Posted inଜାତୀୟ

ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୦।୮: ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାସ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟୁଇଟରେ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି ଯେ ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ମଧ୍ୟ ଗ୍ରହଣ କରନ୍ତି ନାହିଁ। ତାଙ୍କର ସଙ୍କେତ ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟଙ୍କ ଯାହା ଆଦେଶ ସେମାନେ ପସନ୍ଦ କରନ୍ତି ନାହିଁ, ସେମାନେ ପାର୍ଲାମେଣ୍ଟରେ ଏକ ଆଇନ ଆଣି ଏହାକୁ ପରିବର୍ତ୍ତନ କରିଦିଅନ୍ତି। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଭାବେ ସୁପ୍ରିମକୋର୍ଟଙ୍କୁ ଗ୍ରହଣ କରନ୍ତି ନାହିଁ, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ବୋଲି କେଜରିଓ୍ବାଲ କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ‘ସୁପ୍ରିମକୋର୍ଟ ଏକ ନିରପେକ୍ଷ କମିଟି ଗଠନ ବିଷୟରେ କହିଥିଲେ, ଯାହା ନିରପେକ୍ଷ ନିର୍ବାଚନ କମିଶନର ଚୟନ କରିବ, କିନ୍ତୁ ସୁପ୍ରିମକୋର୍ଟଙ୍କ ଆଦେଶ ବଦଳାଇ ମୋଦି ଜୀ ଏପରି ଏକ କମିଟି ଗଠନ କରିଥିଲେ ଯାହା ତାଙ୍କ ଅଧୀନରେ ରହିବ। ବର୍ତ୍ତମାନ ସେ ନିର୍ବାଚନ କମିଶନର ଭାବେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ପ୍ରସ୍ତୁତ କରିବାକୁ ସକ୍ଷମ ହେବେ। ପ୍ରଧାନମନ୍ତ୍ରୀଙ୍କ ଏହି ଷ୍ଟାଣ୍ଡ ଦ୍ୱାରା ନିର୍ବାଚନର ନିରପେକ୍ଷତା ପ୍ରଭାବିତ ହେବ। ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରୁଛନ୍ତି ବୋଲଇ ସେ କହିଛନ୍ତି।
ଅରବିନ୍ଦ କେଜରିିୱାଲ ତାଙ୍କ ଟୁଇଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରସ୍ତାବିତ ନିର୍ବାଚନ କମିଶନର ଚୟନ କମିଟିରେ ଭାଜପାର ଦୁଇଜଣ ଏବଂ କଂଗ୍ରେସରୁ ଜଣେ ସଦସ୍ୟ ରହିବେ। ଏଥିରୁ ସ୍ପଷ୍ଟ ଯେ ନିର୍ବାଚନ କମିଶନରମାନେ ନିର୍ବାଚିତ ହେବେ ଭାଜପା ପ୍ରତି ବିଶ୍ୱସ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?