନୁଭବ କରିବାକୁ ଚାହୁଁଛନ୍ତି। ଯଦି ସେମାନେ ସୁରକ୍ଷା ନ ପାଆନ୍ତି, ତେବେ ଅନ୍ୟ ଲୋକମାନେ କିପରି ନିଜ ଘରକୁ ଫେରିବେ ବୋଲି କେଜ୍ରିଓ୍ବାଲ ପ୍ରଶ୍ନ କରିଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ କେଜ୍ରିଓ୍ବାଲ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ସୂତ୍ରରୁ ଆଞ୍ଚଳିକ ଦଳର ଆୟ ୮୮୭.୫୫ କୋଟି

ନୂଆଦିଲ୍ଲୀ,୧୭ା୫: ୨୦୨୧-୨୨ ଆର୍ଥିକବର୍ଷରେ ଆଞ୍ଚଳିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ୮୮୭.୫୫ କୋଟି ଟଙ୍କା ଆୟ କରିଛନ୍ତି, ଯାହାକି ସେମାନଙ୍କ ମୋଟ ଆୟର ୭୬% ବୋଲି ଆସୋସିଏଶନ୍‌...

ଟଙ୍କା ଚୋରି ଅଭିଯୋଗରେ ଶ୍ରମିକଙ୍କୁ ଅକଥନିୟ ନିର୍ଯ୍ୟାତନା ଦେଲେ ୪ ବ୍ୟକ୍ତି

ଚେନ୍ନାଇ, ୪ା୨- ତାମିଲନାଡୁର ଆମ୍ମେପେଟାଇ ଜିଲାର ଥାନଜାବୁରରୁ ଏକ ହୃଦୟ ଥରା ଭିଡିଓ ଭାଇରାଲ ହୋଇଛି। ଟଙ୍କା ଚୋରି ଅଭିଯୋଗରେ ରାହୁଲ ନାମକ ଜଣେ ଦଳିତ...

କର୍ନାଟକ ନିର୍ବାଚନ: ତୃତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ବେଙ୍ଗାଲୁରୁ,୧୭।୪: ମେ’ ୧୦ ତାରିଖରେ କର୍ନାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ଭାଜପା...

ଭାଜପା ଏମ୍‌ପିଙ୍କ ପାଇଁ ପାଠଶାଳା: ଅଭ୍ୟାସ ବର୍ଗ ତାଲିମ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଶନିବାରଠାରୁ ଆରମ୍ଭ କରିଛନ୍ତି ୨ ଦିନିଆ ପାଠଶାଳା। ଏହି ତାଲିମ୍‌ କାର୍ଯ୍ୟକ୍ରମର ନାମ ଅଭ୍ୟାସ...

ଜମି ଅଧିଗ୍ରହଣ ମାମଲାରେ ରବର୍ଟଙ୍କୁ ଇଡିର ସମନ

ନୂଆଦିଲ୍ଲୀ,୨୯।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଜମି ଅଧିଗ୍ରହଣ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ...

ସୁପ୍ରିମକୋର୍ଟ ଗଲା ମୁସ୍‌ଲିମ ସଂଗଠନ

ନୂଆଦିଲ୍ଲୀ,୪ା୫(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ...

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ...

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ...

Advertisement
Archives

Model This Week