Posted inଜାତୀୟ

ଅରୁଣ ମିଶ୍ର ହେବେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ,୨ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ର ଦେଶର ପରବର୍ତ୍ତୀ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଅଧ୍ୟକ୍ଷ ନିଯୁକ୍ତ ହୋଇପାରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଚୟନ କମିଟି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଜଷ୍ଟିସ୍‌ ମିଶ୍ରଙ୍କ ନାମ ସୁପାରିସ କରିଥିବା ଜଣାପଡ଼ିଛି। ସେହିପରି ଗୋଇନ୍ଦା ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ରାଜୀବ ଜୈନ ଓ ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମହେଶ କୁମାର ମିତ୍ତଲଙ୍କୁ ଏନ୍‌ଏଚ୍‌ଆର୍‌ସି ସଦସ୍ୟ ରୂପେ ନିଯୁକ୍ତି ମିଳିପାରେ।
ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ, ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନେଇ ଗଠିତ ଚୟନ କମିଟି ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ପଦ ଲାଗି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନାମ ସୁପାରିସ କରିଛି। ତେବେ ବଞ୍ଚତ୍ତ ସମୁଦାୟର ପ୍ରାର୍ଥୀଙ୍କ କଥା ବିଚାରକୁ ନିଆଯାଇ ନ ଥିବା ଦର୍ଶାଇ ଖାର୍ଗେ ତାଙ୍କ ନିଯୁକ୍ତି ଉପରେ ସହମତି ପ୍ରକାଶ କରିନାହାନ୍ତି। ଅରୁଣ ମିଶ୍ର ୧୯୭୮ରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୮-୯୯ରେ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର କନିଷ୍ଠତମ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ୧୯୯୯ ଅକ୍ଟୋବରରେ ଜଷ୍ଟିସ୍‌ ମିଶ୍ର ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ରାଜସ୍ଥାନ ଏବଂ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହୋଇଥିଲେ। ୨୦୧୪ ଜୁଲାଇ ୭ରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଥିବା ଜଷ୍ଟିସ୍‌ ମିଶ୍ର ୨୦୨୦ ସେପ୍ଟେମ୍ବର ୩ରେ ଅବସର ନେଇଥିଲେ। ସେ ସୁପ୍ରିମକୋର୍ଟ ବିଚାରପତି ଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରି ବିବାଦୀୟ ହୋଇଥିଲେ। ନରେନ୍ଦ୍ର ମୋଦି ଜଣେ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଲାଭ କରିଥିବା ଏପରି ଜଣେ ନେତା, ଯିଏକି ବୈଶ୍ୱିକ ସ୍ତରରେ ଚିନ୍ତା ଓ ସ୍ଥାନୀୟ ସ୍ତରରେ କାର୍ଯ୍ୟ କରନ୍ତି ବୋଲି ଜଷ୍ଟିସ୍‌ ମିଶ୍ର କହିଥିଲେ। ଏହାକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହୋଇଥିଲା। ପ୍ରକାଶ ଯେ, ଏହା ପୂର୍ବରୁ ୨୭ ବର୍ଷ ମଧ୍ୟରେ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ରୂପେ କେବଳ ପୂର୍ବତନ ସିଜେଆଇମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେଣୁ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାର ପୁରସ୍କାର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଠକଠାରୁ ଜ୍ୟାକଲିନ ନେଇଥିବା ଉପହାର ତାଲିକାରେ ୯ ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ, ୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଏବଂ ୯ ଲକ୍ଷ ଟଙ୍କାର ଏକ ପର୍ସିଆନ ବିଲେଇକୁ ମିଶାଇ...

ବିନା ବିରୋଧୀ ଦଳରେ ରାଜ୍ୟରେ ଚାଲିବ ସରକାର, ଏକଜୁଟ ହେଲେ ସଭିଏଁ…

କୋହିମା,୧୯।୯: ନାଗାଲାଣ୍ଡରେ ବିରୋଧ ଦଳ ବିନା ସରକାର ଚାଲିବ। ସମସ୍ତ ରାଜନୈତିକଦଳ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ବିରୋଧୀ ବିନା ସରକାର ଚଳାଇବାରେ ନାଗାଲାଣ୍ଡ...

ଅନ୍ୟ ରାଜ୍ୟରୁ ଆସୁଥିବା ଟ୍ରକ୍ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପୁଛି କରୋନା: ମମତା

କୋଲକାତା,୮ ।୧୦: ପଶ୍ଚିମବଙ୍ଗରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା କରୋନା ମହାମାରୀକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିନକୁ ଦିନ ନୂଆ ଦାବି ଉଠାଉଛନ୍ତି...

ପୁଲୱାମା ଆକ୍ରମଣ: ୧୨ ଦିନରେ ଭାରତ ନେଇଥିଲା ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଏକ କଳା ଦିବସ...

ଦେଶରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ: ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ ସିଂ

ପଣଜୀ,୨୯।୯: ଦେଶରେ  ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ହେବ ନାହିଁ। ଏନେଇ ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୋଆରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସୁରକ୍ଷାକର୍ମୀଙ୍କ ସହିତ...

ଜାଣିଶୁଣି ଶାହ। ନଡ୍ଡାଙ୍କ ମୁଣ୍ଡରେ ବୋଳିଲେ ଅଠା !

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପା ଜେ.ପି. ନଡ୍ଡାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। କାର୍ଯ୍ୟକାରୀ...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୋଦି

ନୂଆଦିଲ୍ଲୀ,୨୪।୧୨: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର...

ବନ୍ୟା ପରିସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଅନୁରୋଧ କଲେ ତେଜସ୍ବୀ

ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ...

Advertisement
Archives

Model This Week