Posted inଜାତୀୟ

ଭାଜପା ନିଜ ନେତାଙ୍କୁ ଛାଡ଼ିନାହିଁ, ଏଥର ନିର୍ବାଚନ ଜିତିଲେ ସବୁ ବିରୋଧୀ ଦଳ ନେତା ଜେଲ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଯଦି ଏଥର ଭାଜପା ନିର୍ବାଚନ ଜିତିଯାଏ ତେବେ ବିରୋଧୀ ଦଳର ସମସ୍ତ ନେତା ଜେଲ ଯିବେ। ଏବେ ସେମାନେ କେରଳ ମୁଖ୍ୟମନ୍ତ୍ରୀଙ୍କ ପଛରେ ପଡ଼ିଛନ୍ତି। ଘୋଷଣାପତ୍ରରେ ଲେଖିକରି ରଖ ଯେ ଯଦି ଏମାନେ ନିର୍ବାଚନ ଜିତିଯାଆନ୍ତି ତେବେ ମମତା ବାନାର୍ଜୀ, ତେଜସ୍ବୀ ଯାଦବ, ପିନରାଇ ବିଜୟନ, ଏମ୍‌କେ ଷ୍ଟାଲିନ୍‌ ଏବଂ ଉଦ୍ଧବ ଠାକରେ ଜେଲ ଯିବେ। ସେମାନେ ନିଜ ନେତାଙ୍କ ରାଜନୈତିକ କ୍ୟାରିୟର ଶେଷ କରିଛନ୍ତି। ଆଗାମୀ ନମ୍ବର ଯୋଗୀ ଆଦିତ୍ୟନାଥଙ୍କର। ଯଦି ଏମାନେ ନିର୍ବାଚନ ଜିତିଲେ ଦୁଇ ମାସ ମଧ୍ୟରେ ୟୁପିର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଯିବ।

ସେହିଭଳି ‘ଓ୍ବାନ୍‌ ନେଶନ-ଓ୍ବାନ୍‌ ଲିଡର’ ମିଶନ ଅନୁଯାୟୀ ପିଏମ୍‌ ନରେନ୍ଦ୍ର ମୋଦି ଲାଲ କୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀ, ଶିବରାଜ ସିଂ ଚୌହ୍ବାନ, ବସୁନ୍ଧରା ରାଜେଙ୍କ ରାଜନୈତିକ କ୍ୟାରିୟର ଶେଷ କରିଛନ୍ତି। ଯେଉଁମାନେ କି ତାଙ୍କୁ ନିର୍ବାଚନ ଜିତାଇ ଦେଇଥିଲେ। ଏବେ ଏମାନେ ନିର୍ବାଚନ ଜିତିଲେ ଆଗାମୀ ନମ୍ବର ଯୋଗୀ ଆଦିତ୍ୟନାଥଙ୍କ ହେବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

ଭାଜପା ଉପରେ କଟାକ୍ଷ କରି ସେ କହିଛନ୍ତି, ଯେତେବେଳେ ଆମ ଦେଶରେ କୌଣସି ତାନାଶାହା କବ୍ଜା କରିବାକୁ ଚେଷ୍ଟା କରୁଛନ୍ତି ତେବେ ଦେଶର ଲୋକେ ତାଙ୍କୁ ଉପାଡ଼ି ଫିଙ୍ଗି ଦେଇଥିଲେ। ଆଜି ପୁଣି ଜଣେ ତାନାଶାହା ଗଣତନ୍ତ୍ରକୁ ଶେଷ କରିବାକୁ ଲାଗି ପଡ଼ିଛନ୍ତି। ମୁଁ ତାଙ୍କ ବିରୋଧରେ ଲଢ଼ୁଛି। ହେଲେ ଏକୁଟିଆ କିଛି ବି କରିପାରିବି ନାହିଁ। ଏହି ତାନାଶାହାଙ୍କଠାରୁ ଦେଶକୁ ରକ୍ଷା କରିବା ଲାଗି ୧୪୦ କୋଟି ଲୋକଙ୍କ ସମର୍ଥନ ଲୋଡ଼ା। ସୁପ୍ରିମକୋର୍ଟ ମୋତେ ୨୧ ଦିନ ଦେଇଛନ୍ତି। ମୁଁ ସାରାଦେଶକୁ ଯିବି। ମୋର ଶରୀରର ପ୍ରତିଟି ରକ୍ତବିନ୍ଦୁ ଦେଶ ପାଇଁ ସମର୍ପିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଏବେ ପେଟ୍ରୋଲ-ଡିଜେଲକୁ ନେଇ ବଡ଼ ଖବର, ଜାରି ହେଲା ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୮: ଆଜିଠାରୁ ନୂତନ ମାସ ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ର ଶୁଭାରମ୍ଭ ହୋଇଯାଇଛି। ସକାଳୁ ସକାଳୁ ଯେଉଁଠାରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ହ୍ରାସ ପାଇଥିବାର ଖବର…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri